ବିହାରରେ ପାୱାର ଗେମ୍, ପୁରୁଣା ଅନୁଭବ ବନାମ ନୂଆ ମୁହଁ

ବିହାରରେ ଆରମ୍ଭ ହେଲା ନୂଆ ରାଜନୀତିକ ଖେଳ
ଦିଲ୍ଲୀ ଦଖଲର ଚାବି ଲୁଚିଛି କି ବିହାରରେ ?
ନୀତୀଶଙ୍କ ପ୍ରଭାବ କମୁଛି, ନା ବଦଳୁଛି ରଣନୀତି?
ସମ୍ରାଟ ଚୌଧୁରୀ—ବିଜେପିର ନୂଆ ନାୟକ ?
ପଲଟୁ ରାଜନୀତି ନା ପ୍ରୟୋଜିତ ପାୱାର ଶିଫ୍ଟ?

ଦେଶ ରାଜନୀତିରେ ବିହାର ଗୁରୁତ୍ବପୂର୍ଣ୍ଣ ଭୂମୀକା ବହନ କରେ । ଏହା ସତ କି ଦୀଲ୍ଲି ହାତେଇବାକୁ ହେଲେ ବିହାର ହେଇ ଯିବାକୁ ପଡେ । ସେଇଥି ପାଇଁତ ଦେଶ ରାଜନୀତିର ଭିନ୍ନ ଏକ ଅଂଶ ନୀତିଶ କୁମାର । ବିରୋଧି ଏବଂ ତାଙ୍କ ସମାଲୋଚକ ତାଙ୍କୁ ପଲଟୁରାମ ବୋଲି କହିଥାନ୍ତି, କାରଣ ନୀତିଶଙ୍କ ପଲଟି ରାଜ୍ୟରେ ସରକାର ବଦଳାଇଦିଏ । ହେଲେ ସ୍ତିତି ଦେଖିଲେ ଲାଗୁଛି ସତେଯେମିତି ବିହାରରେ ନୀତୀଶଙ୍କ ପାଓ୍ବାର ଖତମ୍ । ଏମିତି କଣ ଖେଲା ହେଲା, ଦିନେ ଗାଦି ଛାଡିବାକୁ ନାରାଜ ନୀତିଶ, ବିହାର ଛାଡି ଦିଲ୍ଲୀଯିବାକୁ ମନସ୍ତ କଲେ ।

ହଁ ଆଜ୍ଞା ବିହାର ରାଜନୀତିରେ ନୂଆ ଟ୍ୱିଷ୍ଟ ନୀତୀଶ କୁମାରଙ୍କ ନେତୃତ୍ୱ ନେଇ ପୁଣିଥରେ ଚର୍ଚ୍ଚା ଚାଲିଥିବା ବେଳେ, ସମ୍ରାଟ ଚୌଧୁରୀଙ୍କ ଉଦୟ ବିହାରର ଶକ୍ତି ସମୀକରଣକୁ ନୂଆ ଦିଗକୁ ନେଉଛି । ଏଇ ଏବେବେ ବିହରରେ ହୋଇଥିବା ଏସଆଇଆରକୁ ନେଇ ଚର୍ଚ୍ଚା ଥମିନଥିଲା, ଆଉ ବିଜେପି ହାତକୁ ସରକାର ଚାଲିଗଲା । ବିଜେପି ପକ୍ଷରୁ ତାଙ୍କୁ ଆଗକୁ ଆଣିବା ପଛରେ ରାଜନୈତିକ ଚକ୍ରାନ୍ତ ଥିବା ଅଭିଯୋଗ ବିପକ୍ଷ ଉଠାଇଛି । ବିଜେପି ବିହାରରେ ନୂଆ ନେତୃତ୍ୱ ଗଢ଼ିବା ପାଇଁ ସମ୍ରାଟ ଚୌଧୁରୀଙ୍କୁ ପ୍ରମୁଖ ମୁହଁ ଭାବେ ପ୍ରୋଜେକ୍ଟ କରୁଛି । ବିପକ୍ଷ ଦଳମାନେ ଏହାକୁ “ସଂଗଠିତ ରାଜନୈତିକ ଯୋଜନା” ବୋଲି କହୁଛନ୍ତି । ସେମାନଙ୍କ ମତରେ, ନୀତୀଶ କୁମାରଙ୍କ ପ୍ରଭାବ କମାଇ ଦେବା ଓ ଆଗାମୀ ନିର୍ବାଚନରେ ଶକ୍ତି ଦଖଲ କରିବା ପାଇଁ ବିଜେପି ଏହି ପଦକ୍ଷେପ ନେଇଛି, ଆଉ ଯାହାକୁ ମଧ୍ୟ ଅଶ୍ବିକାର କରାଯାଇନପାରେ । କ୍ୟାପତା, କିସକୋ ଖବର – ବିହାରରେ ନିତିଶ ରହିଲେ କେବେବି ପଲଟି ମାରିପାରନ୍ତି । ଆଉ ଯାହାର ରିକ୍ସ ବବିଜେପି କେବେବି ନବନି । ସତ କହିବାକୁ ଗଲେ ବିହାରରୁ ନିତୀଶଙ୍କୁ ଉଖାଡି ଫୋପାଡିଛି ବିଜେପି ।

ତେବେ ଏ ସମ୍ରାଟ ଚୌଧୁରୀ କିଏ ଦଳ କାହିଁକି ତାଙ୍କ ଉକପରେ ଭରଶା କଲା ସମ୍ରାଟେ ପ୍ରଥମେ ଜନତା ଦଳ (ୟୁନାଇଟେଡ୍) ଓ ପରେ ରାଷ୍ଟ୍ରୀୟ ଜନତା ଦଳ ସହିତ ସମ୍ପୃକ୍ତ ଥିଲେ । ପରେ ସେ ବିଜେପିରେ ଯୋଗଦେଇ ଦଳର ମୁଖ୍ୟ ଓବିସି ମୁହଁ ଭାବେ ଉଭାହେଲେ ।

ତାଙ୍କ ପିତା ଶକୁନି ଚୌଧୁରୀ ମଧ୍ୟ ବିହାରର ଏକ ପ୍ରଭାବଶାଳୀ ନେତା ଥିଲେ, ଯାହା ମମ୍ରାଟଙ୍କୁ ରାଜନୀତିରେ ପ୍ରବେଶ କରିବାରେ ସହଜ କରିଥିଲା ।
ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ, ସମ୍ରାଟ ଚୌଧୁରୀ ସ୍ନାତକ ସ୍ତର ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଛନ୍ତି । ଯଦିଓ ତାଙ୍କର ଶିକ୍ଷା ତୁଳନାରେ ତାଙ୍କ ରାଜନୈତିକ କୌଶଳ ଓ ସଂଗଠନ କ୍ଷମତାକୁ ଦଳ ଅଧିକ ଗୁରୁତ୍ୱ ଦେଇଆସିଛି। କିନ୍ତୁ ତାଙ୍କ ନାମ ସହ କିଛି ବିବାଦ ମଧ୍ୟ ଜୁଡ଼ିଛି । ନିର୍ବାଚନ ହଲାଫନାମା ଅନୁଯାୟୀ, ତାଙ୍କ ବିରୋଧରେ କିଛି ଆପରାଧିକ ମାମଲା ରହିଛି, ଯାହା ମୁଖ୍ୟତଃ ରାଜନୈତିକ ଆନ୍ଦୋଳନ ଓ ପ୍ରତିବାଦ ସମ୍ପର୍କିତ । ଏହି କେସଗୁଡ଼ିକ ଗୁରୁତର ଅପରାଧ ତୁଳନାରେ ରାଜନୈତିକ କାର୍ଯ୍ୟକଳାପ ସହ ଜଡ଼ିତ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ତଥାପି ବିପକ୍ଷ ଏହାକୁ ନେଇ ସମାଲୋଚନା କରିଛନ୍ତି । ବିଜେପି ବିରୋଧରେ ଉଠୁଥିବା ଚକ୍ରାନ୍ତ ଅଭିଯୋଗ ମଧ୍ୟରେ ମୁଖ୍ୟ ଆପତ୍ତି ହେଉଛି—ଦଳ ଜାତିଆଣ ସମୀକରଣକୁ ଲକ୍ଷ୍ୟ କରି ସମ୍ରାଟଙ୍କୁ ଆଗକୁ ଆଣୁଛି । ବିହାରରେ ଓବିସି ଭୋଟ ବ୍ୟାଙ୍କ ଦୃଢ଼ ଥିବାରୁ, ଏହାକୁ ଲକ୍ଷ୍ୟ କରି ବିଜେପି ତାଙ୍କୁ ନୂଆ “ଚୌଧୁରୀ” ଭାବେ ପ୍ରସ୍ତୁତ କରୁଛି ବୋଲି ବିରୋଧୀମାନେ ଦାବି କରୁଛନ୍ତି ।

ସମସ୍ତ ଘଟଣାକ୍ରମ ଦେଖିଲେ, ବିହାରରେ ଆଗାମୀ ଦିନରେ ରାଜନୀତି ଆଉ ଗରମ ହେବା ସ୍ପଷ୍ଟ ବାରିହେଇପଡୁଛି । ନୀତୀଶ କୁମାରଙ୍କ ଅନୁଭବ ଓ ସମ୍ରାଟ ଚୌଧୁରୀଙ୍କ ନୂଆ ଆକାକ୍ଷା ମଧ୍ୟରେ ବିହାରର ରାଜନୈତିକ ଭବିଷ୍ୟତକୁ ନିର୍ଦ୍ଧାରଣ କରିପାରେ ।