କ୍ୟାନ୍ସର ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ବରଗଡ଼ରେ କ୍ୟାନ୍ସର ହସପିଟାଲ ସ୍ଥାପନ ନେଇ ଆଉ ଆନ୍ଦୋଳନ କରିବାକୁ ପଡ଼ିବନି କି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସହରକୁ ଯାଇ ଲୋକେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚାନ୍ତ ହେବେନି । ବରଗଡ଼ ଓ ପଶ୍ଚିମଓଡ଼ିଶାବାସୀଙ୍କ ବହୁ ପ୍ରତିକ୍ଷୀତ ସ୍ବପ୍ନକୁ ସାକାର କରିବାକୁ ଯାଉଛନ୍ତି ଓଡ଼ିଶା ସରକାର । ଆସନ୍ତା କାଲି ଫେବୃୟାରୀ 20ତାରିଖରେ ବରଗଡ଼ ଖେଦାପାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡ଼ିଶାର ଦ୍ବିତୀୟ 100 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସପିଟାଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରଶାସନ ଓ ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 5 ମହଲା ବିଶିଷ୍ଟ ଏହି କ୍ୟାନ୍ସର ହସପିଟାଲ ଉଦଘାଟନ କାମ ପାଇଁ କରାଯାଉଛି ଜୋରଦାର ପ୍ରସ୍ତୁତି

ଏଣିକି ଶ୍ରମିକ ହୁଅନ୍ତୁ କି ଦିନ ମଜରୁଆ କିମ୍ବା ଖଟିଖିଆ ଏବେ ହାତ ପାହାନ୍ତାରେ ମିଳିବ କ୍ୟାନ୍ସର ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା । ଖାଲି ବରଗଡ଼ କିମ୍ବା ପଶ୍ଚିମଓଡ଼ିଶାବାସୀ ନୁହେଁ । ପଡ଼ୋଶୀ ଛତିଶଗଡ଼ ରାଜ୍ୟର ହଜାର ହଜାର ଲୋକ ଏହି କ୍ୟାନ୍ସର ରୋଗର ଚିକିତ୍ସା ସୁବିଧା ପାଇପାରିବେ । ଆଉ ଏଥିପାଇଁ ରାଜ୍ୟ ସରକାର 106 କୋଟି ଟଙ୍କା ଖର୍ଚ୍ଚ କରି 5 ମହଲା ବିଶିଷ୍ଟ କ୍ୟାନ୍ସର ହସପିଟାଲ ନିର୍ମାଣ କରିଛନ୍ତି । ଆଉ ଏହି କ୍ୟାନ୍ସର ହସ୍ପିଟାଲ ପରିଚାଳନା 112ଜଣ କର୍ମଚାରୀଙ୍କୁ ମିଳିବ ନିଯୁକ୍ତିର ସୁଯୋଗ ।

Leave a Reply

Your email address will not be published. Required fields are marked *