Tag: suchanatv24x7

  • ରାହୁଲଙ୍କ ବିରୋଧରେ ଆକ୍ସନକୁ ନିନ୍ଦା…ସାରା ଦେଶରେ କଂଗ୍ରେସର ରଣହୁଙ୍କାର

    ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା(membership) ରଦ୍ଦ(revoked) ପରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ଦଳ ପକ୍ଷରୁ କୋର୍ଟ ସମେତ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ(protest) କରାଯାଇଛି । ସାଂସଦ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣାକୁ ଦଳ ନିନ୍ଦା(condemned) କରିବା ସହ ଆଜି ସମଗ୍ର ଦେଶରେ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ(Satyagraha) ଆରମ୍ଭ କରିଛି ।

    ଆଜି କଂଗ୍ରେସର ବରିଷ୍ଠ ନେତାମାନେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ସଙ୍କଳ୍ପ ସତ୍ୟାଗ୍ରହ କରିବାକୁ ଚାହୁଁଥିଲେ । କିନ୍ତୁ ଆଇନଶୃଙ୍ଖଳା (law and order)କାରଣ ଦର୍ଶାଇ ଅନୁମତି ନ ମିଳିବା(not granted)ରୁ ଗାନ୍ଧି ଦର୍ଶନ ମେମୋରିଆଲ୍ ବାହାରେ ପ୍ରତିବାଦ କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ ଏଥିରେ ସାମିଲ(involve) ହୋଇଛନ୍ତି । ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହାର ନେତୃତ୍ୱ ନେଇ ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଘୋର ନିନ୍ଦା କରିଛନ୍ତି । ସେପଟେ ରାଜଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଦିଲ୍ଲୀ ପୋଲିସ । ୧୪୪ ଧାରା ଜାରି,ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଯାନବାହନ ଚଳାଚଳରେ ସମସ୍ୟା କଥା ଦର୍ଶାଇ ଗାନ୍ଧିଙ୍କ ସମାଧିସ୍ଥଳ(burial site)ରେ ସତ୍ୟାଗ୍ରହଣ ଅନୁମତି ଦିଆଯାଇନଥିବା ପୋଲିସ ସ୍ପଷ୍ଟୀକରଣ ରଖିଛି ।

    ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ପରେ ସାରା ଦେଶରେ କଂଗ୍ରେସ ରଣହୁଙ୍କାର ଦେଇଛି । ଅନ୍ୟ ରାଜ୍ୟ ଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନେ ଗାନ୍ଧି ପ୍ରତିମା (Gandhi idol)ସାମ୍ନାରେ ବସି ସତ୍ୟାଗ୍ରହ ଜାରି ରଖିଛନ୍ତି । ସେପଟେ ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ କଂଗ୍ରେସ ପକ୍ଷରୁ ସମ୍ବିଧାନ (Constitution)ବଚାଓ ଅଭିଯାନ(campaign) ଆରମ୍ଭ କରାଯିବ ।

  • ଆସନ୍ତା ୩ରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ…ପୁଞ୍ଜି ନିବେଶକଙ୍କୁ ଭେଟିବେ ନବୀନ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ତାରିଖରେ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ (high-level delegation)ସହ ଜାପାନ ଗସ୍ତ କରିବାର କାର୍ଯ୍ୟକ୍ରମ(scheduled to visit)ରହିଛି । ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀ(investor conference)ରେ ସେ ଯୋଗ ଦେବା ସହ ଓସାକା ମଧ୍ୟ ଗସ୍ତ କରିବେ ।

    ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇ ୯ ତାରିଖରେ ଫେରିବେ (return)। ବ୍ୟକ୍ତିଗତ ସଚିବ (Private Secretary)ଭି.କେ.ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା,ଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ,ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନିଲକ୍ରିଷ୍ଣା ମଧ୍ୟ ନବୀନଙ୍କ ସହ ଗସ୍ତ କରିବେ ।
    ଜାପାନର ପ୍ରମୁଖ ଶିଳ୍ପପତିମାନ(industrialists)ଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ (invest) ପାଇଁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ, କେମିକାଲସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ସେ ଆହ୍ୱାନ କରିବେ । ୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନ ପ୍ରମୁଖ ଭୂମିକା(major role) ଗ୍ରହଣ କରିଥିଲା ।

  • ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ…ବିଭିନ୍ନ କାର୍ଯ୍ୟକ୍ରମର କରିବେ ଶିଳାନ୍ୟାସ

    ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ (visited)କରିଛନ୍ତି । ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହେଲିକପ୍ଟରରେ ସେ ଗଞ୍ଜାମ ଜିଲ୍ଲା ଅଭିମୁଖେ ବାହାରିଛନ୍ତି । କବିସୂର୍ଯ୍ୟନଗରରେ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ଏହି ଅବସରରେ ସେ ଜନସଭାକୁ(public meeting) ସମ୍ବୋଧିତ(address) କରିବେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର (various developmental works)ଶିଳାନ୍ୟାସ (foundation stone)କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଚେକ୍ ପ୍ରଦାନ କରିବେ । ଏଥିସହ ହିତାଧିକାରୀ(beneficiaries)ଙ୍କୁ GKP ପଟ୍ଟା ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

    ସେହିପରି ହିଞ୍ଜିଳିକାଟୁ ଗସ୍ତ କରି ସେଠାରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ । ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ SHGକୁ ଚେକ୍ ପ୍ରଦାନ(issue checks) ଏବଂ ହିତାଧିକାରୀଙ୍କୁ GKP ପଟ୍ଟା ପ୍ରଦାନ କରିବେ ସିଏମ୍ । ଅନ୍ୟପଟେ ଛତ୍ରପୁର ଅନ ହାଇସ୍କୁଲ ନିକଟରେ ମଧ୍ୟ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। କାର୍ଯ୍ୟକ୍ରମ ଶେଷ କରି (completing)ଅପରାହ୍ଣ ୪ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ।

  • ରାଜଧାନୀରେ ଏନକାଉଣ୍ଟର..ଅପରାଧୀ ଆହତ

    ରାଜଧାନୀ ଭୁବନେଶ୍ୱରରେ ଏନ୍‌କାଉଣ୍ଟର(Encounter) । କୁଖ୍ୟାତ ଅପରାଧୀ (notorious criminal) ଜିତେନ୍ଦ୍ର ପଲାଇ ଓରଫ ଜିତୁକୁ ପୋଲିସ ଏନ୍‌କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଅପରାଧୀକୁ ଏନ୍‌କାଉଣ୍ଟର କରାଯାଇଛି। ଅପରାଧୀ ଜିତୁ ଦେହରେ ଗୁଳି ବାଜିଛି । ଆହତ (injuries)ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି(admit) କରାଯାଇଛି।

    ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟରେ କୁଖ୍ୟାତ ଅପରାଧୀ ଜିତୁ ଏକ କାର୍‌ରେ ଆସୁଥିଲା । ଖବର ପାଇ (receiving the news)ଖାରବେଳନଗର ଥାନା ଆଇଆଇସି ଓ ତାଙ୍କ ଟିମ୍ ପିଛା (chased) କରିଥିଲେ। ସେହି ସମୟରେ ଅପରାଧୀ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ (In response)ପୋଲିସ ଜିତୁକୁ ଏନ୍‌କାଉଣ୍ଟର କରିଥିଲା।

  • ଟାର୍ଗେଟ୍ ହିଟ୍ ପୂର୍ବରୁ ବିସ୍ଫୋରଣ…ଲକ୍ଷ୍ୟସ୍ଥଳ ବଦଳରେ ଗାଁରେ ଖସିପଡ଼ିଲା

    ରାଜସ୍ଥାନର ପୋଖରାନରେ ଖସିପଡ଼ିଲା ୩ ମିସାଇଲ୍ । ସେନା ପକ୍ଷରୁ ମିସାଇଲ ପରୀକ୍ଷଣ ହେଉଥିବା ବେଳେ ନିଜ ଲକ୍ଷ୍ୟସ୍ଥଳ ବଦଳରେ (instead of its target) ଅଜସାର ଓ ସତ୍ୟାୟ ଦୁଇଟି ଗାଁର ଖୋଲା ପଡ଼ିଆରେ ଖସି ପଡ଼ିଛି । ଫଳରେ ଭୟଙ୍କର ବିସ୍ଫୋରଣ (terrible explosion) ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା (incident)କୁ ନେଇ ଭୟଭୀତ ହୋଇଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଅଧିକାରୀମାନେ କହିଛନ୍ତି ।
    ଏଭଳି ବୈଷୟିକ ତ୍ରୁଟି (technical error)ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜୈସଲମେର ଜିଲ୍ଲାର ନାଚନା ଅଞ୍ଚଳରେ ଡମି ଟାର୍ଗେଟ ଆକାଶ ପଥରେ ରଖାଯାଇଥିଲା। ୩ଟି ମିସାଇଲ ଉକ୍ତ ଟାର୍ଗେଟକୁ ହିଟ୍‌ କରିବାର ଥିଲା କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଖସିପଡ଼ି ବିସ୍ଫୋରଣ (crashed and exploded)ହୋଇଥିଲା । ମିସାଇଲ ପଡ଼ିଥିବା ସ୍ଥାନରେ ଗଭୀର ଗର୍ତ୍ତ ହୋଇଯାଇଛି । ଦୁଇଟି ମିସାଇଲର ଧ୍ୱଂସାବଶେଷ (Wreckage of) ମିଳିଥିବା ବେଳେ ଆଉ ଗୋଟିଏ ସମ୍ପର୍କରେ କୌଣସି ସୂଚନା ମିଳିନି । ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ମିସାଇଲର ପରୀକ୍ଷଣ ଚାଲିଥିଲା। ବାର୍ଷିକ ଫିଲ୍ଡ ଫାୟାରିଂ ପାଇଁ ମିସାଇଲର ଟ୍ରାଏଲ କରାଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ।

  • ଜଘନ୍ୟ ହତ୍ୟା…ଘରେ ପଶି ମାରିଦେଲା..

    ଦେବଗଡ଼ ଜିଲ୍ଲା ଦେବହରିହରପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ(Heinous murder) ।
    ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗାଁର ଯୋଗୀନ୍ଦ୍ର ନାୟକଙ୍କୁ ନିର୍ମମ ଭାବେ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ କେହି ଦୃର୍ବୃତ୍ତ ତାଙ୍କ ଘର ଭିତରେ ପଶି ହତ୍ୟା କରିଛି । ମୃତକଙ୍କ ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ(covered in blood) ହୋଇଛି । ଆଜି ଜଣେ ସମ୍ପର୍କୀୟ ଭଉଣୀ ରିଆମାଳ ଥାନା ପ୍ରଶାସନକୁ ଜଣାଇବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ(investigation)ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ୍ ସହ ପୋଲିସ ଏହି ହତ୍ୟାକାଣ୍ଡର କାରଣ (reason) ଖୋଜୁଛି ।

  • ଗୋଡ଼ାଉଥିଲା ବୁଲା କୁକୁର…ଉଦ୍ଧାର କଲେ ଲୋକେ

    ତବଲୋଇ ଦେଓଗାଁ ସଂରକ୍ଷିତ ଜଙ୍ଗଲରୁ ବାଟବଣା ହୋଇଥିବା ଏକ ହରିଣ ଛୁଆ(deer cub)କୁ ଉଦ୍ଧାର (rescue) କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ କିଛି ବୁଲା କୁକୁର ହରିଣ ଛୁଆକୁ ଗୋଡ଼ାଉଥିଲେ । ଧମା ଗଏନ୍‌ପୁରା ବକ୍ସି ଢାବା ନିକଟରେ କର୍ମଚାରୀମାନେ ତାକୁ ଉଦ୍ଧାର କରି ଧମା ବନ ବିଭାଗକୁ ଖବର ଦେଇଥିଲେ ।

    ବନ ବିଭାଗ କର୍ମଚାରୀମାନେ ହରିଣ ଛୁଆକୁ ନେଇ ପରୀକ୍ଷା ନିରୀକ୍ଷା (conducted a test)କରିଥିଲେ। ହରିଣର କୌଣସି ସ୍ଥାନରେ କ୍ଷତବିକ୍ଷତ (injure)ହୋଇନାହିଁ । ଏହା ଏକ ଦେଢ଼ ବର୍ଷର ଅଣ୍ଡିରା ହରିଣ ଛୁଆ । ସେ ସୁସ୍ଥ ଥିବାରୁ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ (instructions of)ତାକୁ ପୁଣି ସେହି ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଧମା ରେଞ୍ଜର ସୂଚନା ଦେଇଛନ୍ତି।

  • ଜଳ ହିଁ ଜୀବନ…ଜଳ ସଂରକ୍ଷଣକୁ ଗୁରୁତ୍ୱ

    ଜଳ ହିଁ ଜୀବନ…ଜଳ ସଂରକ୍ଷଣକୁ ଗୁରୁତ୍ୱ

    ଜଳ ହିଁ ଜୀବନ (water is life) । ଜଳ ବିନା ମଣିଷ, ପଶୁପକ୍ଷୀ ବଞ୍ଚିବା କଷ୍ଟକର । ବିଶ୍ୱରେ ଜନସଂଖ୍ୟା ବଢୁଥିବା (Population growth) ବେଳେ ଜଳର ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି । ନଦୀ, ନାଳ, ପୋଖରୀ, ନଳକୂପରୁ ପିଇବା ପାଣି ବିଭିନ୍ନ ଉପାୟରେ ମିଳୁଥିବା ବେଳେ ଏବେ କିନ୍ତୁ ଜଳାଭାବ ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ଜଳ ସଂରକ୍ଷଣ କରିବା ବଦଳରେ ଏହାର ଅଧିକ ଅପଚୟ ହେଉଥିବାରୁ ବିଶୁଦ୍ଧ ପାନୀୟ ମିଳିବା କଷ୍ଟକର ହେଉଛି ।

    ଧୀରେ ଧୀରେ ରାଜ୍ୟରେ ତାପମାତ୍ରା (Warming) ବଢୁଛି । ପ୍ରବଳ ଖରାରେ ମଣିଷ, ପଶୁପକ୍ଷୀଙ୍କ ସମେତ ଗଛଲତାଙ୍କୁ ଜଳର ଆବଶ୍ୟକତା ରହିଛି । ଖରା ଦିନରେ ଥଣ୍ଡା ଜଳ ଟିକେ ପାଇଲେ ଆମେ ସମସ୍ତ ଖୁସି ହେଉ। ପୁଣି ବିଶୁଦ୍ଧ ପାନୀୟ ସର୍ବଦା ଆମ ପାଇଁ ଅପରିହାର୍ଯ୍ୟ । ତେବେ ଏସବୁ ପାଇବା ଏବେ ମୁସ୍କିଲ ହେଉଛି । ରେଳଷ୍ଟେସନ, ବସଷ୍ଟାଣ୍ଡ ଭଳି ଭିଡ଼ ସ୍ଥାନରେ ଟ୍ୟାପରୁ ଲୋକେ ପାଣି ସଂଗ୍ରହ କରିଥାନ୍ତି । ତାତି ବଢୁଥିବା ବେଳେ ପିଇବା ପାଇଁ ଜଳ ଟିକେ ମିଳିଗଲେ ସବୁ କଷ୍ଟ ଦୁର ହୋଇଥାଏ ।

    ତେବେ ଏଭଳି ସ୍ଥିତିରେ ମନକୁ ପ୍ରଶ୍ନ ଆସେ ଜଳ କଷ୍ଟ (Water crisis) ଦୂର କରିବା ପାଇଁ ଆମେ ଏହାର ସଂରକ୍ଷଣ (Water conservation) କାହିଁକି କରୁନା । ଦୂଷିତ ଜଳ ପରିବେଶକୁ ପ୍ରଦୂଷିତ କରିଥାଏ । ଦୂଷିତ ଜଳ ପିଇ ଆମକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ । ଜଳର ଉପଯୁକ୍ତ ସଂରକ୍ଷଣ ଅଭାବରୁ ଜଳସ୍ତର ହ୍ରାସପାଇ ବିଭିନ୍ନ ସ୍ଥାନରେ ପୋଖରୀ, ଗାଡ଼ିଆ ଆଁ କଲାଣି, ନଳକୂପରୁ ପାଣି ଟୋପାଏ ବି ବାହାରୁନି ।

    ଜଳର ଅଭାବ ଯୋଗୁଁ,ମଣିଷ ସମେତ ପଶୁପକ୍ଷୀ ଦୂଷିତ ଜଳ ବ୍ୟବହାର କରିଥାନ୍ତି ଯାହା ଆପଣ ଦେଖିପାରୁଥିବେ । ଖରାରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଗଲାଣି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପାଣିଟାଙ୍କି ନିର୍ମାଣ କରାଯାଉଛି । ଫଳରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକେ ଏହାର ସୁବିଧା ପାଇପାରିବେ । ଏଥିସହ ଖରାରେ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲାଯାଇଛି । ମଧୁର ଜଳର ଗୁରୁତ୍ୱ ସହ ଜଳାଭାବ, ପ୍ରଦୂଷଣ, ଦୁର୍ବଳ ପରିମଳ ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନ (Climate change) ର ପ୍ରଭାବ ନେଇ ଜଳ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି ।

    ବ୍ୟୁରୋ ରିପୋର୍ଟ, ସୂଚନା ଟିଭି