ନମୋହନ ସାମଲ ଅଧ୍ୟକ୍ଷତାରେ ପଞ୍ଚାୟତ ନିର୍ବାଚନ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ।

ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଆଜି ଭୁବନେଶ୍ୱର ସ୍ଥିତ ପାର୍ଟି ଅଫିସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିରେ ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗ ଦେଇଛନ୍ତି।

ବୈଠକର ମୁଖ୍ୟ ଆଲୋଚନା ବିଷୟ ହେଉଛି ଆସନ୍ତା ପଞ୍ଚାୟତ ନିର୍ବାଚନ। ଏହାକୁ ନେଇ ଦଳର ରଣନୀତି ଓ “ବ୍ଲୁ ପ୍ରିଣ୍ଟ୍” ପ୍ରସ୍ତୁତ କରାଯିବ। ସହିତେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ଚାଲିଛି।

ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା, ପୂର୍ବ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବା ଓ ତଳସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ସମନ୍ୱୟ ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଦଳୀୟ କାର୍ଯ୍ୟକ୍ରମଗୁଡ଼ିକର ନିରନ୍ତର ସମୀକ୍ଷା ଓ ଆଲୋଚନା ଚାଲିଛି ଏବଂ ଆଗାମୀ ନିର୍ବାଚନ ପାଇଁ ସଂଗଠନକୁ ସୁଦୃଢ଼ କରାଯାଉଛି ।