ତାମିଲନାଡୁ: ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ତାମିଲନାଡୁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଭିଲୁପୁରମ୍ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ତିନିଜଣ ମହିଳାଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ରବିବାର ଭିଲୁପୁରମ୍ ଜିଲ୍ଲାର ମାରାକାନାମ ନିକଟ ଏକକିୟାରକୁପ୍ପାମରେ ରହୁଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ମଇ ୧୨ରେ ଚେଙ୍ଗଲପାଟ୍ଟୁ ଜିଲ୍ଲାର ମଦୁରାନ୍ତଗମରେ ଦୁଇ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିଲା ।

ଆଧିକାରୀ ସୂଚନା ମୁତାବକ, ରବିବାର  ବିଷାକ୍ତ ମଦ ପିଇବାରୁ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଅବୈଧ ମଦ ସେବନ ହେତୁ ଏହି ସବୁ ମୃତ୍ୟୁ ଘଟିଥିବା କୁହାଯାଇଛି। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଦୁଇ ଡଜନରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି ଓ ସେମାନେ ସମସ୍ତେ ଏବେ ଭଲ ଅଛନ୍ତି | ଏହି ଘଟଣା ପରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଉତ୍ତର) ଏନ କାନନ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବାର ଆଶ୍ଵସନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ୧୦ ପୀଡିତ ନିଶ୍ଚିତ  ଇଥାନଲ-ମିଥାନୋଲ ପଦାର୍ଥ ସହିତ ବିଷାକ୍ତ ମଦ ସେବନ କରିଥିଲେ।

କାନନ କହିଛନ୍ତି ଯେ ତାମିଲନାଡୁର ଉତ୍ତର ଅଞ୍ଚଳରେ ବିଷାକ୍ତ ମଦ ଯୋଗୁ ଦୁଇଟି ପୃଥକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏଥିସହ ଏପର୍ଯ୍ୟନ୍ତ ପୋଲିସ ଦୁଇଟି ଘଟଣା ମଧ୍ୟରେ ସଂଯୋଗର କୌଣସି ପ୍ରମାଣ ପାଇ ନାହିଁ, କିନ୍ତୁ କୌଣସି ସମ୍ଭାବ୍ୟ ସଂଯୋଗ ଜାଣିବା ପାଇଁ ପୋଲିସ ଗୋଟିଏ ଦିଗରୁ ଖୋଳତାଡ଼ ଅଭିଯାନ ଜାରି ରଖିଛି ।  ଗୋଟିଏ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଏବଂ ଅନ୍ୟଟି ଭିଲୁପୁରମ୍ ଜିଲ୍ଲାରେ ।  ଭିଲୁପୁରମ ଜିଲ୍ଲାର ଅମରନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ନକଲି ମଦ ମଧ୍ୟ ଜବତ କରାଯାଇଛି। ଏଥିରେ ମିଥାନୋଲର ମାତ୍ରା ଜାଣିବା ପାଇଁ ଏହାକୁ ଯାଞ୍ଚ ପାଇଁ  ଲ୍ୟାବକୁ ପଠାଯାଇଛି।

ଚେଙ୍ଗଲପାଟ୍ଟୁ ଜିଲ୍ଲାର ଦ୍ୱିତୀୟ ଘଟଣା ବିଷୟରେ ଆଇଜି ଏନ କାନନ କହିଛନ୍ତି ଯେ, ଏଠାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ  ଜାରି କରାଯାଇଛି । ଏଠାର ଘଟଣାରେ ଅଭିଯୁକ୍ତ ଅମାବାସାଇଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି କି,  ସମସ୍ତ ମୃତକ ନିଶ୍ଚିତ ଭାବରେ ଇଥାନଲ ଏବଂ ମିଥାନୋଲ ମିଶ୍ରିତ ପଦାର୍ଥ ସହିତ ବିଷାକ୍ତ ମଦ୍ୟପାନ କରିଥିବେ ଯାହା ମୃତ୍ୟୁର କାରଣ ହୋଇଛି। ଉଭୟ ଘଟଣାରେ କିଛି ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ଅଭିଯୁକ୍ତଙ୍କୁ ଖୋଜିବା ଏବଂ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଘଟଣା ସମ୍ପର୍କରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଚାରି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

One thought on “ତାମିଲନାଡୁ: ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

  1. I’m really impressed along with your writing abilities as neatly as with the format for your weblog. Is that this a paid subject matter or did you customize it your self? Either way stay up the excellent high quality writing, it is rare to look a great weblog like this one today!

Leave a Reply

Your email address will not be published. Required fields are marked *