Tag: #Sundargarh

  • ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ବନଖଣ୍ଡ ତରଫରୁ ୭୬ ତମ ବନ ମହୋତ୍ସବ ପାଳିତ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଲଲେଇ ନିକଟରେ ଥିବା ବଣାଇଁ ବନବିଭାଗର ନୂତନ ଖେଳପଡିଆ ଠାରେ ୭୬ ତମ ବନ ମହୋତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ମାଆ ପାଇଁ ଗଛଟିଏ” ର ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି ଚାରାଗଛ ରୋପଣ କରିଥିଲେ । ଏହି ଚାରା ରୋପଣ ବେଳେ ବଣାଇଁ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂଗ୍ରକ୍ଷକ ପି. ରାମାଶ୍ବାମୀ, ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର, ଏସିଏଫ ନଲିନୀ କାନ୍ତ ବେହେରା, ରେଞ୍ଜର ଦେବାଶିଷ ନାୟକ,ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି,ପ୍ରତାପ କୁମାର ସାହୁ, ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ, ଭିଏସଏସ ସଭାପତି ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

  • ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାର ୩୬ ଘଣ୍ଟା ଭିତରେ ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ । ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ । ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଯୋଜନାବଦ୍ଧ ଭାବେ ସୌମ୍ୟାମୟୀଙ୍କୁ ହତ୍ୟା କରିଥିଲେ ସ୍ବାମୀ ଦେବେନ ବେହେରା। ଦେଖନ୍ତୁ ଏହି video ଟିକୁ କିପରି ଅଭିନୟ କରୁଛି ସୈତାନ ସ୍ବାମୀ | ଆଖି ଛଳ ଛଳ କରି କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା।

    ସୂଚନାନୁସରେ , ୨୦୨୩ ଫେବ୍ରୁଆରୀ ମାସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ଦେବେନଙ୍କ ର ବିବାହ ହୋଇଥିଲା । ବିବାହାକୁ ବର୍ଷେ ନପୁରୁଣୁ ଘଟିଗଲା ଏଭଳି ଘଟଣା | ବୁଧବାର ବିଳମ୍ବିତ ରାତିରେ ଗୁଳିର ଶିକାର ହୋଇଥିଲେ ସୌମ୍ୟାମୟୀ ବେହେରା । ହଠାତ୍ ବିଳମ୍ବିତ ରାତିରେ କେହି ତାଙ୍କ ଘରର କବାଟ ବାଡ଼େଇ ଥିଲେ। କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସୌମ୍ୟାମୟୀଙ୍କୁ ଧରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ |ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି । ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୃଜେଶ ରାୟ ଓ ଏସପି ନୀତେଶ ବାଘବାନୀ |

    ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନଙ୍କ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ । ସେପଟେ ମୃତା ମହିଳାଙ୍କର ବାପା ଲିଖିତ ଅଭିଯୋଗ କରିବା ସହ ଜ୍ବାଇଁ ଉପରେ ସନ୍ଦେହ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିଶ ଅଭିଯୁକ୍ତ ସ୍ଵାମୀ ଦେବେନ ବେହେରାକୁ ରାଉରକେଲା ଆଣି ପଚରା ଉଚରା କରିବା ପରେ ସମସ୍ତ ସତ୍ୟାସତ୍ୟ ଓଗାଳି ଦେଇଥିଲା | ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି । ବୁଦ୍ଧିଜୀବୀ ମହଲରେ ପୋଲିଶର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

  • ୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ

    ୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ

    ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୩କୁ ବୃଦ୍ଧି ପାଇଛି । ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ମହଜୁଦ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହାସହ ଲୋକଙ୍କୁ ସଚେତନ କରାଯିବା ସହ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇରହିଛନ୍ତି । ସେହିଭଳି ଜିଲ୍ଲପାଳଙ୍କ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସମସ୍ତ ଏଏନଏମ , ପିଏସଚସି ଓ ସିଏଚସି ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ଥିତିକୁ ନଜରରେ ରଖି ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

  • ରାଜ୍ୟରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ

    ରାଜ୍ୟରେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ

    ରାଜ୍ୟରେ ଏବେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ଗୋଟୋଏ ପରେ ଗୋଟାଏ ରୋଗୀ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ବଢୁଛି ଚିନ୍ତା । ସୁନ୍ଦରଗଡ଼ରେ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ମାମଲା ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ରହିଥିବା କହିଛନ୍ତି ଭାରପ୍ରାପ୍ତ ସିଡିଏମଓ କାହ୍ନୁଚରଣ ନାୟକ । ମ଼ତ ରୋଗୀ ଜଣଙ୍କ ସ୍କ୍ରବ ଟାଇଫସ ରୋଗରେ ପୀଡିତ ହେବା ପରେ ପାଖାପାଖି ୨୦ ଦିନ ଧରି ଆଇସିୟୁରେ ଚିକତ୍ସିତ ହେଉଥିଲେ । ଏତଦବ୍ୟତୀତ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଭାରପ୍ରାପ୍ତ ସିଡିଏମ୍ଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲାରେ ସର୍ବାଧିକ ମାମଲା ଦେଖିବାକୁ ମିଳିଛି । ଦୁଇ ସପ୍ତାହ ମଧ୍ୟରେ ବରଗଡ ଜିଲ୍ଲାରେ ଏହି ରୋଗରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବରଗଡ ନୁହେଁ ସୁନ୍ଦରଗଡ, କେନ୍ଦୁଝର, ନବରଙ୍ଗରପୁର ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସ ମାମଲା ଚିହ୍ନଟ କରାଯାଇଛି । ଏଥିରୁ ସତର୍କ ରହିବା ପାଇଁ ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଚିଗର ନାମକ ଏକ ନାଲି କୀଟ କାମୁଡିବା ଦ୍ୱାରା ଏହି ସ୍କ୍ରବ ଟାଇଫସ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବ କଷ୍ଟକର । ଏଥିରେ ଜ୍ୱର ଲାଗି ରହିଥାଏ । ଆଂଠୁଗଣ୍ଠି ଘୋଳାବିନ୍ଧା, ସହ କିଡନୀ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ସତର୍କ ରହିବା ଜରୁରୀ ।

  • ଟଙ୍କା ପାଇଁ ଗୁଳିମାଡ଼, ଛେଳି ବେପାରୀଙ୍କ ଗଲା ଜୀବନ

    ଟଙ୍କା ପାଇଁ ଗୁଳିମାଡ଼, ଛେଳି ବେପାରୀଙ୍କ ଗଲା ଜୀବନ

    ଟଙ୍କା ପାଇଁ ଗୁଳିମାଡ଼ । ଏଥିରେ ଜଣଙ୍କ ଜୀବନ ବି ଚାଲିଯାଇଛି । ସକାଳୁ ସକାଳୁ ଏଭଳି ଏକ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ ଘଟିଥିଲା । ଦୁର୍ବୃତ୍ତମାନେ ଜଣେ ଛେଳି ବେପାରୀଙ୍କୁ ଗୁଳିକରି ହତ୍ଯା କରିଛନ୍ତି । ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଛନ୍ତି ହତ୍ୟାକାରୀ ।

    ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ପ୍ରଭାତ ନାଏକ । ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ତାଲମୁଣ୍ଡାରେ । ସେ ଶରଧାପାଲି ନିକଟ ଗୁଲଠାରେ ରହି ବେପାର କରୁଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ଯ ଡାକ୍ତରଖାନା ନେଇଛି ।

    ସୂଚନା ଅନୁସାରେ ଆଜି ସକାଳୁ ଶରଧାପାଲିର ଛେଳି ବେପାରୀ ପ୍ରଭାତଙ୍କ ସମେତ ୩ ଜଣ ବ୍ଯକ୍ତି ବାଇକରେ ଛେଳି କିଣିବା ପାଇଁ ହାଣ୍ଡିପାନି ଯାଉଥିଲେ । ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଧକ୍କା ଦେଇଥିଲେ । ସେଠାରେ ଛେଳି ବେପାରୀଙ୍କ ବାଇକ୍ ପଡ଼ି ଯାଇଥିଲା । ତେବେ ସମସ୍ତେ ଲୁଟେରା ବୋଲି ଜାଣି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ବେପାରୀ । ତେବେ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ବେପାରୀଙ୍କ ଛାତିରେ ଗୁଳିଟି ଗଳି ଯାଇଥିଲା । ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।