Tag: #serious

  • ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡାବାନ୍ତିରେ ୧ ମୃତ୍ୟୁ ୫ ଗୁରୁତର

    ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ମେଡିକାଲେରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡ଼ିମିରିଗୁଡା ପଞ୍ଚାୟତର ଭଟାଙ୍ଗପଦର ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିତ୍ର ସୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ କ୍ଷିତ ସୁନା ଓ ନୁନୁଗୁଡା ସୂର୍ଯ୍ୟ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଅନ୍ୟ ତିନିଜଣ ମହିଳା ଗ୍ରାମରେ ଚିକିତ୍ସିତ ହେଉଛନ୍ତି। ମୃତକ ଚିତ୍ର ସୁନା ଗୋଟିଏ ଦିନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନିଜ ଘରେ ହିଁ ମୃତ୍ୟୁ ବରଣ କରିଥିବାଳେ ଅନ୍ୟ ଦୁଇ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଅମ୍ବାଦଳା ଓ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମରେ ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରିବା ସହ ସଚେତନତା କରା ଯାଇଥିବା ଜଣାପଡ଼ିଛି। ଗ୍ରାମରେ ପ୍ୟାପିଥିବା ଝାଡାଵନ୍ତିର କାରଣ ଦୂଷିତ ପାଣି ବୋଲି ଜଣାପଡ଼ିଥିବା ବେଳେ ପ୍ରଶାସନ ତରଫରୁ ଟ୍ୟାଙ୍କରର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

  • ପଟ୍ଟାମୁଣ୍ଡାଇ: ମକା ପାଉଡର ବଦଳରେ ପକୁଡ଼ିରେ ମିଶିଲା ଗାମାକ୍ସିନ,୩ ଗୁରୁତର

    ପଟ୍ଟାମୁଣ୍ଡାଇ: ମକା ପାଉଡର ବଦଳରେ ପକୁଡ଼ିରେ ମିଶିଲା ଗାମାକ୍ସିନ,୩ ଗୁରୁତର

    କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହା ଗାଁରେ ଅଭାବନୀୟ ଘଟଣା । ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
    ସୂଚନା ଅନୁସାରେ ପାଲସିଂହା ଗାଁର ଭାସ୍କର ସାହୁ ଓ ସ୍ତ୍ରୀ ସାବିତ୍ରୀ ପକୁଡ଼ି ଛାଣୁଥିଲେ । ହେଲେ ସେମାନେ ମକା ପାଉଡର ଭାବି ଗାମାକ୍ସିନ ମିଶାଇଥିଲେ । ପକୁଡ଼ି ଛାଣି ଖାଇବା ପରେ ଦମ୍ପତିଙ୍କ ସମେତ ପୁଅ ରାଜକିଶୋର ମଧ୍ୟ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ଥିବାବେଳେ ସ୍ଥିତିରେ ସୁଧାର ଆସିଥିବା ଜଣାପଡ଼ିଛି ।

    ସାମାନ୍ୟ ଅସାବଧାନତା ଯୋଗୁଁ ଗୋଟିଏ ପରିବାରର ୩ ଜଣ ଏବେ ମେଡିକାଲରେ । ଖାଇବା ଜିନିଷରେ ମିଶିଗଲା ଗାମାକ୍ସିନ ଯାହା ନିହାତି ଶରୀର ପାଇଁ ବିଷାକ୍ତ । ତେଣୁ ଏଭଳି ସ୍ଥିତିରେ ସର୍ବଦା ସାବଧାନତା ଅବଲମ୍ବନ କରିବାକୁ ହେବ । ନଚେତ କେତେବେଳେ ବି କାହାର ଜୀବନ ଚାଲିଯାଇପାରେ । ଭାସ୍କର ଏବଂ ତାଙ୍କ ପତ୍ନୀ ପକୁଡ଼ି ଛାଣୁଥିବା ବେଳେ ଏଭଳି ଅଘଟଣ ଘଟିଗଲା । ଏବେ ସେମାନେ କିପରି ସୁସ୍ଥ ହୋଇ ଘରକୁ ଫେରିବେ ସେ ନେଇ ସମସ୍ତଙ୍କ ଚିନ୍ତା ।

  • ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

    ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ। ଗୁରୁବାର ଭୋର ସମୟରେ ଜେଲ୍‌ର ବାଥରୁମ୍‌ ଯାଇଥିବା ବେଳେ ସେଠାରେ ବେହୋସ ହୋଇ ପଡ଼ିଲେ ସତ୍ୟେନ୍ଦ୍ର। ତାଙ୍କୁ ତୁରନ୍ତ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି।

    ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରେ ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି । ଆଜି ସେ ଜେଲର ଶୌଚାଳୟକୁ ସକାଳୁ ଯାଇଥିବା ବେଳେ ସେଠାରେ ଅଚେତ ହୋଇ ପଡିଯାଇଥିଲେ।  ସେଠାରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଲ୍ଲୀ ଦିନଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଲୋକନାୟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେ ଅକ୍ସିଜେନ ସପୋର୍ଟରେ ଥିବା ବେଳେ ଡାକ୍ତର ତାଙ୍କ ଚିକିତ୍ସା କରୁଛନ୍ତି। ସେ ଗାଧୁଆ ଘର ପଡିଯିବାରୁ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ଆପ ପକ୍ଷରୁ ସୂଚନା ଦିଆଯାଇଛି।

    ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜୈନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେଜରିୱାଲ ଟୁଇଟ କରି ଲେଖିଛନ୍ତି କି, ଭଗବାନ ତାଙ୍କୁ ଏହି ଅପ୍ରିତିକର ପରିସ୍ଥିତି ସହ ଲଢିବାକୁ ଶକ୍ତି ଦିଅନ୍ତୁ। ସେ ଆହୁରି ଲେଖିଛନ୍ତି କି, ଜଣେ ଲୋକଙ୍କୁ ସୁସ୍ୱାସ୍ଥ୍ୟ ଓ ଭଲ ଚିକିତ୍ସା ସେବା ଯୋଗାଇଦେବାକୁ ଦିନରାତି କାମ କରୁଥିବା ବେଳେ ଜଣେ ଏକଛତ୍ରବାଦୀ ତାଙ୍କୁ ଦଣ୍ଡିତ କରିବାରେ ଲାଗିଛନ୍ତି।ଭଗବାନ ସବୁ ଦେଖୁଛନ୍ତି ଓ ସମସ୍ତଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି କେଜରିୱାଲ।

    ଜେଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ କୁହାଯାଇଛି କି, ଆଜି ସେ ସକାଳ ପ୍ରାୟ ୬ଟାରେ ଗାଧୁଆ ଘରେ ଖସିପଡିଥିଲେ। ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଡାକ୍ତରଙ୍କ ନିରିକ୍ଷଣରେ ରହି ଆସୁଥିଲେ। ଏହା ପୂର୍ବରୁ ମଧ୍ୟ ସେ ଅସୁସ୍ଥ ଥିବା ଜଣାଇଥିଲେ। ୨ ଦିନ ତଳେ ଜୈନ୍ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସା ପରେ ଜେଲ୍‌ ଫେରିଥିବା ବେଳେ ଆଜି ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି।

    ସତ୍ୟେନ୍ଦ୍ର ଜୈନ ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଗତ ଗୁରୁବାର ଦିନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଇଥିଲେ କି, ବର୍ତ୍ତମାନ ଜୈନ ଅସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଉଛି। ଏକ ବର୍ଷ ଭିତରେ ତାଙ୍କ ଓଜନ ୩୫ କେଜି କମି ସାରିଲାଣି। ସେ କଙ୍କାଳସାର ହୋଇଗଲେଣି।

    ଏହାକୁ ନେଇ ସୁପ୍ରିମକୋର୍ଟ ନୋଟିସ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଜୈନଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଅବକାଶକାଳୀନ ବେଞ୍ଚଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ଜୈନ ୨ ଥର ଅସୁସ୍ଥ ହୋଇ ହେଲେଣି।

    ସୂଚନାଯୋଗ୍ୟ, ଗତବର୍ଷ ମେ’ ୩୦ରେ ଇଡି ଦିଲ୍ଲୀର ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି। ଦିଲ୍ଲୀର