
ଧର୍ମଶାଳା ନିର୍ବାଚନମଣ୍ଡଳୀର ଯାତାୟତ ବ୍ୟବସ୍ତକୁ ସୁଦୃଢ କରିବାପାଇଁ କାନପୁର ଛକଠାରୁ ଭୁବନପୁର ଆର୍.ଡି. ରାସ୍ତା ପର୍ଯ୍ୟନ୍ତ ନବୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଜାରକା ଗ୍ରାମ୍ୟର ଅଧିକ ସୁବିଧା ଜଣକ କରାଜୀବ ବୋଲି ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୪ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତାର ନବୀକରଣ କରାଯିବ। ରାସ୍ତା କାମ ଶେଷ ହେଲେ ବଡ ଯାନବାହାନ ଯାତାୟତ ରେ ସୁବିଧା ହେବା ବୋଲି ଆଶାକରାଯାଉଛି। ୧୦ରୁ ଅଧିକ ପଞ୍ଚାୟତର ଲୋକମାନେ ଉନ୍ନତ ଯାତାୟାତ ସୁବିଧା ପାଇବେ। ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ, ବିଭିନ୍ନ ସ୍ତରର ଜନପ୍ରତିନିଧି, ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ପ୍ରକଳ୍ପଟି ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚ୍ଚମାନରେ ସମ୍ପନ୍ନ କରିବାକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଅଞ୍ଚଳବାସୀ ଏହି ପ୍ରକଳ୍ପକୁ ସ୍ୱାଗତ କରିବା ସହ ଏହା ଧର୍ମଶାଳା ଅଞ୍ଚଳର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।