
(ପ୍ରାତଃ କାଳୀନ ନୀତି)
. ଦୁଆର ଫିଟା ଭୋର ୩.୩୦ ରୁ ୪.୦୦ ଘଟିକା
. ମଙ୍ଗଳ ଆରତୀ-ଶ୍ରଦ୍ଧାଳୁ ଭକ୍ତ ଓ ସେବକଙ୍କର ପ୍ରଥମ ଦର୍ଶନ ଏବଂ ଆଳତି ନୀତି।
. ମଇଲମ-ପୂର୍ବ ରାତିର ପୋଷାକ ଏବଂ ଫୁଲ ଓଲ୍ହାଇବା ନୀତି ।
. ଅବକାଶ- ମୁଖ ପ୍ରକ୍ଷାଳନ ଓ ଦର୍ପଣ୍ୟ ସ୍ନାନ ନୀତି ।
. ତଡପ ଉତ୍ତରୀୟ ବେଶ-ଶ୍ରୀଜୀଉଙ୍କୁ ସ୍ନାନପରର ବସ୍ତ୍ର ପରିଧାନ କରାଯାଏ।
ଜଗତ ଠାକୁରଙ୍କ ଦୈନଦିନ ନୀତିକାନ୍ତି
(ମଧ୍ୟାନ ନୀତିକାନ୍ତି)
. ଗୋପାଳ ବଲ୍ଲଭ ଭୋଗ (ମହାପ୍ରଭୁଙ୍କ ଜଳଖିଆ)
. ଖଇକୋରା, କଦଳୀ,ଦହି ଆଦି ପ୍ରଭୁଙ୍କୁ ଲାଗି କରାଯାଏ।
. ସକଳ ଧୂପ- ମହାପ୍ରଭୁଙ୍କ ମୁଖ୍ୟ ଅନ୍ନ ପ୍ରସାଦ (ଖେଚୁଡି କାକରା, ପିଠା)ପ୍ରଭୁଙ୍କୁ ଅର୍ପଣ କରାଯାଏ ।
. ଭୋଗ ମଣ୍ଡପ ଭୋଗ- ବହୁତ ପରିମାଣରେ ମହାପ୍ରସାଦ ଭୋଗ ମଣ୍ଡପରେ ଥୋଇ ପ୍ରଭୁଙ୍କୁ ଅର୍ପଣ କରାଯାଏ।
. ମଧ୍ୟାନ ଧୂପ- ଦ୍ବିତୀୟ ମୁଖ୍ୟ ଅନ୍ନ ପ୍ରସାଦ ପୂଜା ମଣ୍ଡପ ଦ୍ବାରା ପ୍ରଭୁଙ୍କୁ ଅର୍ପଣ କରାଯାଏ।
ଜଗତ ଠାକୁରଙ୍କ ଦୈନଦିନ ନୀତିକାନ୍ତି
(ରାତ୍ରିକାଳୀନ ନୀତି)
. ସନ୍ଧ୍ୟା ଧୂପ- ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଆରତୀ ଦର୍ଶନ ଓ ନୀତି
. ସନ୍ଧ୍ୟା ଧୂପ- ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କୁ ନାନାଦି ଓ ଅନ୍ନ ପ୍ରସାଦ ଲାଗି କରାଯାଏ।
. ଚନ୍ଦନ ଲାଗି- ମହାପ୍ରଭୁଙ୍କ ଶରୀରକୁ ଶୀତଳ ରଖିବା ପାଇଁ ସୁଭାଷିତ ଚନ୍ଦନ ଲାଗି କରାଯାଏ।
. ବଡସିଂହାର ବେଶ- ରାତିରେ ଶୟନ ପୂର୍ବରୁ ମହାପ୍ରଭୁଙ୍କୁ ରେଶମୀ ବସ୍ତ୍ର ଓ ଫୁଲ ଅଲଙ୍କାରରେ ସଜାଯାଏ।
. ବଡସିଂହାର ଭୋଗ- ବଡସିଂହାର ବେଶ ପରେ କ୍ଷୀର ପିଠା ଇତ୍ୟାଦି ହାଲୁକା ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଏ।
. ପାହୁଡ ନୀତି- ଏହା ମହାପ୍ରଭୁଙ୍କ ଶୟନ ନୀତି, ଏହି ନୀତି ପରେ ମନ୍ଦିର ଦ୍ବାର ମୁଦ କରାଯାଏ।