ପୁଣି ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା

ଅଷ୍ଟ୍ରେଲିଆରେ ପୁଣି ଥରେ ହିନ୍ଦୁ ମନ୍ଦିର ଭାଙ୍ଗିବାର ଖବର ସାମ୍ନାକୁ ଆସିଛି। ପଶ୍ଚିମ ସିଡନୀର ରୋଜହିଲ ଉପନଗରର ସ୍ଥିତ ବାପ୍ସ ସ୍ୱାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା ଖବର ଆସୁଛି। ଶୁକ୍ରବାର ବାପ୍ସ ସ୍ୱାମୀନାରାୟଣ ମନ୍ଦିର ଉପରେ ଖଲିସ୍ଥାନୀ ସମର୍ଥକମାନେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ମନ୍ଦିର ଗେଟରେ ଖଲିସ୍ଥାନୀ ପତାକା ଟାଙ୍ଗିଦେଇଥିଲେ। ଶୁକ୍ରବାର ସକାଳୁ ପୂଜା କରିବାକୁ ପୂଜକ ପହଞ୍ଚି ଦେଖିଲେ କି, ମନ୍ଦିରର କାନ୍ଥ ଭଙ୍ଗା ଯାଇଥିଲା ଓ ଖଲିସ୍ଥାନୀ ପତାକା ଟଙ୍ଗାଯାଇଥିଲା।

ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆରେ ଏକାଧିକ ଥର ମନ୍ଦିର ଭଙ୍ଗାଯିବାର ବହୁ ନଜିର ରହିଛି। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ମେଲବର୍ନରେ ବାପ୍ସ ସ୍ୱାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା।  ୧୨ଜାନୁଆରୀ ସକାଳୁ ମେଲବର୍ନର ଉତ୍ତର ଉପନଗର ମିଲ ପାର୍କରେ ଥିବା ସ୍ୱାମୀନାରାୟଣ ମନ୍ଦିରରେ ଖାଲିସ୍ଥାନୀ ସମର୍ଥକମାନେ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ଏଥିସହ, ମନ୍ଦିର କାନ୍ଥରେ ଭାରତ  ବିରୋଧୀ ନାରା ଲେଖାଯାଇଥିଲା। ଏଥିରେ ଖଲିସ୍ଥାନୀ ସମର୍ଥକମାନେ ଆତଙ୍କବାଦୀ ଜେନେରାଲ ସିଂହ ଭିଣ୍ଡରାଭାଲେଙ୍କୁ ସହିଦ କହିବା ସହ ପ୍ରଶଂସା କରିଥିଲେ।

ସେହିପରି ଜାନୁଆରୀ  ୧୬ରେ ଭିକ୍ଟୋରିଆ କାରମ  ଡାଉନସ୍ଥିତ ଶ୍ରୀ ଶିବ ବିଷ୍ଣୁ ମନ୍ଦିର ଭାଙ୍ଗିବା ସହ ମନ୍ଦିର କାନ୍ଥରେ ଭାରତ ବିରୋଧୀ ଶ୍ଳୋଗାନମାନ ଲେଖିଥିଲେ। ସେହି ମାସରରେ  ମେଲବର୍ନରେ ଥିବା ଉସ୍କନ ମନ୍ଦିରକୁ  ଭାଙ୍ଗି ହିନ୍ଦୁସ୍ଥାନ ମୁର୍ଦ୍ଦାବାତ ଲେଖାଯାଇଥିଲା। ଏହା ପରେ ମାର୍ଚ୍ଚରେ ବ୍ରିସବାନେରେ ଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର କାନ୍ଥ ଭାଙ୍ଗିଦିଆଯାଇଥାଲା।

ରିପୋର୍ଟରେ କୁହାଯାଇଥିଲା କି ମନ୍ଦିରର କାନ୍ଥରେ ବିନାଶ ଓ ଘୃଣାକାରୀ  ଲେଖା ଲେଖା ଯାଇଥିଲା। ଏହି ଆକ୍ରମଣକୁ ସେଠାରେ ବାସ କରୁଥିବା ହିନ୍ଦୁ ତଥା ମନ୍ଦିର ପ୍ରଶାସନ  ପକ୍ଷରୁ ନିନ୍ଦା କରାଯାଇଥିଲା। ଭାରତ ସରକାର ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

ଏମିତି କି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନେସ ଯେତେବେଳେ ଭାରତ ଆସିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ସ୍ବର ଉଠାଇଥିଲେ। ଏହା ପରେ ଆଲବାନେସ ମୋଦିଙ୍କୁ ଦୋଷୀଙ୍କ ବିରୋଧରେ ବିହୀତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱସ୍ତ କରିଥିଲେ। ଆଲବାନେସ କହିଥିଲେ କି, ଅଷ୍ଟ୍ରେଲିଆ ମୁଖ୍ୟତଃ ଧାର୍ମିକସ୍ଥଳୀରେ କୌଣସି ପ୍ରକାରର ବାହ୍ୟ କାର୍ଯ୍ୟକଳାପ ଓ ଆକ୍ରମଣକୁ ବରଦାସ୍ଥ କରିବ ନାହିଁ।  

ଫେବୃଆରୀରେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର  ଅଷ୍ଟ୍ରେଲିଆ ଗସ୍ତ କାଳରେ ତାଙ୍କ ପ୍ରତିପକ୍ଷ ପେସି ୱଙ୍ଗଙ୍କୁ  ଏହି ପ୍ରସଙ୍ଗରେ ଜଣାଇଥିଲେ। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଜୟଶଙ୍କର।

Leave a Reply

Your email address will not be published. Required fields are marked *