ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ୍, ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

କେନ୍ଦୁଝର ଜିଲ୍ଲା ଜଗମୋହନପୁର ଛକ ପଟ୍ଟାଙ୍ଗରେ ଅଙ୍ଗୁର ବୋଝେଇ ଟ୍ରକ୍ ଓଲଟିଲା । ରାୟପୁରରୁ ଅଙ୍ଗୁର ବୋଝେଇ ଭର୍ତ୍ତି ଟ୍ରକ୍ କୋଲକାତା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନ୍ୟ ଏକ ଟ୍ରକ୍ ଓଭରଟେକ୍ କରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ଘଟଣାରେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *