ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଅନ୍ଵେଷଣ ଥିଏଟର ଗ୍ରୁପର ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ ପାଳିତ

Aids Day celebration in Jajpur

ଆଜି ବିଶ୍ୱ ଏଡସ୍ ଦିବସ । ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଅନ୍ଵେଷଣ ଥିଏଟର ଗ୍ରୁପର ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀ ଛକରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନ୍ଵେଷଣ ଥିଏଟର ଗ୍ରୁପ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତା ପ୍ରଦାନ କ୍ରଯାଇଥିଲେ । ପରେ ସିଡ଼ିଏମଓ କାର୍ଯ୍ୟଳୟସ୍ଥିତ ସଭାଗୃହରେ ଏକ ସଭା ଆୟୋଜନ ହୋଇଥିଲା l

ନିଜେ ସଚେତନ ହୋଇ ଅନ୍ୟକୁ ସଚେତନତା କରିବା ଉପରେ ଏହି ସଭାରେ ଗୁରୁତ୍ୱ ଆରୋପ କରାଯିବା ସହ ବକ୍ତାମାନେ ଏହି ରୋଗର ଭୟାଭହତା ଉପରେ ଆଲୋକପାତ କରିଥିଲେ ।

Comments

One response to “ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଅନ୍ଵେଷଣ ଥିଏଟର ଗ୍ରୁପର ମିଳିତ ସହଯୋଗରେ ବିଶ୍ୱ ଏଡସ୍ ଦିବସ ପାଳିତ”

  1. Зарегистрируйтесь, чтобы получить 100 USDT Avatar

    I don’t think the title of your article matches the content lol. Just kidding, mainly because I had some doubts after reading the article.

Leave a Reply

Your email address will not be published. Required fields are marked *