Tag: #Suchanatv24x7

  • ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳିତ

    ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳିତ

    ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ଗୁଡସ ସେଡ୍ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବୋର୍ଡ ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା,ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଉତ୍ସବ ଆରମ୍ଭରେ ଅତିଥିଗଣ ଦ୍ଵୀପ ପ୍ରଜ୍ବଳନ କରିଥିଲେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଉଦ୍ଭାଷଣ ଦେଇଥିଲେ। ମନଦେଇ ପାଠ ପଢି ଦେଶ ଓ ଜାତିକୁ ଗୌରବ ମଣ୍ଡିତ କରିବାକୁ କହିଥିଲେ। ଏହି ଉତ୍ସବରେ ପିଲାମାନଙ୍କ ଦ୍ବାରା ବିଭିନ୍ନ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଡ ନାରାୟଣ ମିଶ୍ର, ଡ ରବି କୁମାରଙ୍କୁ ଚିକିତ୍ସା କ୍ଷେତ୍ରରେ ଓ ଆଇ ଆଇ ସି ଗୋଷାଣୀ ନୂଆଁ ଗାଁର ସ୍ମୃତି ପ୍ରଭା ପ୍ରଧାନଙ୍କୁ ଆଇନ ଶୃଙ୍ଖଳା ପାଇଁ ସମ୍ମାନୀତ କରାଯାଇଥିଲା। ସ୍କୁଲ ର ଚେୟାରମେନ୍ ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ସଭା ପରିଚାଳନା କରିଥିଲେ। ସମ୍ପାଦିକା ଅନିତା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ସ୍କୁଲ ର ଅଧ୍ୟକ୍ଷା ମଧୁସ୍ମିତା ପରିଡ଼ା ବାର୍ଷିକ ରିପୋର୍ଟ ପାଠ କରିଥିଲେ।

  • ଯୋଗାଣ ଅଧିକାରୀଙ୍କୁ ଘରୁ ମିଳିଛି ପୁଳା ପୁଳା ସୁନା

    ଯୋଗାଣ ଅଧିକାରୀଙ୍କୁ ଘରୁ ମିଳିଛି ପୁଳା ପୁଳା ସୁନା

    ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ମାଡି ବସିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ। ବୁଧବାର ଭୁବନେଶ୍ୱର ଓ ଗଂଜାମରେ ଥିବା ତାଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଏଥିରେ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସହ ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘର ଉପରେ ଛାନଭିନ ଚଳାଇଛି ବିଭାଗ।

    ୨ଟି ବହୁତଳ କୋଠା, ୨ଟି ଫ୍ଲାଟ ସହ ୫ଟି ପ୍ଲଟ ଠାବ କଲାଣି ତଦନ୍ତକାରୀ ସଂସ୍ଥା। ସେହିପରି ରେଡ ବେଳେ ୫ ଶହ ଗ୍ରାମ ସୁନା ଅଳଙ୍କାର ସହ ଏକ କୋଟି ବ୍ୟାଙ୍କ ଜମା, ଓ ୧.୨୧ ଲକ୍ଷ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ। ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିବା ସହ ଟିମ ଚଳାଇଛି ତଦନ୍ତ। ଯାଞ୍ଚ ପରେ ପୂର୍ଣ୍ଣ ସୂଚନା ମିଳିବ।

  • ଦୁଇ ଗିରଫ, ମୃତ ଠେକୁଆ ସହ ଦେଶୀ ବନ୍ଧୁକ ଜବତ

    ଦୁଇ ଗିରଫ, ମୃତ ଠେକୁଆ ସହ ଦେଶୀ ବନ୍ଧୁକ ଜବତ

    ରାୟଗଡା ଗୁଡ଼ାରୀ ବନାଞ୍ଚଳ ଅଧୀନସ୍ଥ ନାଇରା ସେକ୍ସନ ଗୁମୁଡା ନିକଟସ୍ଥ ଗୋପାଳପୁର ଗ୍ରାମ ନିକଟରୁ ବନବିଭାଗ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ମୃତ ଠେକୁଆ ଜବତ କରିଛି। ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ଅଞ୍ଚଳର ସୁରେଶ କୈବର୍ତ୍ତ ଓ ପୂର୍ଣ୍ଣ କାଡ୍ରାକା। ଗୁରୁବାର ଦିନ ଗୁଡ଼ାରୀ ବନାବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ଗୋପାଳପୁର ଗାଁ ନିକଟରେ ଦୁଇ ଜଣଙ୍କୁ ମୋଟର ସାଇକେଲରେ ପାଇଥିଲେ। ସେମାନଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା ପାଟ୍ରୋଲିଂ ଟିମର। ନିକଟକୁ ଯାଇ ସେମାନଙ୍କ ତନଖି କରିବାରୁ ସେମାନଙ୍କ ନିକଟରେ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଆଲୁମିନିୟମ ତାର, ଏକ ମୃତ ଠେକୁଆ ମିଳିଥିଲା। ବନବିଭାଗ ସେସବୁ ସହ ସେମାନଙ୍କ ମୋଟର ସାଇକେଲ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାଇରା ଫରେଷ୍ଟର ଶିବ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲିଥିଲା। ଏହି ପାଟ୍ରୋଲିଂ ଟିମରେ ଫରେଷ୍ଟଗାର୍ଡ କାମଦେବ ଶବର, କର୍ମଚାରୀ କୈଳାସ ଆରକା ଓ ତପସ୍ୱିନୀ କର ସାମିଲ ଥିଲେ । ଏସିଏଫ ରାୟଗଡା ସନ୍ଦୀପ କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ସୁରେଶ କୈବର୍ତ୍ତ ଓ ପୂର୍ଣ୍ଣ କାଡ୍ରାକାଙ୍କୁ କୋର୍ଟ ଚାଲାଣ କରାଯାଇଛି।

  • ଓଡିଶା ପାଇବାକୁ ଯାଉଛି ପ୍ରଥମ ମହିଳା ଡିଜିପି!

    ଓଡିଶା ପାଇବାକୁ ଯାଉଛି ପ୍ରଥମ ମହିଳା ଡିଜିପି!

    ରାଜ୍ୟ ପୁଲିସର ପରବର୍ତ୍ତୀ ମୁଖିଆ ହେବେ ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା । ଓଡ଼ିଶାକୁ ପ୍ରଥମଥର ପାଇଁ ମିଳିବେ ଜଣେ ମହିଳା ଡିଜିପି । କେନ୍ଦ୍ର ସରକାର ବି.ରାଧିକାଙ୍କ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ଏହି ସମ୍ଭାବନା ଜୋର୍ ଧରିଛି । ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୩୧ରେ ଶେଷ ହେଉଛି ।

    ସୂଚନା ଅନୁସାରେ, ରାଧିକାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ତାରିଖରେ ତାଙ୍କୁ ରାଜ୍ୟ କ୍ୟାଡ଼ରକୁ ଫେରାଇ ଦେଇଛନ୍ତି । ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ ରାଧିକା କାର୍ଯ୍ୟ କରୁଥିଲେ । ୨୦୧୮ ଅକ୍ଟୋବରରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ରାଧିକା ୨୦୨୦ ନଭେମ୍ବରରେ ସୀମା ସୁରକ୍ଷା ବଳର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସରକାରୀ ଚାକିରିରୁ ୨୦୨୪ ଜୁଲାଇରେ ଅବସର ନେବେ । ଅବସର ନେବାକୁ ଆଉ ମାତ୍ର ୮ମାସ ଥିବାବେଳେ ତାଙ୍କୁ ନିଜ କ୍ୟାଡ଼ରକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ବରିଷ୍ଠତା ଭିତ୍ତିରେ ଆଇପିଏସ୍ ରାଧିକାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି ଦେବାର ସମ୍ଭାବନା ରହିଛି । ଓଡ଼ିଶା ପୁଲିସ ଇତିହାସରେ ଏପର୍ଯ୍ୟନ୍ତ ୩୫ଜଣ ଡିଜିପି କାର୍ଯ୍ୟ କରିଥିଲେ ମଧ୍ୟ ଏଥିରେ କେହିବି ମହିଳା ନାହାନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମହିଳା କାର୍ଡ ଖେଳୁଥିବାରୁ ରାଧିକାଙ୍କୁ ଓଡ଼ିଶାର ପ୍ରଥମ ମହିଳା ଡିଜିପି କରିବାର ସମ୍ଭାବନା ଅଧିକ ରହିଛି ।

  • ବୈପାରୀଗୁଡା: ସୁକୁନାଳ ନିକଟରେ ଅଜଣା ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ

    ବୈପାରୀଗୁଡା: ସୁକୁନାଳ ନିକଟରେ ଅଜଣା ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ

    କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧୀନ ଗୁପ୍ତେଶ୍ୱର ଶୈବପୀଠ ପାଖରେ ଥିବା ସୁକୁନାଳ ନିକଟରେ ଜଣେ ମହିଳାଙ୍କର କ୍ଷତ-ବିକ୍ଷତ ଶବକୁ ପୋଲିସ ଜବତ କରିଛି । ବୁଧବାର ରାତିରେ ମହିଳାଙ୍କ ଶବ ସୁକୁନାଳ ନିକଟରେ ପଡିଥିବାର ସୂଚନା ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବକୁ ଠାବ କରିଥିଲା । ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ଜଣା ପଡିନାହିଁ । ମହିଳାଙ୍କ ଶରୀରର ବିଭିନ୍ନ ଅଂଶ ଏବଂ ବେକରେ ଧାରୁଆ ଅସ୍ତ୍ର ଦ୍ୱାରା ହୋଇଥିବା ଆକ୍ରମଣର ଚିହ୍ନ ସ୍ପଷ୍ଟ ବାରି ହେଉଛି । ତେବେ, ସାଧାରଣରେ ଏହା ଆତ୍ମହତ୍ୟା ନୁହଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି । ମହିଳାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା କିମ୍ବା ଶବ ପଡିଥିବା ସ୍ଥାନକୁ ଆଣି ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି । ତେବେ ବୈପାରୀଗୁଡା ଥାନାରେ, ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ନିରୁଦ୍ଧିଷ୍ଟ ଥିବା କିମ୍ବା ହତ୍ୟାକାଣ୍ଡକୁ ନେଇ ଅଭିଯୋଗ କରିନାହାନ୍ତି । ତେଣୁ ମୃତ ମହିଳା ଜଣଙ୍କ କିଏ ଓ ତାଙ୍କୁ କିଏ, କାହଁକି ହତ୍ୟା କରିଥିଲେ ତାକୁ ନେଇ ବୈପାରୀଗୁଡା ପୋଲିସ ତଦନ୍ତ ଜୋରଦାର କରିଛି ।

  • ଦିଲ୍ଲୀରେ ଆସନ୍ତା ୧୦ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ

    ଦିଲ୍ଲୀରେ ଆସନ୍ତା ୧୦ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ

    ଜାତୀୟ ରାଜଧାନୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ। ସବୁଆଡେ ଭରି ରହିଛି ଧୂଳି ଓ ଧୂଆଁ। ବାୟୁର ମାନ ଏପରି ନିମ୍ନଗାମୀ ହୋଇଛି କି ଶ୍ବାସକ୍ରିୟାରେ ସମସ୍ୟା ହେଲାଣି। ଆଜି ସକାଳୁ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଥିଲା ୪୫୩, ଯାହା ଜୀବ ଜଗତ ପାଇଁ ଘାତକ ବୋଲି କୁହାଯାଉଛି। ଏପରି ସ୍ଥିତିରେ ସରକାର ସ୍କୁଲ ସବୁକୁ ଆସନ୍ତା ୧୦ ତାରିଖ ଯାଏଁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା ଅନଲାଇନରେ କରାଇବାକୁ ଦିଲ୍ଲୀ ଶିକ୍ଷା ବିଭାଗ ନିର୍ଦେଶ ଦେଇଥି। ।

    ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ଏ ବିଷୟରେ ସୂଚନା ଦେଇଛନ୍ତି। ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଚମ ଶ୍ରେଣୀ ଯାଏ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ବର୍ତ୍ତମାନ ଏହାକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଏକ୍ୟୁଆଇ ୪୫୦ ଅତିକ୍ରମ କଲାଣି। ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ତଥ୍ୟ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀରେ ଏକ୍ୟୁଆଇ ୪୫୩ ଥିବା ରେକର୍ଡ କରାଯାଇଛି, ଯାହା ଗୁରୁତର ଶ୍ରେଣୀରେ ଆସୁଛି।

    ସ୍ୱିସ୍ ଗ୍ରୁପ୍ ତଥ୍ୟ ଅନୁଯାୟୀ ରାଜଧାନୀ ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇ ଆଜି ବିଶ୍ୱରେ ସବୁଠୁ ପ୍ରଦୂଷିତ ସହର । ସକାଳେ ନୂଆଦିଲ୍ଲୀ ପୁନର୍ବାର ଏକ୍ୟୁଆଇ ୪୮୩ ସହିତ ରିଅଲ୍ ଟାଇମ୍ ତାଲିକାରେ ଶୀର୍ଷରେ ଅଛି। ଏହା ପଛକୁ ଅଛି ଲାହୋରରେ ଏକ୍ୟୁଆଇ ୩୭୧ ଥିବା ରେକର୍ଡ କରାଯାଇଛି। ସେହିପରି କୋଲକାତାର ୨୦୬ ଏବଂ ମୁମ୍ବାଇର ୧୬୨ ଏକ୍ୟୁଆଇ ରେକର୍ଡ ହୋଇଛି।

  • ଦୁଇ ଜଣଙ୍କୁ ମାରି ଯନ୍ତାରେ ମଣିଷ ଖିଆ କଲରାପତରିଆ ବାଘ

    ଦୁଇ ଜଣଙ୍କୁ ମାରି ଯନ୍ତାରେ ମଣିଷ ଖିଆ କଲରାପତରିଆ ବାଘ

    ନୂଆପଡ଼ାରେ ଆତଙ୍କ ଖେଳାଇଥିବା ମଣିଷଖିଆ କଲରା ପତରିଆ ବାଘ ଯନ୍ତାରେ। ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମବନ୍ଧା ଅଞ୍ଚଳର କୋଦୋପାଲିରୁ ଧରାପଡ଼ିଛି ଏହି କଲରାପତରିଆ ବାଘ। ଗତକାଲି ରାତିରେ ଜଣଙ୍କ ଛାତ ଉପରେ ବାଘ ବସିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହା ଦେଖି ଲୋକଙ୍କ ଭିତରେ ଖେଳିଯାଇଥିଲା ଆତଙ୍କ। ଏନେଇ ତୁରନ୍ତ ବନବିଭାଗକୁ ସୂଚିତ କରାଯିବା ପରେ ବାଘ ଧରିବା ଅଭିଯାନ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୧୧ଟା ବେଳେ ବାଘଟି ଯନ୍ତାରେ ପଡ଼ିଥିଲା। ଯନ୍ତାରେ ପଡ଼ିବା ପରେ ଗତକାଲି ବିଳମ୍ବିତ ରାତିରେ ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍‌କୁ ଅଣାଯାଇଥିଲା।
    ଏହି କଲରାପତରିଆ ବାଘ ଗତ ୫ ଦିନ ମଧ୍ୟରେ ଦୁଇ ଜଣଙ୍କୁ ମାରିଥିବା ବେଳେ ଜଣଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଶୁକ୍ରବାର ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଗତକାଲି ବାଘଟି ତାଙ୍କୁ ମାରି ଖାଉଥିବାର ଲୋକେ ଦେଖିଥିଲେ।

  • ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ସରିଛି ମହାମାୟାଙ୍କ ଆବାହନ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ। ମନ ମୋହୁଛି ଆକର୍ଷଣୀୟ ତୋରଣ। କେନ୍ଦୁଝର ସହର ମଧ୍ୟ ପଛରେ ପଡିନି। ସହରରେ ଦଶରୁ ଉର୍ଦ୍ଧ୍ ମେଢ଼ ଅନୁଷ୍ଠିତ ହୋଇଛି।

    କେନ୍ଦୁଝର ପୁରୁଣା ସହର, ଆଟୋପୁର, ଭଳି ଅନେକ ସ୍ଥାନରେ ମହାମାୟାଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଏସବୁ ସ୍ଥାନ ଗୁଡିକରେ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମେଢ଼ ପ୍ରସ୍ତୁତ କରାଯାଇ ପୂଜର୍ଚ୍ଚନା ଚାଲିଛି। ସବୁ ମେଢ଼ ଗୁଡ଼ିକରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସହରର ସର୍ବ ପୁରାତନ ଦୁର୍ଗା ମଣ୍ତପ ଆଟୋପୂରରେ ଶାସ୍ତ୍ରୀୟ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ।

    ଚଳିତ ବର୍ଷ ଏହି ପୂଜା ମଣ୍ଡପକୁ ୬୫ ବର୍ଷ ପୁରିଥିବା ବେଳେ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ଆୟୋଜନ କରାଯାଇଛି। ସେହିପରି କେନ୍ଦୁଝର ସହରରେ ବଙ୍ଗାଳୀ ସମ୍ପ୍ରଦାୟ ପକ୍ଷରୁ ପ୍ରଥମ ଥର ପାଇଁ ଦୁର୍ଗା ପୂଜା ଆରମ୍ଭ କରାଯାଇଛି। ଏହି ମେଢ଼ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହେଉଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାମାୟାଙ୍କ ପୂଜାର୍ଚ୍ଚନା ବହୁ ଧୁମଧାମରେ ପାଳନ କରାଯାଉଛି।

  • ଅତାବିରା: ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

    ଅତାବିରା: ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

    ବୁଧବାର ମଧ୍ଯାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା କୁବେଟା ସୋରୁମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।ମୃତ ବାଇକ ଆରୋହୀ ଜଣକ ସମ୍ବଲପୁର ଜିଲ୍ଲା ମାନେଶ୍ଵର ଭୋଇପାଲି ଗ୍ରାମର ଡି ଲକ୍ଷ୍ମୀନାରାୟଣ ବୋଲି ଜଣାପଡିଛି । ସୂଚନା ଅନୁସାରେ OD15C 9738 ନମ୍ବର ବିଶିଷ୍ଟ ଏକ ହିରୋହୋଣ୍ଡା ବାଇକ ଯୋଗେ ଜଣେ ବ୍ଯକ୍ତି ଅତାବିରାରୁ ସମ୍ବଲପୁର ପଟକୁ ଯାଉଥିଲେ। ଏହି ସମୟରେ ଅତାବିରା କୁବେଟା ସୋରୁମ ଆଗରେ ପଛପଟୁ ଆସୁଥିବା ଏକ କଣ୍ଟେନର ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ ଘଟିଥିଲା। ଖବର ପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କିରିଥିଲା। ସେ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ଯ ପ୍ରଶାସନ ଦୁର୍ଘଟଣା ରୋକିବା ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ସୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

  • ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ଚାହୁଁ ଚାହୁଁ ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ । ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ପାରାଦୀପର ନେହେରୁବଙ୍ଗଳା ମହାନଦୀ ମୁହାଣ ମୁହଁରେ ଘଟିଛି ଏପରି ଦୁଃଖଦାୟକ ଘଟଣା । ବୁଡିଯାଇଥିବା ‘ମା’ ବାସୁଳେଇ ଭରଷା-୨’ ନାମକ ବୋଟରେ ଥିଲେ ୮ ଜଣ ମତ୍ସ୍ୟଜୀବୀ । ଜୀବନ ବଞ୍ଚାଇବା ପାଇଁ ବୋଟରେ ଥିବା ପ୍ଲାଷ୍ଟିକ ଜାର ଧରି ମୁହାଁଣରେ ମମତ୍ସ୍ୟଜୀବୀ ମାନେ ପହଁରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ତରଫରୁ ଏକ ବୋଟ ପଠାଯାଇଥିଲା । ଯେଉଁଥିରେ ସମୁଦ୍ର ମଧ୍ୟରୁ ତିନି ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା ।

    ସେପଟେ ଏହି ଅଘଟଣ ସମୟରେ ଫେଲ୍ ମାରିଲା କୋଷ୍ଟଗାର୍ଡର ରେସ୍କ୍ବ ହେଲିକପ୍ଟର । ଅନ୍ଧାର ଯୋଗୁଁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା । ଶେଷ ସୂଚନା ମୁତାବକ ମୋଟ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ଏହି ଘଟଣାରେ ମେରାଇନ ପୋଲିସ, ପାରାଦ୍ଵୀପ ବନ୍ଦର, ମତ୍ସ୍ୟଜୀବୀ ଓ କୋଷ୍ଟଗାର୍ଡର ମିଳିତ ଅପରେସନ ଚଳାଇଥିଲା । ମତ୍ସ୍ୟଜୀବୀ ମାନେ ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପାରାଦ୍ଵୀପ ବନ୍ଦରର ଡକ୍ ବୋଟ ଦ୍ବାରା ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

    ଲଘୁଚାପ ଯୋଗୁଁ ମୁହାଣରେ ପ୍ରଖର ସ୍ରୋତ କାରଣରୁ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରି ନାହିଁ । ତେବେ ମୁହାଣ ମୁହଁରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିବା ନେଇ ଓମ୍ଫା ତରଫରୁ ପ୍ରକାଶ କରାଯାଇଥିବା ବେଳେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ ତୁରନ୍ତ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯିବାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ମୁହାଣ ମୁହଁରେ ପ୍ରଖର ସ୍ରୋତ ସତ୍ୱେ ଓମ୍ଫା ତରଫରୁ ସମୁଦ୍ର ମୁହାଣ ମୁହଁରେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ଏ ନେଇ ପ୍ରଚେଷ୍ଟା ଜାରି ରହିଛି ।