ଆସନ୍ତା ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ…ପୁଞ୍ଜି ନିବେଶକଙ୍କୁ ଭେଟିବେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ତାରିଖରେ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ (high-level delegation)ସହ ଜାପାନ ଗସ୍ତ କରିବାର କାର୍ଯ୍ୟକ୍ରମ(scheduled to visit)ରହିଛି । ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀ(investor conference)ରେ ସେ ଯୋଗ ଦେବା ସହ ଓସାକା ମଧ୍ୟ ଗସ୍ତ କରିବେ ।

ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇ ୯ ତାରିଖରେ ଫେରିବେ (return)। ବ୍ୟକ୍ତିଗତ ସଚିବ (Private Secretary)ଭି.କେ.ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା,ଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ,ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲକ୍ରିଷ୍ଣା ମଧ୍ୟ ନବୀନଙ୍କ ସହ ଗସ୍ତ କରିବେ ।
ଜାପାନର ପ୍ରମୁଖ ଶିଳ୍ପପତିମାନ(industrialists)ଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ (invest) ପାଇଁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ, କେମିକାଲସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ସେ ଆହ୍ୱାନ କରିବେ । ୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନ ପ୍ରମୁଖ ଭୂମିକା(major role) ଗ୍ରହଣ କରିଥିଲା ।

Leave a Reply

Your email address will not be published. Required fields are marked *