Tag: suchanatv24x7

  • ଯୁବ ବିକାଶ କାର୍ଯ୍ୟକ୍ରମ

    ଯୁବ ବିକାଶ କାର୍ଯ୍ୟକ୍ରମ

    ଆଜି ସମନ୍ବୀତ ଯୁବ ବିକାଶ କାର୍ଯ୍ୟକ୍ରମ (IYDP) ବିଜାତଳା ସ୍ଥିତି କେ ସି ଡ଼ି କେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାରକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଡାକ୍ତର ବୁଢାନ ମୁର୍ମୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏ ବାବଦରେ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ରୂପେ ୩୨ ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମିନା ସୋରେନ୍ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବା ସଙ୍ଗେସଙ୍ଗେ ବିଜାତଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାନି ମୁର୍ମୁ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ । ଏହି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଭା ପରିଚାଳନା କରିଥିଲେ ନୋଡାଲ ଅଫିସର ରେଜିଷ୍ଟ୍ରେସନ ପୂର୍ବରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କ୍ରମକୁ ଆଗକୁ ନେବାପାଇଁ ସମ୍ପୁର୍ଣ୍ଣ ମନଯୋଗ ସହ କାର୍ଯ୍ୟ ଜାରି ରଖିଛନ୍ତି ଯ ତତସହିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କର ପୂର୍ଣ୍ଣ ସହଯୋଗ ରହିଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ସେମାନଙ୍କର ଏବଂ ଛାତ୍ର ସ୍ବେଛାସେବି ମାନଙ୍କର ପୂର୍ଣ୍ଣ ସହଯୋଗ ଆଜିର କାର୍ଯ୍ୟ କ୍ରମର ଶୋଭାକୁ ଦ୍ଵିଗୁଣିତ କରିଥିଲା ।

  • ଭାରତୀୟ ଆଜାଦ ସେବା ସଂଗଠନ ପକ୍ଷରୁ ୭୫ ତମ ମାନବ ଅଧିକାର ଦିବସ ପାଳନ

    ଭାରତୀୟ ଆଜାଦ ସେବା ସଂଗଠନ ପକ୍ଷରୁ ୭୫ ତମ ମାନବ ଅଧିକାର ଦିବସ ପାଳନ

    କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଭାରତୀୟ ଆଜାଦ ସେବା ସଂଗଠନ ତରଫରୁ ୭୫ତମ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏଥିରେ ରାଇକିଆ ଗୋଷ୍ଟି ଉନ୍ୟୟନ ଅଧକାରୀ ସିମାଞ୍ଚଲ୍ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ମାନବ ଅଧିକାର ସଭାପତି ଅଭିରାମ ମାଲିକ , କନ୍ଧମାଳ ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟର ଜିଲ୍ଲା ସଭାପତି ଦୟାନନ୍ଦ ନାୟକ , ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ , ବିଷ୍ନୁ ପ୍ରିୟା ପ୍ରଧାନ , ପ୍ରଦୀପ ପ୍ରଧାନ , ପଦ୍ମ ଲୋଚନ ପଣ୍ଡା , ପ୍ରମୁଖ ବହୁ ମନ୍ୟଗଣ ବ୍ୟକ୍ତି ମାନଙ୍କ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ ମାନବାଧିକାର ସଭାପତି ଅଭିରାମ ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ତେବେ ମଞ୍ଚାଷିନ ଥିବା ଅତିଥି ମାନବାଧିକାରର ଆଇନଗତ କାର୍ଯ୍ୟ କୁ ନେଇ ନିଜନିଜ ଭାଷଣ ମାଧ୍ୟମରେ ବକୃତା ପ୍ରଦାନ କରିଥିଲେ । ତେବେ ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ ଜନ ସଚେତନା କାର୍ଯ୍ୟକରୀ ଜନତାଙ୍କୁ ସମାନତା ଅଧିକାର , ସ୍ଵାଧୀନତା ଅଧିକାର , ଧର୍ମଗତ ଅଧିକାର ,ଶିକ୍ଷାଗତ ଓ ସାଂସ୍କୃତିକ ଅଧିକାର ସହ ଶୋଷଣ ବିରୋଧୀ ,ସାମ୍ବିଧାନିକ ଅଧିକାର ସଂଗଠନ ମାଧ୍ୟମରେ ସଚେତନା କରାଇବା ସହ ବହୁ ଜନହିତ କାର୍ଯ୍ୟ ହାତକୁ ନେଇଅଛି ।

  • ୧୪ ମାସ ପରେ ଜେଲରୁ ବାହାରିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍

    ୧୪ ମାସ ପରେ ଜେଲରୁ ବାହାରିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍

    ଜେଲରୁ ମୁକୁଳିଲେ ଲେଡି ବ୍ଲାକମେଲର ତଥା ହନିଟ୍ରାପ୍ କ୍ୱିନ୍ ଭାବେ ଜଣା ଅର୍ଚ୍ଚନା ନାଗ୍ ।୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା । ଅର୍ଚ୍ଚନାଙ୍କୁ ନେବାକୁ ଜେଲ୍‌କୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଅନ୍ୟପଟେ ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ଅର୍ଚ୍ଚନା ନାଗ କହିଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ ହେବେ ।ଏବଂ ତାଙ୍କ ପାଖରେ ଯେଉଁ ସବୁ ପ୍ରମାଣ ଅଛି ତାହା ସେ କୋଟଙ୍କୁ ଦାଖଲ କରିବେ । ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।ତବେ ଏଠାରେ କହିରଖୁଛୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ଘଟଣାରେ ଜଣକ ପରେ ଜଣେ ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ଘଟଣାକୁ ନେଇ ଯାଞ୍ଚ କରିବା ପରେ ଜଣକ ପରେ ଜଣକୁ ଅଫିସକୁ ଡକାଇ ଜେରା କରିଥିଲା ଇଡି ।

  • ଯୌତୁକ ପାଇଁ ହତ୍ୟା କରିଥିବା ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡ

    ଯୌତୁକ ପାଇଁ ହତ୍ୟା କରିଥିବା ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡ

    ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈ।ରା ଜଜ୍ । ମିଳିଥିବା ସୂଚନା ଅନୁଯାୟୀ ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର କୁନାଳ ମହାନ୍ତ ଚମ୍ପୁଆ ବ୍ଲକ ରାଇଗୁଡି ଗ୍ରାମର ଲିଲିମଣି ମହାନ୍ତଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ମାତ୍ର କେଇ ମାସ ପରେ ଏକ ବାଇକ୍ ଓ ପାଓ୍ବାର ଟିଲର ଯୈାତୁକ ଦାବିକରି କୁନାଲ ଓ ତାଙ୍କ ମା ଅଇଲା ମହାନ୍ତ ଘର ଭିତରେ ଲିଲିମଣିକୁ କିରୋସିନି ଢାଳି ପୋଡ଼ି ମାରି ଦେଇଥିଲା। ମୃତ୍ୟୁବେଳକୁ ଲିଲିମଣି ଗର୍ଭବତୀ ଥିବା ବେଳେ ଏନେଇ ଲିଲିମଣିର ମା ଝୁମ୍ପୁରା ଥାନାରେ ଏକ ଅଭିଯୋଗ କରିବା ପରେ ପୋଲିସ କୁନାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ପଟେ କୁନାଳର ମା ଫେରାର ହୋଇଯାଇଥିବା ବେଳେ ଏହି ମାମଲାର ବିଚାର କରି ଅତିରିକ୍ତ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍ ମାନ୍ୟବର ସରୋଜ କୁମାର ଦାସ ୧୪ ଜଣ ସାକ୍ଷ ଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ କୁନାଲ କୁ ଦଶ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରାଇବା ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

  • ଭାଇର ଅକଥନୀୟ ନିର୍ଯାତନା ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ କଲେ ଭଉଣି

    ଭାଇର ଅକଥନୀୟ ନିର୍ଯାତନା ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ କଲେ ଭଉଣି

    ଭାଇକୁ ନିର୍ଯାତନା ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ପରେ ଭଉଣୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏ ଭଳି ଘଟଣା ସାମ୍ନାକୁ ଆସିଛି ପଟ୍ଟାମୁଣ୍ଡାଇ ଥାନା ଖଦ୍ରା ଛତ୍ରଧାରି ପାଟଣା ଗାଁରେ । ପ୍ରଥମେ ଅକଥନୀୟ ନିର୍ଯାତନା? ପରେ କପଡ଼ା ଖୋଲି ପିଟିବା ସହ ଜୀବନରୁ ମାରିବାକୁ ଧମକ ? ଆଉ ତାପରେ ପରେ ଭିଡିଓ କଲେ ଭାଇରାଲ ? ଏହି ଭାଇରାଲ ଭିଡିଓ ଏବେ ହସଖୁସିର ସଂସାର ରେ ଯେପରି ଗ୍ରହଣ ଲାଗିଯାଇଛି । ତେବେ ଭାଇର ଏଭଳି ଭିଡିଓ ଦେଖି ସେପଟେ ଭଉଣୀ ଆନନ୍ଦିତା ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପରେ କେନ୍ଦ୍ରାପଡ଼ା ଟାଉନ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସନ୍ଦୀପ ନାମକ ଯୁବକ ଆକାଶ ବେହେରା ଙ୍କୁ ଏକ କାଠ ଫାଳିଆରେ ବାଡେଇବା ସହ ଆସିଳ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ଉଠ ବସ କରିବା ଓ ଜୀବନ ରୁ ମାରିବାକୁ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏବେ ଆକାଶ କୌଣସି ପତା ମିଳିନାହିଁ । ସେପଟେ ପୋଲିସ ଯଥାଶିଘ୍ର ଏହାର ତଦନ୍ତ କାରୀ ଅଭିଯୁକ୍ତକୁ କୋଠାର ଦଣ୍ଡ ଦେବା ପାଇଁ ଦାବି ହେଉଛି ।

  • କାଲି ମୃତ୍ୟୁ ଆଜି ବ୍ୟବଛେଦ

    କାଲି ମୃତ୍ୟୁ ଆଜି ବ୍ୟବଛେଦ

    ଗତକାଲି ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଜିଆ ଜଙ୍ଗଲ ଭିତରେ ଠାବ ହୋଇଥିବା ମୃତ ମାଇ ହାତୀ ର ଗଳିତ ଶବକୁ ଆଜି ବନବିଭାଗ ବିବେଛ୍ଛେଦ କରିବା ସହ ପୋତି ହାତୀ ମୃତ୍ୟୁ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଗତକାଲି ରଜିଆ ଜଙ୍ଗଲ ଭିତରେ ଏକ ମାଇ ହାତୀ ର ଗଳିତ ମୃତ ଦେହ ଗ୍ରାମବାସୀ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ କେନ୍ଦୁଝର ଡିଏଫ୍ଓ ଙ୍କ ସହିତ ରେଞ୍ଜର ଓ ବନ କର୍ମଚାରୀ,ବିଦ୍ୟୂତ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ଥିଲେ। ସନ୍ଧ୍ୟା ହେବାରୁ ହାତୀ ର ବିବେଛେଦ କରାଯାଇ ପାରିନଥିଲା। ଆଜି ସକାଳୁ ଭୂବନେଶ୍ବର ଓ୍ବାଇଡ୍ ଲାଇଫ ପିସିସିଏଫ୍ ଅରବିନ୍ଦ ମିଶ୍ର ଆରସିସିଏଫ ,ଟାଟା ପାୱାର ସୁପରିଟେଣ୍ଟ ଇନିସପେକ୍ଟର ଆରକେ ବେହେରା ପ୍ରାଣୀ ଧନ ଡାକ୍ତର ନରେନ୍ଦ୍ର ହେମ୍ବ୍ରମ, ପ୍ରମୁଖ ଙ୍କ ଉପସ୍ଥିତି ରେ ପ୍ରଥମେ ମୃତ ହାତୀ ର ଶବ ବ୍ୟବଚ୍ଛେଦ କରାଯାଇ ଘଟଣାସ୍ଥଳରେ ହାତୀ କୁ ପୋତିଦିଆଯାଇଥିଲା ପରେ ହାତୀ ମୃତ୍ୟୁ ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ସ୍ପଷ୍ଟ କରିଛି

  • ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ଯାନ, ୧୨ରୁ ଅଧିକ ଆହତ

    ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ଯାନ, ୧୨ରୁ ଅଧିକ ଆହତ

    ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲା ଗାଁ ନିକଟରେ ଓଲଟିଲା ପିକଅପ୍ ଭ୍ଯାନ । ଭ୍ଯାନଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ ଗୁରୁତର ଆହାତ ହୋଇଛନ୍ତି, ଆହତ ଙ୍କ ମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି । ମିଳିଥିବା ସୂଚନା ଅନୁଶାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁ ର ଭୁଏପଡା ଗାଁ ରୁ ପ୍ରାୟ 20 ରୁ 25 ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡା କୁ ବଣ ଭୋଜି କରିବାକୁ ଯାଉଥିବା ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ଯାନଟି ଓଲଟି ପଡିଥିଲା. ଗୁରୁତର ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲରେ ପହଞ୍ଚିଥିଲେ, ମିଳିଥିବା ସୂଚନା ଅନୁଯାୟୀ କିଛି ଆହତ ଙ୍କ ଅବସ୍ତା ସ୍ଥିର ଥିବାବେଳେ ଆଉ କିଛି ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି. !

  • ପ୍ରଥମାଷ୍ଟମୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର

    ପ୍ରଥମାଷ୍ଟମୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର

    ଆଜି ହେଉଛି ପ୍ରଥମାଷ୍ଟମୀ ।ପ୍ରଥମାଅଷ୍ଟମୀ ଓଡ଼ିଶାର ହେଉଛି ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯାଇଥାଏ । ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଁଙ୍କର ଶୁଭ ମନାଯାଇଥାଏ ।ଏହି ପର୍ବଟି ବିଶେଷ କରି ମାମୁ ଘର ସହ ଜଡିତ ।ଭଣଜା ଭାଣେଜି ମାନଙ୍କୁ ପୋଢୁଆ କରିବା ଲାଗି ମାମୁଘରୁ ଆସିଥାଏ ପିଠା ମିଠା ସାଙ୍ଗକୁ ନୂଆ ପୋସାକ । ଏହି କ୍ରମରେ ବଡଠାକୁରଙ୍କ ମାମୁଘର କଟକ ନିଆଳି ରେ ଅବସ୍ଥିତ ମାଧବାନନ୍ଦ ମନ୍ଦିର ।ତେଣୁ ପରମ୍ପରା ଅନୁଯାୟୀ ଜଗନ୍ନାଥଙ୍କ ମାମୁଘରୁ ଆସିଛି ପୋଢୁଆଁ ଭାର । ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ଶ୍ରୀମନ୍ଦିରରେ ଆଜି ପୋଢୁଆଁ ହୋଇଛନ୍ତି ମହାପ୍ରଭୁ ।

  • ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଚାଉଁ’

    ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଚାଉଁ’

    ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ମିଚାଉଁ’ । ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ। ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । ନେଲୋର-ମଛଲିପଟନମ୍ ମଝି ବାପଟଲାରେ ଆସନ୍ତାକାଲି ପୂର୍ବାହ୍ନରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ଏବେ ଏହି ଝଡ଼ ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଥିବାବେଳେ ଜୁମ୍ ଆର୍ଥ ଲାଇଭ୍ ୱେବସାଇଟ୍ ଅନୁଯାୟୀ, ଏହି ଝଡ ଦ୍ରୁତ ଗତିରେ ଗତି କରୁଛି ଏବଂ ଏହା କିଛି ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଂଚଳରେ ପହଂଚିବାର ଆଶଙ୍କା ରହିଛି । ସେହିଭଳି ଗତକାଲି ରାତିରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଆରମ୍ଭ ହୋଇଯାଇଛି ବର୍ଷା। ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

  • ସ୍ବାମୀଙ୍କୁ ଖୋଜି ଖୋଜି ବାଂଲାଦେଶୀ ଯୁବତୀ ପହଞ୍ଚିଲେ ବାଲେଶ୍ବରରେ

    ସ୍ବାମୀଙ୍କୁ ଖୋଜି ଖୋଜି ବାଂଲାଦେଶୀ ଯୁବତୀ ପହଞ୍ଚିଲେ ବାଲେଶ୍ବରରେ

    ବାଂଲାଦେଶରୁ ଓଡ଼ିଶା। ସ୍ୱାମୀଙ୍କୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଛନ୍ତି ବାଂଲାଦେଶର ରୁମା ମରିୟମ୍‌। ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳରେ ରୁମାଙ୍କ ଘର। ବିବାହ ପରେ ତାଙ୍କୁ ସ୍ୱାମୀ ଛାଡି ଚାଲି ଯାଇଥିବା ସେ ଅଭିଯୋଗ ଆଣିଛନ୍ତି।ମହିଳାଙ୍କ ଏଭଳି ବୟାନ ସମସ୍ତଙ୍କୁ ଚକିତ କରିଥିବା ବେଳେ ଏହି ଘଟଣା ପଛରେ କେବଳ ପ୍ରେମ ବ୍ୟାପାର ନୁହେଁ କୌଣସି ଗୁ୍ପ୍ତଚର କାର୍ଯ୍ୟ ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି । ତେବେ ଯୁବତୀଙ୍କ କହିବା କଥା ଅନୁଯାୟୀ ୬ ବର୍ଷ ପୂର୍ବେ ବାଂଲାଦେଶୀ ଯୁବତୀ ରୁମା ମାରିୟମଙ୍କ ସହ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବୁଧାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଦିଘାରେ ଦେଖା ହୋଇଥିଲା। ପରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖା କରିଥିଲେ। ଏହାପରେ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ ବିରେନ୍ଦ୍ର। ୬ ବର୍ଷର ସମ୍ପର୍କ ପରେ ମୁସଲିମ ରୀତିନୀତି ଅନୁସାରେ ବାଂଲାଦେଶରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ବିରେନ୍ଦ୍ର ସେଠାରେ ତାଙ୍କୁ ଛାଡି ଚାଲି ଆସିଥିଲେ ବୋଲି ରୁମା ଅଭିଯୋଗ କରିଛନ୍ତି।ଅନ୍ୟପଟେ ବିରେନ୍ଦ୍ରଙ୍କ ଅନ୍ୟତ୍ର ବାହା କରିଥିବା ବେଳେ ତାଙ୍କ ପରିବାର ଉକ୍ତ ଅଭିଯୋଗକୁ ସମ୍ପୁର୍ଣ୍ଣ ରୂପେ ଏଡାଇ ଦେଇଛନ୍ତି । କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ରଙ୍କ ସହ ରହିବା ପାଇଁ ଜିଦ କରିଛନ୍ତି । ଏହାରି ଭିତରେ ରୁମାଙ୍କୁ ସଖି ସେଣ୍ଟରରେ ରଖି ଅଧିକ ତଦନ୍ତ ହୋଇଥିବା ଜଣା ପଡିଛି ।