ରାଇରଙ୍ଗପୁର ଜିଲ୍ଲା ଦାବି ପୁଣି ଜୋର ଧରିଲା, କ୍ରିୟାନୁଷ୍ଠାନ କମିଟିର ପରିବର୍ଦ୍ଧିତ ବୈଠକ

ରାଇରଙ୍ଗପୁର ର ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ ଆଜି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ୱରେ ଏଵଂ ପରିକ୍ରମାର ଅଧ୍ୟକ୍ଷ ମନୋଜ ଦାସଙ୍କ ମଂଚ ପରିଚାଳନାରେ ପରିଵର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଉପଦେଷ୍ଟା ପ୍ରାକ୍ତନ ବରିଷ୍ଠ ନାଗରିକ ସଭାପତି ରସାନନ୍ଦ ଲେଙ୍କା,ଉପଦେଷ୍ଟା ମନୋରଞ୍ଜନ ମହାନ୍ତି, ପ୍ରାକ୍ତନ ଵିଧାୟକ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ପ୍ରାକ୍ତନ ବିଧାୟକ ସାହିବା ସୁଶିଲ ହାଁସଦା, ବିଶିଷ୍ଟ ସାମାଜିକ କର୍ମୀ ଇଶାନ ମିଶ୍ର,ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ବିଜେଡି ନେତ୍ରୀ ତନୁଜା ମହାନ୍ତ,ଡ଼ାଃ ଶିବାଶିଷ ଗିରି, ଵିଏମସ ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ, ସମାଜ ସେବା ସୁବାସ ମଣ୍ଡଳ,ତିରିଂ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ଵହଳଦା ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ତିରିଂ ବ୍ଳକ ପ୍ରାକ୍ତନ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, ପ୍ରମୁଖ ଯୋଗ ଦେଇଥିଲେ।

ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା ପରେ ତଥା ତିନି ବର୍ଷ ପରେ ପୁଣି ଥରେ ରାଇରଙ୍ଗପୁର ଜିଲ୍ଲା ଦାବିପାଇଁ ମୁଣ୍ଡ ଟେକିଛି ।ଆଜି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ରାଜ୍ୟର ମୋହନ ସରକାର ପୋଲିସ ଜିଲ୍ଲା ଘୋଷଣା ସହ ଏସପି ନିଯୁକ୍ତି ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ।ଦିଲ୍ଲୀ ଅଭି ଦୂର ନହିଁ ହିସାବରେ ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ପାଇଁ କିଭଳି ପଦକ୍ଷେପ ନେଲେ ରାଜ୍ୟ ସରକାର ତୁରନ୍ତ ଜିଲ୍ଲା ଘୋଷଣା କରିବେ ସେଥିପାଇଁ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ସୁଚିନ୍ତିତ ମତାମତ ଦେଇଥିଲେ ।ଆଗାମି ଦିନରେ ଆଉଥରେ ବୈଠକ ଡକାଯିବ ଏବଂ ବୈଠକରେ ସବୁଦଳର ନେତୃବୃନ୍ଦ , ସାମାଜିକ କର୍ମୀ, ଜନପ୍ରତିନିଧି,ଗଣମାଧ୍ୟମ ପ୍ରତିନିଧି, ସଚେତନ ନାଗରିକ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ଡକାଯିବ ଏବଂ ସମସ୍ତଙ୍କର ମତାମତ ନେଇ ସଠିକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।ତୃଣମୂଳ ସ୍ତରରେ ବ୍ଳକ ଓ ପଞ୍ଚାୟତ ର ଛାମୁଆଁ ଯୁବ ଛାତ୍ର ସଂଗଠକ ଙ୍କୁ ଗୁରୁତ୍ଵ ଦିଆଯିବ ।ଗଣତାନ୍ତ୍ରିକ ଉପାୟରେ ଶାନ୍ତି ପୁର୍ଣ ଭାବରେ ନୂତନ ଜିଲ୍ଲା ଦାବି ହାସଲ ପାଇଁ ଆନ୍ଦୋଳନ ଜାରି ରହିବ ଏଵଂ ସମୟ ଅନୁସାରେ ପରବର୍ତ୍ତି କାର୍ଯ୍ଯକ୍ରମକୁ ହାତକୁ ନିଆଯିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ମନୋରଞ୍ଜନ ହାଁସଦା ଧନ୍ୟବାଦ ଦେଇଥିଲେ ।