
ଘନ ଘନ ସାଇରନ ଭିତରେ କମ୍ପିଉଠିଥିଲା ପାରାଦୀପ। କମ୍ପାନୀ ସାରା ଦୌଡୁଥିଲା ଆମ୍ବୁଲାନ୍ସ। ବନ୍ଦର ନଗରୀର ରାସ୍ତାରେ ତିଆରି ହୋଇଥିଲା ଗ୍ରୀନ କରିଡର ଓ କମ୍ପାନୀ ରୁ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଆହତ ଶ୍ରମିକମାନଙ୍କୁ। ତେବେ ଏହା କୌଣସି ବିସ୍ଫୋରଣ ବା ଗ୍ୟାସ ଲିକ ଜନିତ ଦୁର୍ଘଟଣା ନ ଥିଲା। ଥିଲା ମକଡ୍ରିଲ। ଦ୍ରୁତ ଶିଳ୍ପାୟନ ପାଇଁ ଅନେକ ସମୟରେ ବିଭିନ୍ନ କାରଖାନାମାନଙ୍କରେ ଯାନ୍ତ୍ରିକ ତ୍ରୁଟି ବା ବିଷାକ୍ତ ରାସାୟନିକ ନିର୍ଗମନରୁ ଆକସ୍ମିକ ବିପର୍ଯୟ ଘଟୁଛି।
ଏହାକୁ ପ୍ରତିହତ କରିବାକୁ ଜାତୀୟସ୍ତରରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ଯ। ଗୁରୁବାର ଦିନ, ବନ୍ଦର ନଗରୀ ପାରାଦ୍ଵୀପରେ ହୋଇଯାଇଛି ମକଡ୍ରିଲ। ପାରାଦୀପରେ ଗଛିତ ଅଛି ୧ ଲକ୍ଷ ୨୦ ହଜାର ଟନ୍ ର ଆମୋନିଆ ଗ୍ୟାସ ସହିତ ବହୁ ମାରାତ୍ମକ କେମିକାଲ। ଯଦି କୌଣସି ଦୁର୍ଘଟଣା ହୁଏ ଧନଜୀବନକୁ କିପରି ସୁରକ୍ଷିତ ରଖାଯାଇ ପାରିବ ତାକୁ ନେଇ ତାଲିମ ଦିଆଯାଇଛି।
ଏଥିରେ ଇଫକୋ ସାର କାରଖାନା ସମେତ ୪ ଟି ଶିଳ୍ପସଂସ୍ଥାର ସୁରକ୍ଷା କର୍ମୀ ଓ ଟେକନିସିଆନଙ୍କୁ ଅଗ୍ନିଶମ ବିଭାଗ, ଏନ ଡ଼ି ଆର ଏଫ ପକ୍ଷରୁ ତାଲିମ ଦିଆଯାଇଛି। ଗ୍ୟାସ ଲିକ ରୋକିବା ଏବଂ ଏହାର ମରାମତି ଓ ଗ୍ୟାସ ଲିକ ଜନିତ ଦୁର୍ଘଟଣା ର ଶିକାର ହୋଇଥିବା କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାର କଳାକୌଶଳ ପ୍ରଦର୍ଶନ କରାଯାଇଛି l
ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅସନବଣୀ ସ୍ଥିତ ଡ଼ାଇନା ଫୋମସ ଶିଳ୍ପାଞ୍ଚଳ ପରିସରରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏହି ମୋକଡ୍ରିଲରେ ଓଡ୍ରାଫ୍ଟ ଟିମ,ଅଗ୍ନିଶମ ବିଭାଗ, ଟାଟା ପାୱାର ପରି ସଂସ୍ଥା ସାମିଲ ହୋଇ ପ୍ରଶିକ୍ଷଣ ଦେଇଛନ୍ତି।
ଭୋପାଳ ଗ୍ୟାସ ଦୁର୍ଘଟଣା ତଥା ବିଭିନ୍ନ କମ୍ପାନୀରେ ଘଟୁଥିବା ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏହି ମକଡ୍ରିଲର ଆୟୋଜନ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ କରାଯାଉଛି। ଏଥିରେ ଉଭୟ ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।
Can you be more specific about the content of your article? After reading it, I still have some doubts. Hope you can help me.