ଓଡ଼ିଆ ସଙ୍ଗୀତରେ ଶୂନ୍ୟତା, ଚିରନିଦ୍ରାରେ ପ୍ରଣବ ପଟ୍ଟନାୟକ

ଓଡ଼ିଆ ସଙ୍ଗୀତ ଜଗତରେ ପୁଣି ଶୋକର ଛାୟା । ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ସେ ସୃଷ୍ଟି କରିଥିଲେ ତାଙ୍କର ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଭାବପୂର୍ଣ୍ଣ ଗାୟନ ଏବଂ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ‘ମାଝିରେ ‘ନିଝୁମ ରାତି’ ଭଳି ଅନେକ ଲୋକପ୍ରିୟ ଗୀତ ଶ୍ରୋତାଙ୍କ ହୃଦୟରେ ଦୀର୍ଘଦିନ ଧରି ଜୀବନ୍ତ ରହୁଥିଲା। ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ନିଜ ସୁରିଲା କଣ୍ଠରେ ମନୋରଞ୍ଜନ କରିଆସିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଗୀତ ଓ ସଙ୍ଗୀତ ପ୍ରତି ଅବଦାନ ଓଡ଼ିଆଙ୍କ ହୃଦୟରେ ସବୁଦିନ ପାଇଁ ସ୍ମରଣୀୟ ହୋୟରହିଯିବ|ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ଜଣେ ପ୍ରତିଭାବାନ ଓ ଅନନ୍ୟ କଣ୍ଠଶିଳ୍ପୀଙ୍କୁ ହରାଇଲା। ତାଙ୍କ ସ୍ୱର ଆଉ ପ୍ରତ୍ୟକ୍ଷ ଭାବେ ଶୁଣିବାକୁ ମିଳିବ ନାହିଁ |