Tag: #visit

  • ଗୁରୁପୂର୍ଣ୍ଣିମାରେ ଚଳ ଚଞ୍ଚଳ ବାଲିପଡା ଅଢଙ୍ଗ ମଠ

    ଗୁରୁପୂର୍ଣ୍ଣିମାରେ ଚଳ ଚଞ୍ଚଳ ବାଲିପଡା ଅଢଙ୍ଗ ମଠ

    ଗୁରୁଙ୍କ ପାଇଁ ଦିନ ଟିଏ ଗୁରୁଙ୍କୁ ସ୍ମରଣ କରିବା ସହ ପୂଜାଅର୍ଚ୍ଚନା କରାଜାଏ। ଗୁରୁପୂର୍ଣ୍ଣିମା ବା ବ୍ୟାସ ପୁର୍ଣିମା ଆଷାଢ଼ ପୁର୍ଣିମା ରେ ମହର୍ସିବ୍ୟସ ଦେବଙ୍କ ଜନ୍ମ ଦିନ ହୋଇଥିବା ବେଳେ ଆଜିକୁ ଗୁରୁପୂର୍ଣ୍ଣିମା ଭାବରେ ପାଳନ ହୋଇ ଆସୁଛି। ଏହି ବ୍ୟାସ ପୁର୍ଣିମା ଅବସର ରେ କଟକ ଜିଲ୍ଲା ମହାଙ୍ଗା ବ୍ଲକ ବାଲିପଡା ଠାରେ ଅବସ୍ତିତ ପୂରାଣ ପ୍ରସିଦ୍ଧ ମାଳିକା ବର୍ଣିତ ଅଢଙ୍ଗ ମଠ, ଚଳଚଞ୍ଚଳ ହୋଇ ଉଠିଛି ଏହି ପିଠ। ଏମିତି କି ଓଡିଶା ତଥା କଲିକତା ସମତେ ବହୁ ବାହାରୁ ଭକ୍ତ ଆସି ଏହି ଗୁରୁପୂର୍ଣ୍ଣିମା ଅବସର ର ବାବା ନିର୍ଭୟାନନ୍ଦ ମୋହାରାଜ୍ ଙ୍କୁ ପୂଜାଅର୍ଚନା କରିବା ସହିତ ପ୍ରସାଦ ସେବନ କରିଥିଲେ। ବାବା ନିର୍ଭୟାନନ୍ଦ ମୋହାରାଜ୍ ଏହି ଗୁରୁପୂର୍ଣ୍ଣିମା ରେ ସାମ୍ବାଦିକ ଉତ୍ତମ ପ୍ରସାଦ ରାଉତ, ସାମ୍ବାଦିକ ସତ୍ୟବ୍ରତ ବାରିକ୍,ସାମ୍ବାଦିକ୍ ରମେଶ ମହାନ୍ତି,ସାମ୍ବାଦିକ ବିଜୟ କୁଅଁର ଆଦି ପ୍ରମୁଖ ସାମ୍ବାଦିକ ମାନକୁ ବିଶ୍ୱରୂପା ପୁସ୍ତକ ସହିତ ଉତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

    ଏହି ମଠ ଖାଲି ଗୁରୁପୂର୍ଣ୍ଣିମା ନୁଏ ଏମିତି କି ଦଶହରା ରେ ମା ଦୁର୍ଗା ଧରାପ୍ରୁଷ୍ଟ କୁ ଆସି ଏହି ମଠ ରେ ପୂଜା ପାଇବା ସହ ଭକ୍ତ ମାନକୁ ଦର୍ଶନ ଦେଇଥାନ୍ତି ସେଇ ଭଳି ପବିତ୍ର ଦୀପାବଳି ବା କାଳି ପୂଜା ରେ ମା କାଳୀ ଏହି ପିଠ ରେ ପୂଜାପାଇଥାନ୍ତି ଏହି ପୂଜା ରେ ବାବା ନିର୍ଭୟାନନ୍ଦ ମହାରାଜ୍ ଙ୍କ ଅବଦାନ ବି ଯଥେଷ୍ଟ ରହିଥାଏ ଯୋଉଥି ପାଇଁ ଚଳ ଚଞ୍ଚଳ ହୋଇ ଉଠେ ଏହି ପିଠ ।

  • ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସୁଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ (ଏଲ -୧) ଧନ୍ଦାମୂଳକ ଶିକ୍ଷା ଆଇ.ଟି/ଆଇ.ଟି. ଇ. ଏସ ପକ୍ଷରୁ ହିଞ୍ଜିଳିକାଟୁ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଦର୍ଶନ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ଓ. ସେ. ପା ଏବଂ ଲେବରନେଟ୍ ସରଭିସେଶ୍ ପ୍ରାଇଭେଟ୍ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି l

    ଏହି ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ବାସ୍ତବିକ ଜ୍ଞାନ ବିକାଶରେ ସହାୟକ ହୋଇଛି l ପୁସ୍ତକ ରେ ପଢୁଥିବା ପାଠ ସହିତ ଏହାର ବାସ୍ତବ ଚିତ୍ର ଛାତ୍ର ଛାତ୍ରୀ ଙ୍କୁ ଖୁବ୍ ଉତ୍ସାହିତ କରିବା ସହ ସେମାନଙ୍କ ସୁଚନା ଓ ପ୍ରଯୁକ୍ତି ଜ୍ଞାନର ବିକାଶ କରିଛି l ବିଦ୍ୟାଳୟ ର ଆଇ. ଟି/ଆଇ. ଟି. ଇ. ଏସ ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ହିଞ୍ଜିଳିକାଟୁ ସ୍ଥିତ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଭ୍ରମଣ ପାଇଁ ନେଇଥିଲେ l

    ସେଠାରେ କାର୍ଯ୍ୟାଳୟ ର ମୁଖ୍ୟ ପୋଷ୍ଟ ମାଷ୍ଟର ଶ୍ରୀ ସଦାନନ୍ଦ ଶୂଆର ଏବଂ ଅନ୍ୟ କର୍ମଚାରୀ ଛାତ୍ର ଛାତ୍ରୀ ଙ୍କୁ ସୁଚନା ଓ ପ୍ରଯୁକ୍ତି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ୍ ଯନ୍ତ୍ର ସାହାର୍ଯ୍ୟ ରେ ଗ୍ରାହକ ମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦିଆଯାଏ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ଏହି ପରିଭ୍ରମଣ ରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ଓ ପୁଷ୍ପାଞ୍ଜଳି ସେଠୀ ସହଯୋଗ କରିଥିଲେ l

  • ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଆକ୍ଟିଭ୍

    ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଆକ୍ଟିଭ୍

    ମୋଦୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେପି ଶିବିର। ଆସନ୍ତା ୫ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବଡ଼ଚଣା ନିର୍ବାଚନମଣ୍ଡଳୀର ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡ଼ିଆରେ ଏନେଇ ପ୍ରସ୍ତୁତି ଆରମ୍ଭ ହେଇଛି। ଯାଜପୁର ଚଣ୍ଡିଖୋଲରେ କରିବେ ବିରାଟ ଜନସମାବେଶକୁ ସମ୍ବୋଧନ।

    ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ରହିଛି କଡା ନଜର। ସଭାସ୍ଥଳ ପାଇଁ ଟେଣ୍ଟ ବନ୍ଧା ଚାଲିଛି। ସେପଟେ ଜିଲ୍ଲା ସଭାପତି ଗୌତମ ରାୟ ସଭା ସ୍ଥଳକୁ ଯାଇ ସେଠାରେ ଚାଲିଥିବା ଆୟୋଜନର କରିଛନ୍ତି ସମୀକ୍ଷା। ସେଠାରେ କାର୍ଯ୍ୟରତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

  • ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି। ପରିଦର୍ଶନରେ ଚିକିତ୍ସାଳୟର ସମସ୍ତ ବିଭାଗ ସହିତ ପୁରୁଷ ଓ ମହିଳା ବିଭାଗ ସମେତ ଶିଶୁ, ମାତୃ ବିଭାଗ ବୁଲିବା ସହିତ ଓଟି ରୁମ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଉପଖଣ୍ଡ ଚିକିତ୍ସାଳୟ ଚଳଚଞ୍ଚଳ ହୋଇଉଠିଥିଲା । ରୋଗୀମାନେ ମେଡିକାଲ ଆସି ଚିକିତ୍ସା ପାଇଁ ହନ୍ତସନ୍ତ ହୁଅନ୍ତି ତାହାର ଝଲକ ଦେଖିବାକୁ ମିଳିଥିଲା । ଅବ୍ୟବସ୍ଥିତ ଅବସ୍ଥାରେ ରୋଗୀଙ୍କୁ ମେଡିକାଲ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ।

    ତେବେ ଏତେସବୁ ଅବ୍ୟସ୍ଥା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍ ପରିଦର୍ଶନରେ ଆସିଥିବା ବେଳେ ମେଡିକାଲ କତୃପକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ତତ୍ପର ହୋଇଉଠିଥିଲେ । ହେଲେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ପାଖ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି । ହେଲେ ଚିକିତ୍ସାଳୟରେ ସେହିଭଳି କୌଣସି ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳୁନାହିଁ । ଲୋକେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଇପାରୁ ନଥିବା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ଉପରେ ଦୃଷ୍ଟି ନଦେଇ ଏହି ପରିଦର୍ଶନ ସାରି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ଏଥିରେ କୌଣସି ସୁଧାର ଆସିନାହିଁ ।

    ଯାହାହକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମେଡିକାଲ ପରିସରରେ ସରକାରଙ୍କ ନିରାମୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ସରକାରୀ ନିୟମ ଅନୁଯାଇ, କୌଣସି ନିଜସ୍ୱ ମେଡ଼ିସିନ ଷ୍ଟୋର ପାଇଁ ଅନୁମତି ନଥିଲେ ମଧ୍ୟ ମେଡ଼ିସିନ ଷ୍ଟୋର କାହା ସ୍ୱାର୍ଥରେ ଅଛି ବୋଲି ପ୍ରଶ୍ନ ଉଠିଛି । ସେହିଭଳି ମେଡିକାଲର ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ନିମନ୍ତେ ଆସୁଥିବା ମେଡ଼ିସିନ ରୋଗୀ ମାନେ ପାଇପାରୁ ନଥିବା ବେଳେ ନିକଟରେ ଥିବା ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣୁଛନ୍ତି । ଏ ବିଷୟରେ ବାର ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଏକପ୍ରକାର ଆଖି ବୁଜି ଦେଇଛନ୍ତି ।

  • ମୁଖ୍ୟମନ୍ତ୍ରୀଙ୍କ ପାରାଦୀପଗ୍ରସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

    ମୁଖ୍ୟମନ୍ତ୍ରୀଙ୍କ ପାରାଦୀପଗ୍ରସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

    ଜଗତସିଂହପୁରର ପାରାଦୀପରେ ଓଡିଶାର ଷ୍ଟିଲ ପ୍ଲାଣ୍ଟ ସ୍ବପ୍ନ ସାକାର ହେବାକୁ ଯାଉଛି। ଆସନ୍ତା କାଲି ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିପ୍ୟାଡ ସ୍ଥାନ ଓ ଷ୍ଟେଜ ପାଇଁ ଜାଗା ଚିହ୍ନଟ ସରିଛି। ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି। ଜଗତସିଂହପୁର ଏସପି , ପାରାଦ୍ଵୀପ ଡିଏସପି ଓ ପାରାଦ୍ୱୀପର ସମସ୍ତ ଆଇଆଇସି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିଛନ୍ତି। ସଭାସ୍ଥଳକୁ ଆସିବାକୁ ଥିବା ଯାନବାହନ ଚଳାଚଳ ଯେମିତି ସୁଗମ ହେବ ତାକୁ ନେଇ ବ୍ୟବସ୍ଥା କରାଯାଇଛି। ଏଥିସହ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି ଜିଲ୍ଲା ପୋଲିସ

    ସେପଟେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସ୍ବପ୍ନ ର ପାରାଦ୍ଵୀପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ସମୃଦ୍ଧ କରିବା ପାଇଁ ନେଇଥିବା ସଙ୍କଳ୍ପ ଆଜି ପୂରଣ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି। ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଚନ୍ତି।

    ଏଠାରେ କହି ରଖୁ କି, ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ବାର୍ଷିକ ୧୩:୨ ମିଲିୟନ ମେଟ୍ରିକ୍ ଟନ ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ ଜେଏସଡବ୍ଲ୍ୟୁ । ଏଥିପାଇଁ ୨୯୫୦:୫୧ ଏକର ଜମି ଅଧିଗ୍ରହଣ ସରିଥିବା ବେଳେ , ପରିବେଶ ମଞ୍ଜୁରୀ ମଧ୍ଯ ମିଳିସାରିଛି। ଏଥିରେ ୨୬୭୭:୮୦ ଏକର ଜଙ୍ଗଲ ଜମି, ୨୭୨:୫୧ ଏକର ଚାଷ ଜମି ରହିଛି । ଏହି ପ୍ରକଳ୍ପ ପାଇଁ ଜେଏସଡବ୍ଲ୍ୟୁ ପକ୍ଷରୁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ , ଯାହା ଦ୍ବାରା ସ୍ଥାନୀୟ ଲୋକଙ୍କ ଆଶା ଓ ଅଭିଳାଷ ପୂରଣ ହେବ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି ।

  • ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ଦିନିକିଆ ବଲାଙ୍ଗୀର ଗ୍ରସ୍ତ ରେ ରହିଥିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ।ଗତକାଲି ପୂର୍ବାହ୍ନରେ ନୂଆପଡ଼ା ଜିଲାରୁ ଆସି ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ । କୁପୋଷଣଠାରୁ ଶିଶୁ ମାନଙ୍କଠାରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ । ଏହା ପରେ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ତଥା ରାଷ୍ଟ୍ରୀୟ ଶିକ୍ଷାନୀତି ବିଷୟରେ ଉଦ୍ବୋଧନ ଦେଇଥିଲେ । ପରେ ମିଶନ ଶକ୍ତି ମହିଳାମାନଙ୍କୁ ଭେଟି ଶାଢୀ ର ପ୍ରଚାରପ୍ରସାର ସହ ଉଚ୍ଚକୋଟିର ଡିଜାଇନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇବାକୁ ପରାମର୍ଶ ଦେଇଥିଲେ ।

    ଏହା ପରେ ଖପ୍ରାଖୋଲର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ବ୍ୟବହାର ଭଲ କଲେ ଜଣେ ରୋଗୀ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହ ରୋଗ ର ପ୍ରଭାବ କମିଥାଏ ବୋଲି ଉପସ୍ଥିତ ଡାକ୍ତର ମାନଙ୍କୁ ଜଣେଇଥିଲେ । ମଧ୍ୟାନ ଭୋଜନ ପୂର୍ବରୁ ସେ ହରିଶଙ୍କର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଉଳବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

  • କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦିନିକିଆ ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତ

    କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦିନିକିଆ ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତ

    କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦିନିକିଆ ଚିଲିକା ନିର୍ବାଚନମଣ୍ଡଳି ଗସ୍ତ । ଶ୍ରୀ ରୁପାଲା ଗତକାଲି ମଧ୍ୟାହ୍ନରେ ବାଲୁଗାଁ ଚିଲିକା କୂଳ ଜେଟିରେ ପହଞ୍ଚି ଏକ ସରକାରୀ ସଭାରେ ଯୋଗଦେଇଥିଲେ । କେନ୍ଦ୍ର ସରକାରଙ୍କ ସାଗର ପରିକ୍ରମା ଯୋଜନା ଅନ୍ତର୍ଗତ ଆୟୋଜିତ ଏହି ଗସ୍ତରେ ଶ୍ରୀ ରୁପାଲା ଚିଲିକା କୂଳ ମାଛ ମାର୍କେଟ ବୁଲିବା ସହ ବହୁ ମତ୍ସ୍ୟଜୀବିଙ୍କ ସହ ଆଲୋଚନା କରିଥିଲେ । ସଭାରେ ବହୁ ମତ୍ସ୍ୟଜୀବିଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ଅବଗତ କରାଇଥିଲେ । ଭାରତ ସରକାର ମତ୍ସ୍ୟଜୀବିଙ୍କ ଉନ୍ନତି ପାଇଁ ସଦାବେଳେ ବଦ୍ଧ ପରିକର ବୋଲି କହିଥିଲେ ଶ୍ରୀ ରୁପାଲା । ଏହାପରେ କେନ୍ଦ୍ରମନ୍ତ୍ରୀ ନଈରୀ ଗ୍ରାମରେ ଏକ ବିଶାଳ ମତ୍ସ୍ୟଜୀବି ସମ୍ମିଳନୀରେ ଯୋଗଦେଇ ମତ୍ସ୍ୟଜୀବିମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଜନହିତକାରି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।

    ପରିଶେଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ସିଙ୍ଗେଶ୍ୱର ପଞ୍ଚାୟତ ମଠପୁର ଗ୍ରାମର ମତ୍ସ୍ୟଜୀବି ତୋଫାନ ବେହେରାଙ୍କ ଘରକୁ ଯାଇ ଭୋଜନ କରିଥିଲେ ଏବଂ ତାଙ୍କ ପରିବାର ସହ ମତ ବିନିମୟ କରିବା ସହ ହାଲଚାଲ ପଚାରି ବୁଝିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳି ସାତପଡ଼ା ଅଭିମୁଖେ ଗସ୍ତ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା ସମ୍ବିତ ପାତ୍ର ଉପସ୍ଥିତ ଉପସ୍ଥିତ ଥିଲେ ।