Tag: #Suchanatv24x7

  • ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବୟାନ ପରେ ବିରୋଧୀ ନେତାଙ୍କ ବିରୋଧରେ ମାମଲା

    ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବୟାନ ପରେ ବିରୋଧୀ ନେତାଙ୍କ ବିରୋଧରେ ମାମଲା

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓ ଅନ୍ୟ ବିରୋଧୀ ନେତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ସଂସଦର ନୂଆ ବିଲଡିଂ ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରା ନ ଯିବା ଓ ତାଙ୍କ ଦ୍ୱାରା ଉଦଘାଟନ କରାନଯିବାକୁ ନେଇ ହେଉଥିବା ରାଜନୈତିକ ବୟାନବାଜିକୁ ବୁରୋଧ କରି  ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ ଏପରି ଅଭିଯୋଗ ଦାଏର କରିଛନ୍ତି। ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବିରୋଧୀଙ୍କ ବୟାନ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ସହ ଲୋକଙ୍କୁ ସରକାର ବିରୋଧରେ ଉସକାଇବା ପାଇଁ ହେଉଥିବା ଅଭିଯୋଗ ହୋଇଛି।

    ଅଭିଯୋଗରେ କୁହାଯାଇଛି କି,  ଦେଶରେ ଥିବା ବିଭିନ୍ନ ସଂପ୍ରଦାୟ ଭିତରେ ବିଦ୍ୱେଷ ସୃଷ୍ଟି କରିବା ଓ ବିଶୃଙ୍ଖଳା ସୃଷ୍ଟି କରି ଭାରତ ସରକାରଙ୍କ ପାଇଁ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ ହେଉଛି ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ ଥିଲା। ଯାହା ଆଇପିସିର ଧାରା ୧୨୧, ୧୫୩(ଏ), ୫୦୫ ଓ ୩୪ ଅନ୍ତର୍ଗତ ଏକ ଅପରାଧ।

    ଆହୁରି ଅଭିଯୋଗରେ ଉଲ୍ଳେଖ କରାଯାଇଛି କି, ଖଡଗେ ଓ କେଜ୍ରିୱାଲ ଉଦ୍ଦେଶ୍ୟମୁଳକଭାବେ ମହାମହିମ ରାଷ୍ଟ୍ରପତିଙ୍କ ଜାତିକୁ ନିଜ ବୟାନରେ ଉଲ୍ଲେଖ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାର ଜାଣିଶୁଣି ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ଅଲଗା ରଖାଯାଇଛି। ଏପରି କହି ସେମାନେ ଜନଜାତି ଲୋକଙ୍କ ଭିତରେ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଥିବା କୁହାଯାଇଛି। ଏପରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନବାଜି ଆଦିବାସୀ ସଂପ୍ରଦାୟର ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଖୋରକା ଯୋଗାଇବାର ବହୁ ସମ୍ଭାବନା ରହିଛି।

    ଲୋକଙ୍କ ଉପରେ ପ୍ରଭାବ ପକାଇବାକୁ ସକ୍ଷମ ହେଉଥିବା ରାଜନେତାମାନଙ୍କର ଜାତିକୁ ନେଇ ଏପରି ବୟାନ ଓ ନିର୍ବାଚିତ ସରକାରଙ୍କ ବିରୋଧରେ ଏପରି ଅପପ୍ରଚାର ଅତ୍ୟନ୍ତ ନିନ୍ଦନୀୟ। ନିଜର ରାଜନୀତିକ ଫାଇଦା ପାଇଁ ରାଜନେତାମାନେ ସମ୍ବିଧାନର ସର୍ବୋଚ୍ଚ ପଦକୁ ମଧ୍ୟ ଅସମ୍ମାନ କରିବାକୁ ପଛାଉ ନାହାନ୍ତି। ସରକାର ବିରୋଧରେ ଗୋଟିଏ ସଂପ୍ରଦାୟର ଲୋକଙ୍କ ମନରେ ଅବିଶ୍ୱାସକୁ ବୃଦ୍ଧି କରିବାକୁ ମଧ୍ୟ ସେମାନେ ଚେଷ୍ଟା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା।

    ସୂଚନାଯୋଗ୍ୟ, କେଜରିୱାଲ କହିଥିଲେ କି, ମହାମହିମ ରାଷ୍ଟ୍ରପତି ଜଣେ ଆଦିବାସୀ ସମ୍ପ୍ରଦାୟର। ଆମ ସମାଜରେ କାହିଁ କେଉଁ କାଳରୁ ପୂଜା ପାଠ ଓ ଧାର୍ମିକ କାର୍ଯ୍ୟରେ ଦଳିତ ଆଦିବାସୀଙ୍କୁ ସାମିଲ କରା ନ ଯିବାର ଚଳଣି ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ସଂସଦ ଭବନ ଉଦ୍ଘାଟନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ହୋମରେ ତାଙ୍କୁ ସାମିଲ କରାଇବାକୁ ଚାହୁଁ ନଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ଅଲଗା ରଖିଛନ୍ତି। ଆଦିବାସୀଙ୍କ ନାମରେ ମୋଦି ସରକାର ରାଜନୀତି କରୁଥିବା ସେ ଅଭିଯୋଗ ଆଣିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ଓ ବହୁ ବିରୋଧୀ ନେତା ମଧ୍ୟ ବାରମ୍ବାର ରାଷ୍ଟ୍ରପତିଙ୍କ ଜାତିକୁ ନେଇ ରାଜନୈତିକ ବୟାନ ଦେଉଛନ୍ତି।

    ଶ୍ରୀ ଜିନ୍ଦଲ ଅଭିଯୋଗ ଦାଖଲ କରିବା ସହ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ଏଫଆଇଆର ରୁଜୁ କରି ଅଭିଯୁକ୍ତ ରାଜନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

  • ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ନବୀନଙ୍କ ଗୁଡବୁକରେ କାହାର ନାଁ ?

    ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ନବୀନଙ୍କ ଗୁଡବୁକରେ କାହାର ନାଁ ?

    ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୩ ବିଧାୟକ । ସେମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡିଂ ଏବଂ ଶାରଦା ପ୍ରସାଦ ନାୟକ ମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପରେ ଏବେ କାହାକୁ କେଉଁ ଦାୟିତ୍ୱ ମିଳିବ ସେ ନେଇ ଜୋରଦାର ଚର୍ଚ୍ଚା । ସସପେନ୍ସରେ ନେତା ଓ ସମୀକ୍ଷକ । କିଏ କେଉଁ ବିଭାଗ ସମ୍ଭାଳିବେ । ଶୁଣାଯାଉଛି କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ପୁଣି ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହେବ ।

    ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ତଥା ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ । ବିଭିନ୍ନ ବିଭାଗ ସମ୍ଭାଳିଥିବା ବେଳେ ବାଚସ୍ପତି ଦାୟତ୍ୱ ତୁଲାଇଛନ୍ତି । ତେଣୁ ତାଙ୍କୁ କେଉଁ ବିଭାଗ ଦିଆଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ସୁଦାମ ମାର୍ଣ୍ଡି ପୂର୍ବରୁ ମନ୍ତ୍ରୀ ପଦରେ ଥିଲେ । ହେଲେ ଏବେ ସୁପ୍ରିମୋ କେଉଁ ବିଭାଗ ଦେବେ ତାକୁ ନେଇ ସସପେନ୍ସ ବଢ଼ିଛି । ସେହିପରି ବରିଷ୍ଠ ନେତା ଶାରଦା ନାୟକଙ୍କୁ କେଉଁ ଡିପାର୍ଟମେଣ୍ଟ ଦେବେ ମୁଖ୍ୟମନ୍ତ୍ରୀ ସେ ନେଇ ସମସ୍ତଙ୍କ ଅପେକ୍ଷା । ଦଳୀୟ ସୁପ୍ରିମୋ ଯେପରି ନୂଆ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛନ୍ତି,ସେଥିରୁ ବିଜେଡିର ସାଂଗଠନିକ ରଣନୀତିର ସ୍ପଷ୍ଟ ଆଭାସ ମିଳୁଛି । ମୟୂରଭଞ୍ଜ,ଗଞ୍ଜାମ ଓ ସୁନ୍ଦରଗଡ଼ରେ ଦଳର ସଂଗଠନକୁ ଅଧିକ ମଜଭୁତ୍‌ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଛି । ବିଜେଡି ସବୁଠାରେ ବାଜି ମାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେଠୁ ରଣନୀତି ଜୋରଦାର କରାଯାଇଛି ।

    ସେପଟେ ପରବର୍ତ୍ତୀ ବାଚସ୍ପତି କିଏ ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବା ସମ୍ଭାବନା ଥିବାବେଳେ ଦେବୀପ୍ରସାଦ ମିଶ୍ର, ଅମର ଶତପଥୀଙ୍କ ପରି ନେତାଙ୍କୁ ବାଚସ୍ପତି ପଦ ମିଳିବା ସମ୍ଭାବନା ରହିଛି । ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲା । ତେଣୁ ଏହି ୪ଟି ପଦ ପୂରଣ ହେବା ସହ ଅନ୍ୟ ମନ୍ତ୍ରୀଙ୍କ ଡିପାର୍ଟମେଣ୍ଟ ବି ବଦଳିବ ।

  • ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍: ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ

    ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍: ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ

    IPL ଏବେ ଶେଷ ପର୍ଯ୍ୟାୟରେ । ମେ’୨୮ ତାରିଖରେ ଟାଇଟଲ୍ ଲଢ଼େଇ । ଦେଶୀ ବିଦେଶୀ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ନିଜର ଶତ ପ୍ରତିଶତ ପରଫରମାନ୍ସ ଦେଇଛନ୍ତି । କେହି କେହି ଚମତ୍କାର ପ୍ରଦର୍ଶନ ସହ ଟିମକୁ କମବ୍ୟାକ୍ କରିଛନ୍ତି । IPL ପରେ ପରେ ଟିମ୍ ଇଣ୍ଡିଆ ଖେଳିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଭବିଷ୍ୟବାଣୀ ଚର୍ଚ୍ଚାକୁ ଆସିଛି ।

    ଜୁନ୍ ୭ରୁ ଜୁନ୍ ୧୧ ଯାଏ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ । ଲଣ୍ଡନର ଓଭାଲ ମୈଦାନରେ ମୁହାଁମୁହିଁ ହେବେ ଗତଥରର ଉପବିଜେତା ଟିମ୍ ଇଣ୍ଡିଆ ଏବଂ ଟିମ୍ ଅଷ୍ଟ୍ରେଲିଆ India vs Aus। ଗତଥର ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ଭାରତ । ଏଥର କିନ୍ତୁ ଟ୍ରଫି ହାସଲ ପାଇଁ ସମସ୍ତ ଉଦ୍ୟମ କରିବ ଦଳ । ସେଥିପାଇଁ ଟପ୍ ପ୍ଲେୟାରମାନଙ୍କୁ ନେଇ ଟିମ୍ ସିଲେକ୍ସନ ହୋଇଛି ।

    ଟିମ୍ ଇଣ୍ଡିଆ ଏବଂ ଟିମ୍ ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ । ଟାଇଟଲ୍ ହାସଲ କରିବାକୁ ଟପ୍ ପରଫରମାନ୍ସ ଦେବେ ଖେଳାଳି । ହେଲେ ବର୍ତ୍ତମାନ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ତେଣୁ ଓଭାଲ ପିଚରେ ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ । ଟାଇଟଲ୍ ହାସଲ କରିବାରେ କଙ୍ଗାରୁ ଟିମ୍ ଅପେକ୍ଷା ଟିମ୍ ଇଣ୍ଡିଆ ଅଧିକ ଫେବୋରାଇଟ୍ସ ବୋଲି କହିଛନ୍ତି ରିକି ପଣ୍ଟିଂ ।

    ପାଣିପାଗ ଏବଂ ପିଚ୍ କଣ୍ଡିସନ୍ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ବେଶ୍ ସୁହାଇବ ତଥାପି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଭଲ ରହିବ । ଇଂଲଣ୍ଡ ପରି ହାର୍ଡ ଏବଂ ବାଉନ୍ସ ପିଚରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିପାରେ ମାତ୍ର ଭାରତ ଏହାଠାରୁ ବହୁତ ଭଲ ବୋଲି ପ୍ରେଡିକ୍ସନ କରିଛନ୍ତି ରିକି । ଯଦି ଭାରତୀୟ ପିଚରେ ଏହି ମୁକାବିଲା ହୋଇଥାନ୍ତା ତେବେ ମ୍ୟାଚ୍ ଜିତିବା ଅଷ୍ଟ୍ରେଲିଆ ପାଇଁ ଏକପ୍ରକାର ସ୍ୱପ୍ନ ହୋଇଥାନ୍ତା ବୋଲି ସେ ନିଜର ମତ ରଖିଛନ୍ତି । ନ୍ୟୁଟ୍ରାଲ୍ ଭେନ୍ୟୁ ଇଂଲଣ୍ଡରେ ମ୍ୟାଚ୍ ଖେଳାଯାଉଥିବାରୁ ଏହା ବେଶ୍ ରୋମାଞ୍ଚକ ହେବ ଏବଂ ଶେଷରେ ଟିମ୍ ଇଣ୍ଡିଆ ବାଜି ମାରିବାର ସମ୍ଭାବନା ଅଧିକ ଥିବା କହିଛନ୍ତି ରିକି ।

    ଗତ କିଛି ବର୍ଷ ଧରି ବିଦେଶରେ ନିଜର ଦବାଦବା ବଜାୟ ରଖିଛି ଟିମ୍ ଇଣ୍ଡିଆ । ୨୦୨୦-୨୧ ବୋର୍ଡର-ଗାଭାସ୍କର ସିରିଜ୍ ହେଉ ଅବା ୨୦୨୧-୨୨ ପଟୌଦି ଟ୍ରଫ୍ ସବୁଥିରେ ଭଲ ପ୍ରଦର୍ଶନ କରିଛି ଦଳ । ବର୍ତ୍ତମାନ ମଧ୍ୟ ବଛାବଛା ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ତେଣୁ ଟିମ୍ ଅଷ୍ଟ୍ରେଲିଆ ପାଇଁ ସେମାନେ ଘାତକ ସାଜିପାରନ୍ତି ବୋଲି ପଣ୍ଟିଂ ଆଗରୁ ସତର୍କବାଣୀ ଶୁଣାଇଛନ୍ତି ।

    ୧୯୯୦ରୁ ୨୦୦୦ ଏବଂ ୨୦୦୦ ପରଠାରୁ ବର୍ତ୍ତମାନର ଟିମ୍ ବେଶ୍ ଶକ୍ତିଶାଳୀ । ଯେକୌଣସି ଟିମକୁ ଯେକୌଣସି ପରିସ୍ଥିତିରେ ପରାସ୍ତ କରିବାର କ୍ଷମତା ରଖିଛି ଟିମ୍ ଇଣ୍ଡିଆ । ଗତ ୧୦ରୁ ୧୫ ବର୍ଷ ମଧ୍ୟରେ ବ୍ୟାଟିଂ ଏବଂ ବୋଲିଂରେ ବହୁତ ଉନ୍ନତି କରିଛି ଭାରତ । ଟିମ୍ ଇଣ୍ଡିଆରେ ଅନେକ ବିସ୍ଫୋରକ ବ୍ୟାଟସମ୍ୟାନ, ରନ୍ ମେସିନ, ମ୍ୟାଚ୍ ୱିନର, ଟପ୍ ଫାଷ୍ଟ ବୋଲର ସୃଷ୍ଟି ହୋଇଛନ୍ତି ଯେଉଁମାନେ ଏକାକୀ ଦଳକୁ ବିଜୟୀ କରାଇପାରନ୍ତି ବୋଲି ରିକି ପଣ୍ଟିଂ କହିଛନ୍ତି ।

    ସିନିୟର ପ୍ଲେୟାର ଚେତେଶ୍ୱର ପୂଜାରା ଏବେ ଇଂଲଣ୍ଡରେ କାଉଣ୍ଟିଂ ମ୍ୟାଚ୍ ଖେଳୁଛନ୍ତି । ପୁରାପୁରି ଫର୍ମରେ ଥିବାରୁ ଅଷ୍ଟ୍ରେଲିଆ ପାଇଁ ଟେନସନର କାରଣ ବଢ଼ିଛି । ଅଷ୍ଟ୍ରେଲିଆ ବିରୋଧରେ ତାଙ୍କର ଭଲ ରେକର୍ଡ ରହିଛି । ତେଣୁ ଫାଇନାଲ୍ ମ୍ୟାଚ୍ ରୋମାଞ୍ଚକ ହେବ, କେହି କାହାରିକୁ ଛାଡ଼ିବେ ନାହିଁ । ଶେଷରେ କିନ୍ତୁ ଭାରତ ଫରରେ ମ୍ୟାଚ୍ ଯାଇପାରେ ବୋଲି ଦିଲ୍ଲୀ ମୁଖ୍ୟ କୋଚ୍ ସୂଚନା ଦେଇଛନ୍ତି । IPL ପରେ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ ହେବ । ତେଣୁ ଫିଟ୍ ଏବଂ ଇନଫର୍ମ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ବିରୋଧରେ ଲଢ଼ିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି ।

  • ଇଣ୍ଟରନେଟରେ ପ୍ରଶଂସା ସାଉଁଟୁଛନ୍ତି ଏହି ମା’…

    ଇଣ୍ଟରନେଟରେ ପ୍ରଶଂସା ସାଉଁଟୁଛନ୍ତି ଏହି ମା’…

    ମା’…ଦୁନିଆର ସବୁଠୁ ମଧୁର ଶବ୍ଦ । ଜନ୍ମରୁ ମୃତ୍ୟୁ, ସୁଖଦୁଃଖର ସାଥୀ ମା’…। ସେ ଗରିବ ହୁଅନ୍ତୁ ଅବା ଧନୀ, ସବୁବେଳେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଚିନ୍ତିତ । ଯେତେବେଳେ ସର୍ବାଧିକ କଷ୍ଟ, ଯନ୍ତ୍ରଣା ହୁଏ ସେତେବେଳେ ମା’ହିଁ ସାହାରା ବନିଥାଏ । କାରଣ ପ୍ରଥମ ଶବ୍ଦ ଥାଏ ମା’। ତାର ସ୍ନେହ, ପ୍ରେମ ଏବଂ ଭଲପାଇବା ହିଁ ପିଲାଙ୍କୁ ଦିଗଦର୍ଶନ ଦେଇଥାଏ । ସେହି ହିଁ ଗଠନର ପ୍ରଥମ ସୋପାନ । ସେ ହିଁ ଶିକ୍ଷାର ସୃଷ୍ଚିକର୍ତ୍ତା । ସେ ହିଁ ପ୍ରଥମ ଶିକ୍ଷୟିତ୍ରୀ ।

    ପିଲାଙ୍କ ପାଇଁ ମା’ସବୁକିଛି କରିପାରେ । ଏମିତି କିଛି ଭିଜୁଆଲ୍ ଆସିଛି ଯାହା ଆପଣଙ୍କୁ ନିଶ୍ଚିତ ଚିନ୍ତାରେ ପକାଇବ । ମୁକେଶ ଫୌଜି ନାମକ ଜଣେ ବ୍ୟକ୍ତି ଏମିତି କିଛି ଭିଡିଓ ଛାଡ଼ିଛନ୍ତି ଯାହାର ଭ୍ୟୁୟରସିପ୍ ପାଖାପାଖି ଦେଢ଼ ଲକ୍ଷ ହେଲାଣି । ମା’କାହିଁକି ଶ୍ରେଷ୍ଠ, ଭିଜୁଆଲ୍ ଦେଖିଲେ ଆପଣ ଜାଣିପାରିବେ ।

    ଆର୍ଥିକ ସ୍ଥିତି ଭଲ ନାହିଁ । ପରିବାର ଚଳିବ କିପରି । ଘରେ ଦୁଇ ଦୁଇ ଶିଶୁ । ସେମାନଙ୍କ ପାଠପଢ଼ା ହେବ କିପରି । ତଥାପି ମା’ପଛକୁ ହଟିନି । ରାସ୍ତାକଡ଼ର ବିକ୍ରେତା ସାଜିଛି ସେହି ମା’। ଫୁଲ, ଫଳ ବିକ୍ରି କରିବା ସହ ପିଲାଙ୍କ ଉପରେ ନଜର ପଡ଼ିଛି । ରାସ୍ତାକଡ଼ରେ ବସିଥିବା ଦୁଇ ଛୁଆଙ୍କୁ ମା’ନିଜେ ପାଠ ପଢ଼ାଉଛନ୍ତି । ସେମାନଙ୍କୁ ଶିକ୍ଷିତ କରିବା ପାଇଁ ମା’ଙ୍କ ଏହି ପ୍ରୟାସ ସର୍ବଦା ସ୍ମରଣୀୟ । ସ୍ଥିତି ଯାହା ହେଉନା କାହିଁକି ସେ ତ ମା’ ନା…।

    ଜଣେ ଶିକ୍ଷିତା ଏବଂ ସଚେତନ ମା’ ନିଜ ପରିବାର ତଥା ଦେଶକୁ ଆଗେଇ ନେବାର ଶକ୍ତି ଓ ସାମର୍ଥ୍ୟ ରଖନ୍ତି । ପିଲାକୁ ୧୦ ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରିବାର କଷ୍ଟଠାରୁ ଆରମ୍ଭ କରି ଜନ୍ମ ଯନ୍ତ୍ରଣା ସହିବା ପର୍ଯ୍ୟନ୍ତ ଓ ପରିବାରର ଲାଳନପାଳନ ପାଇଁ ନିଃସ୍ୱାର୍ଥପର ଭାବରେ ସେବା କରିବାର ଉଦାହରଣ ହେଉଛି ମା’। କଥାରେ ଅଛି ମା’ନାହିଁ ଯାହାର ସାହା ନାହିଁ ତାହାର…। ଏ ଭିଡିଓ ଦେଖିଲେ ମର୍ମେ ମର୍ମେ ଆପଣ ନିଶ୍ଚିତ ଏହାକୁ ଅନୁଭବ କରିପାରୁଥିବେ । ତେଣୁ ଦୁନିଆର ସବୁ ମା’ଙ୍କୁ Suchanatv24x7 ତରଫରୁ କୋଟିକୋଟି ପ୍ରଣାମ …।