ଯୌତୁକ ପାଇଁ ହତ୍ୟା କରିଥିବା ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡ

ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈ।ରା ଜଜ୍ । ମିଳିଥିବା ସୂଚନା ଅନୁଯାୟୀ ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର କୁନାଳ ମହାନ୍ତ ଚମ୍ପୁଆ ବ୍ଲକ ରାଇଗୁଡି ଗ୍ରାମର ଲିଲିମଣି ମହାନ୍ତଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ମାତ୍ର କେଇ ମାସ ପରେ ଏକ ବାଇକ୍ ଓ ପାଓ୍ବାର ଟିଲର ଯୈାତୁକ ଦାବିକରି କୁନାଲ ଓ ତାଙ୍କ ମା ଅଇଲା ମହାନ୍ତ ଘର ଭିତରେ ଲିଲିମଣିକୁ କିରୋସିନି ଢାଳି ପୋଡ଼ି ମାରି ଦେଇଥିଲା। ମୃତ୍ୟୁବେଳକୁ ଲିଲିମଣି ଗର୍ଭବତୀ ଥିବା ବେଳେ ଏନେଇ ଲିଲିମଣିର ମା ଝୁମ୍ପୁରା ଥାନାରେ ଏକ ଅଭିଯୋଗ କରିବା ପରେ ପୋଲିସ କୁନାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ପଟେ କୁନାଳର ମା ଫେରାର ହୋଇଯାଇଥିବା ବେଳେ ଏହି ମାମଲାର ବିଚାର କରି ଅତିରିକ୍ତ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍ ମାନ୍ୟବର ସରୋଜ କୁମାର ଦାସ ୧୪ ଜଣ ସାକ୍ଷ ଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ କୁନାଲ କୁ ଦଶ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରାଇବା ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

2 thoughts on “ଯୌତୁକ ପାଇଁ ହତ୍ୟା କରିଥିବା ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡ”

Leave a Reply

Your email address will not be published. Required fields are marked *