ୟୁଜର୍ସଙ୍କ ବିରୋଧ ପରେ ମା’ କାଳୀଙ୍କ ପୋଷ୍ଟ ଡିଲିଟ୍ କଲା ୟୁକ୍ରେନ

ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ହିନ୍ଦୁ ବିରୋଧୀ ଘଟଣା। କେଉଁଠି ମନ୍ଦିର ଭଙ୍ଗା ଯାଉଛି ତ ପୁଣି କେଉଁଠି ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି। ଏହି ସବୁ ଭିତରେ ରୁଷ ଓ ୟୁକ୍ରେନ ଭିତରେ ଜାରି ଯୁଦ୍ଧରେ ସର୍ବସ୍ବନ୍ତ ହୋଇସାରିଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁ ଦେବୀ ମା’ କାଳୀଙ୍କ ବିବାଦୀୟ ଛବି ସେୟାର କରାଯାଇଛି।  ମନ୍ତ୍ରଣାଳୟର ଟ୍ୱିଟରରେ ସେୟାର ହୋଇଥିବା ଫଟୋରେ ଧୂଆଁର ଆସ୍ତରଣକୁ କାଳୀଙ୍କ ସ୍କର୍ଟ ରୂପେ ଦେଖିବାକୁ ମିଳିଛି। ଅବଶ୍ୟ ପୋଷ୍ଟକୁ ନେଇ ବିରୋଧ ପରେ ସେହି ପୋଷ୍ଟକୁ ଡିଲିଟ କରି ଦିଆଯାଇଛି।

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟରରେ ଦୁଇଟି ଫଟୋ ସେୟାର କରାଯାଇଥିଲା। ଗୋଟିଏରେ ଧୂଆଁର ବେଲୁନ ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ଧୂଆଁ ଭିତରେ କାଳୀଙ୍କୁ ଦେଖିବାକୁ ମିଳିଛି, ଯେଉଁ ଧୂଆଁ କାଳିଙ୍କ ସ୍କର୍ଟ ଭାବେ ଦେଖାଯାଉଛି। କାଳୀଙ୍କ ଜିଭ ବାହାରି ଆସିଛି ଓ ବେକରେ ଲମ୍ବିଛି ମୁଣ୍ଡମାଳ। ମୁଣ଼୍ଡରେ ଅଳ୍ପ ଚୁଟି ଥିବା ବେଳେ ସେସବୁ ଉଡୁଛି। ଫଟୋ ସେୟାର କରିବା ସହ ମନ୍ତ୍ରଣାଳୟ ପକ୍ଷରୁ ୱାର୍କ ଅଫ ଆର୍ଟ କ୍ୟାପ୍ସନ ଲେଖାଯାଇଛି।

ତେବେ ଏହି ପୋଷ୍ଟକୁ ନେଇ ୟୁଜର୍ସଙ୍କ ପ୍ରବଳ ବିରୋଧ ପରେ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟକୁ ଡିଲିଟ କରି ଦିଆଯାଇଛି।

Comments

Leave a Reply

Your email address will not be published. Required fields are marked *