ରାସ୍ତାର ମରାମତି କେବେ ? ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଲୋକେ

କେନ୍ଦୁଝର ଜିଲ୍ଲା ସହର ଘୁଟୁର ଛକରୁ କେନ୍ଦୁଝରଗଡ଼ ଷ୍ଟେସନ ରାସ୍ତା ମରଣଯନ୍ତା ପାଲଟିଛି । ଖରା ଦିନରେ ବି ରାସ୍ତା ପାଣି ଓ କାଦୁଅରେ ଭରି ରହୁଛି । ସ୍କୁଲ ଛାତ୍ରଛାତ୍ରୀ, ଲୋକେ, ଯାତ୍ରୀ ଯାଆସ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟୁଛି ।

ଘୁଟୁର ଛକରୁ ଷ୍ଟେସନ ଯାଏ ମୁଖ୍ୟ ରାସ୍ତାର ମରାମତି କେବେ ହେବ । ରେଳ ବିଭାଗ ଏ ଦିଗରେ ଅବହେଳା କରୁଛି କି । ସ୍ଥାନୀୟ ସରପଞ୍ଚ ଓ ପଂଚାୟତବାସୀ ଅନେକ ଥର ଲିଖିତ ଅଭିଯୋଗ କଲେଣି ତଥାପି ଏ ଦିଗରେ କୌଣସି ପଦକ୍ଷେପ ନେଉନି ବିଭାଗ ।

ରାସ୍ତାର ତୁରନ୍ତ ମରାମତି ଦାବି କରିଛନ୍ତି ଲୋକେ । ବିଳମ୍ବ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେପଟେ, ଏ ନେଇ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *