ଓଡ଼ିଶାରେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ

ଆଜି ଭୁବନେଶ୍ୱର ଗସ୍ତରେ ରହିଛନ୍ତି ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ। ସକାଳ ୧୧ଟାରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଅର୍ଥାତ OUATରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଉପରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି OUAT ପରିସରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି, ଶିକ୍ଷାବିତ୍, କୃଷି ବୈଜ୍ଞାନିକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ଏହି ଅବସରରେ ଉପରାଷ୍ଟ୍ରପତି କୃଷି, ଶିକ୍ଷା, ଗବେଷଣା ଓ ନବସୃଜନକୁ ନେଇ ନିଜର ମତ ରଖିବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇପାରନ୍ତି। ଏହି ଗସ୍ତକୁ ନେଇ ଶିକ୍ଷା ଓ କୃଷି କ୍ଷେତ୍ରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରରେ ରଖାଯାଇଛି। ବିମାନବନ୍ଦରରୁ OUAT ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୁଟ୍‌ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆଣ୍ଟି-ସାବୋଟାଜ୍ ଯାଞ୍ଚ, ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ଦ୍ୱାରା କାର୍ଯ୍ୟକ୍ରମ ସ୍ଥଳକୁ ଯାଞ୍ଚ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ପଥରେ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ OUATର ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ଅତିଥିମାନେ ଯୋଗଦେବେ। ଶିକ୍ଷା, କୃଷି ଗବେଷଣା ଏବଂ ନୂତନ ପ୍ରଯୁକ୍ତିର ପ୍ରୟୋଗକୁ ନେଇ ଉପରାଷ୍ଟ୍ରପତିଙ୍କ ବାର୍ତ୍ତା ଉପରେ ସମସ୍ତଙ୍କ ନଜର ରହିଛି।