ଇରାନ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଆମେ ସେମାନଙ୍କୁ ପରାସ୍ତ କରିବୁ

ୱାସିଂଟନ ଇରାନ ସହିତ ଭଲ ଆଲୋଚନା କରୁଛି ଏମିତି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ଚୁକ୍ତିନାମା ଆଡ଼କୁ ଯାଇପାରିବ। ତେବେ ସେ ଚେତାବନୀ ଦେଇଛନ୍ତି ଯେ, ଯଦି କୂଟନୀତି ବିଫଳ ହୁଏ ତେବେ ଆମେରିକା ପୁଣି ଥରେ ସାମରିକ ଆକ୍ରମଣ ଆରମ୍ଭ କରିବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ, ଚୁକ୍ତିର ସମ୍ଭାବନା ଅଛି, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ମଧ୍ୟ ଖୋଲା ରହିଛି। ଆମେ ଭଲ ଆଲୋଚନା କରୁଛୁ,ମୁଁ ଭାବୁଛି କିଛି ଘଟିବାର ଏକ ଭଲ ସମ୍ଭାବନା ଅଛି, ଏବଂ ଯଦି ଏହା ହୁଏ, ତେବେ ଭଲ। ଯଦି ଏହା ନ ହୁଏ, ତେବେ ଆମେ ଦୁଇ ଦିନ ପୂର୍ବରୁ ଯାହା କରୁଥିଲୁ ତାହା ପୁଣି କରିବୁ ।

ମିଶିଗନରେ ଏକ ପ୍ରଚାର ରାଲିକୁ ସମ୍ବୋଧିତ କରି ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଥିଲେ ଯେ, କେବଳ ପ୍ରଲୋଭନରେ ଇରାନକୁ ମନାଈହବନି । ସେ କହିଥିଲେ ସେମାନଙ୍କୁ ଲାଞ୍ଚ ଦେଇହେବ ନାହିଁ। ସେମାନଙ୍କୁ ପରାସ୍ତ କରିବାକୁ ପଡିବ। ଆଗକୁ କ’ଣ ହେଉଛି ତାହା ଆମେ ଦେଖୁଛୁ। ଏବେ ଆମେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଛୁ। ଟ୍ରମ୍ପଙ୍କ ମନ୍ତବ୍ୟ ସତ୍ତ୍ୱେ, ସମଗ୍ର ଅଞ୍ଚଳରେ ଜୋରଦାର ଉତ୍ତେଜନା ବୃଦ୍ଧି ପାଇଛି।

ସାଉଦି ଆରବ, ଜୋର୍ଡାନ ଏବଂ ଇରାକରେ ଡ୍ରୋନ୍ ଆକ୍ରମଣ ରିପୋର୍ଟ ହୋଇଛି, ଯାହା ସୂଚାଇ ଦେଉଛି ଯେ, ଆମେରିକାର ବୋମା ମାଡ଼ ଅଭିଯାନ ବନ୍ଦ ହେବା ସତ୍ତ୍ୱେ ଶତ୍ରୁତା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇନାହିଁ। ପ୍ରାୟ ପାଞ୍ଚ ମାସର ମୁକାବିଲା ପରେ, ଟ୍ରମ୍ପ ଶନିବାର ହଠାତ୍ ତାଙ୍କ ନୀତିକୁ ପରିବର୍ତ୍ତନ କରି ଇରାନ ଉପରେ ଦୁଇ ସପ୍ତାହ ଧରି ଜାରି ରହିଥିବା ବିମାନ ଆକ୍ରମଣ ବନ୍ଦ କରିଛନ୍ତି।

ଇରାନ କହିଛି, ଆମେ କୂଟନୀତିର ପଥ ପରିତ୍ୟାଗ କରିନାହୁଁ, କିନ୍ତୁ ୱାସିଂଟନ ସହିତ ଆଲୋଚନା କରିବାକୁ ଚେଷ୍ଟା କରୁଥିବା ରିପୋର୍ଟକୁ ଖଣ୍ଡନ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି ଯେ, ମଧ୍ୟସ୍ଥିଙ୍କ ମାଧ୍ୟମରେ ବାର୍ତ୍ତା ଆଦାନପ୍ରଦାନ କରାଯାଉଛି ।