ରକ୍ତଦାନ କରି ମାନବତାର ପରିଚୟ ଦେଲେ ସ୍ୱେଚ୍ଛାସେବୀ

ସୁନାବେଡାରେ ବିଶ୍ୱ ରେଡକ୍ରସ ଦିବସ ଓ ବିଶ୍ୱ ଥାଲାସେମିଆ ଦିବସ ପାଳନ ଅବସରରେ ଭଞ୍ଜ ସଂସଦ ପକ୍ଷରୁ ହାଲ ହସପିଟାଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଭଞ୍ଜ ସଂସଦର ସଭାପତି ସଞ୍ଜୟ କୁମାର ବିଶୋୟୀ, ସୁନାବେଡା ହାଲ ହସପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସଞ୍ଜୟ ମହାପାତ୍ର, ବରିଷ୍ଠ ଚିକିତ୍ସାଧିକାରୀ ଡ଼ା. ପି.କେ ବେହେରା, ଡ଼ା. ପି.କେ ପୌଲ ଓ ଡ଼ା. ଆର.କେ ନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।

ସ୍ଥାନୀୟ ହାଲ ପ୍ରଶାସନ, ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ଏବଂ ଦ ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟର୍ସର ସହଯୋଗରେ ଆୟୋଜିତ ଏହି ଶିବିରରେ ଭଞ୍ଜ ସଂସଦର ସଭାପତି ସଞ୍ଜୟ କୁମାର ବିଶୋୟୀଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଜିତେନ୍ଦ୍ର କୁମାର ସେନାପତି, ମନୋଜ କୁମାର ପାତ୍ର, ଦୁର୍ଯ୍ୟୋଧନ ସ୍ୱାଇଁ, ମନୋଜ କୁମାର ପଟ୍ଟନାୟକ ଓ ଧିରେନ କୁମାର ସାମଲଙ୍କ ସହ ମିଗ୍ ନଗରୀର ଅନେକ ପୁରୁଷ ଓ ମହିଳା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଶିବିର ପରିଚାଳନାରେ ସଂସଦର ସାଧାରଣ ସମ୍ପାଦକ ସୁଦାମ ଦାସ, ବରିଷ୍ଠ କର୍ମକର୍ତ୍ତା ବିଘ୍ନେଶ ପ୍ରସାଦ ମିଶ୍ର, ବିଜୟ ପାତ୍ର, ରାମକୃଷ୍ଣ ଖଣ୍ଡୁଆଳ ଓ ଉପଦେଷ୍ଟା ଅମର ବାଡତ୍ୟାଙ୍କ ସହ ଡିବିଡିଏମଏଫ୍‌ର ବରିଷ୍ଠ କର୍ମକର୍ତ୍ତା ଡ଼ା. ଉମା ଶଙ୍କର ପ୍ରସାଦ ପାତ୍ର, ଶେଖ୍ ଇବ୍ରାହିମ, ଗୋବିନ୍ଦ ବଲ୍ଲଭ ପାଢ଼ୀ, ଶାହେଦା ପରୱିନ, ସ୍ୱରାଜ ରାୟ, ସତ୍ୟ ବିଲସେନ ଓ ସନ୍ଦୀପ ପଟ୍ଟନାୟକ ପ୍ରମୁଖ ସକ୍ରିୟ ଭାବେ ଯୋଗଦେଇଥିଲେ।

କୋରାପୁଟ ରକ୍ତ କେନ୍ଦ୍ରର କର୍ମକର୍ତ୍ତାମାନେ ଶିବିରରେ ଯୋଗଦେଇ ୫୦ ଜଣ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ସାମାଜିକ ସଚେତନତା ଓ ମାନବସେବାର ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।