Tag: #raid

  • ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ

    ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ

    ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ । ଯୋଗାଣ ବିଭାଗର ଚଢ଼ାଉରେ ୯ ଶହ କୁଇଣ୍ଟାଲ ଧାନ ଜବତ । ପଶ୍ଚିମବଙ୍ଗକୁ ଓଡ଼ିଶାରୁ ଚୋରା ଧାନ ଚାଲାଣ ହେଉଥିବା ନେଇ ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଡୋଶୀ ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ ହେଉଥିଲା ବେଳେ ଖବର ପାଇ ମାଡି ବସିଛି ଜିଲ୍ଲା ଯୋଗାଣ ବିଭାଗ । ସୂଚନା ଅନୁସାରେ, ଧାନ ଚୋରା ଚାଲାଣ ହେଉଥିବା ଖବର ପାଇ ଯୋଗାଣ ବିଭାଗର ଟିମ୍ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ନଜର ରଖିଥିଲେ। ସନ୍ଦେହଜନକ ଟ୍ରକକୁ ଅଟକାଇ ତଲାଶି ନେବା ପରେ ଆନୁମାନିକ ୯ ଶହ କୁଇଣ୍ଟାଲରୁ ଅଧିକ ଧାନ ଜବତ କରାଯାଇଛି । ଧାନ ଚାଲାଣ ସମ୍ପର୍କରେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିବାରୁ ଟ୍ରକ ସହ ସମସ୍ତ ଧାନକୁ ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ସହ ଚୋରା ଚାଲାଣ ପଛରେ ଥିବା ଚକ୍ରକୁ ଧରିବାକୁ ପ୍ରୟାସ ଜାରି ରହିଛି।

  • ଶିଳ୍ପପତିଙ୍କ ଘରେ ଚଢ଼ାଉ

    ଶିଳ୍ପପତିଙ୍କ ଘରେ ଚଢ଼ାଉ

    ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନିଲ ଅମ୍ବାନୀଙ୍କ ବାସଭବନ ଏବଂ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ପ୍ରାୟ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବଇର ପାଲିହିଲସ୍ଥିତ ଅନିଲଙ୍କ ବାସଭବନ ସମେତ ଦିଲ୍ଲୀ, ନୋଏଡା, ଗାଜିଆବାଦ, ପୁଣେ, ଥାଣେ, ହାଇଦରାବାଦ, ଚେନ୍ନଇ ଏବଂ ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲାରେ ଥିବା କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି। ସୂଚନାଯୋଗ୍ୟ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଭଳି କମ୍ପାନୀ ତରଫରୁ ବିଭିନ୍ନ ସୂତ୍ରରୁ ଆଦାୟ କରାଯାଇଥିବା ଅର୍ଥକୁ ହେରଫେର କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ରିଲାଏନ୍ସ ହୋମ ଫାଇନାନ୍ସରେ ୨୯୬୫ କୋଟି ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୨୦୪୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଥିଲା। ତେବେ ଏହି ଅର୍ଥକୁ ଉପଯୁକ୍ତ ଭାବେ ବିନିଯୋଗ କରାଯାଇନଥିବା ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଦାଏର କରାଯାଇ ତଦନ୍ତ ଜାରି ରହିଛି।

  • ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

    ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

    ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ପୈତୃକ ସମ୍ପତ୍ତି ର ପଟ୍ଟା କରାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ । ପ୍ରଥମେ ଆବେଦନ କରାଇ ଦେବାକୁ ଅନୁରୋଧ କରିଥିଲେ ହିତାଧିକାରୀ । କିନ୍ତୁ ଟଙ୍କା ଦେଲେ ଆବେଦନ କରିବେ ବୋଲି କହିଥିଲେ ସତ୍ୟପ୍ରିୟ ।

    ଆଜି ଆଠମଲ୍ଲିକ ଏସବିଆଇ ମୁଖ୍ୟ ଶାଖା ଏଟିଏମ ସମ୍ମୁଖରେ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଅଭିଯୋଗକାରୀ କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ କହିବା ଅନୁସାରେ, ଏହି କାମ ପାଇଁ ଦୀର୍ଘ ୬ ମାସ ହେଲା ଆଠମଲ୍ଲିକ ତହସିଲ ବିଭାଗ ତାଙ୍କୁ ଦଉଡାଉ ଥିଲେ । ଟ୍ରାପ ପରେ ସତ୍ୟପ୍ରିୟ ନାୟକଙ୍କ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

  • ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

    ରାଉରକେଲା ସହର ସଂଲଗ୍ନ ପ୍ଲାଣ୍ଟ ସାଇଟ୍ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବା ବେଳେ ବାଣ ଚାହିଦା ମଧ୍ୟ ଆକାଶ ଛୂଆଁ ହୋଇଛି । ଅସାଧୁ ବ୍ୟବସାୟୀ ମାନେ ଏହାର ସୁଯୋଗ ଉଠାଇ ମାଲେମାଲ୍ ହେବାକୁ ଚାହୁଁଥିବା ବେଳେ ବିଭିନ୍ନ ସ୍ଥାନରେ ବେଧଡକ ବେପାର ଜାରି ରଖିଛନ୍ତି । ଏପରି ଏକ ବେଆଇନ୍ ବାଣ ଗୋଦାମ୍ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ୍ ପୋଲିଶ ସେହି ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଏକ ପୋଲିସ ଦଳ ପ୍ଲାଣ୍ଟ ସାଇଟ୍ ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ରହୁଥିବା ସଂଗ୍ରାମ କିଶୋର ନାୟକଙ୍କ ଘର ଉପରେ ଚଢ଼ାଉ କରିଥିଲେ । ସେଠାରୁ ପ୍ରାୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ଜବତ କରିବା ସହିତ ସୀତାକାନ୍ତ ଭଞ୍ଜ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିବା ରାଉରକେଲା ଡି.ଏସ୍.ପି ନିର୍ମଳ ମହାପାତ୍ର କହିଛନ୍ତି ।

  • ମୁଖ୍ୟଯନ୍ତ୍ରୀଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା

    ମୁଖ୍ୟଯନ୍ତ୍ରୀଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା

    ଆଜି ମୁଖ୍ୟଯନ୍ତ୍ରୀ ତଥା ବୈତରଣୀ ବେସିନର ମ୍ୟାନେଜରଙ୍କ କେନ୍ଦୁଝର ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଯାଞ୍ଚ ଆରମ୍ଭ କରିଛି ଭିଜିଲାନସ୍ ବିଭାଗ । ଆଜି ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତି ଏବଂ କେନ୍ଦୁଝର ଭିଜିଲାନ୍ସ DSPଙ୍କ ନେତୃତ୍ୱରେ ଏହି ଯାଞ୍ଚ କରାଯାଉଛି । ଗତକାଲି କେନ୍ଦୁଝରରେ ମୁଖ୍ୟ ଯନ୍ତ୍ରୀଙ୍କର ଅନୁପସ୍ଥିତି ଯୋଗୁଁ ଏହି ୨ଟି ସ୍ଥାନକୁ ଭିଜିଲାନ୍ସ ବିଭାଗ ତରଫରୁ ଜଉମୁଦ ଦେଇ ସିଲ୍ କରାଯାଇଥିଲା । ସୂଚନାଯୋଗ୍ୟ, ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମୁଖ୍ୟଯନ୍ତ୍ରୀ ତଥା ବୈତରଣୀ ବେସିନର ମ୍ୟାନେଜର କୈଳାଶ ଚନ୍ଦ୍ର ସାହୁଙ୍କ ୧୦ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୩ଟି Flat, ଗୋଟିଏ ୮୮୨୧ Sqftର ୩ ମହଲା ନିର୍ମାଣାଧୀନ ଘର, ଏକ ଦୋକାନ ଘର, ୨୮ଟି ମୂଲ୍ୟବାନ Plot ଓ ୮୨ ଲକ୍ଷ ୮୦ ହଜାର ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ ୪ ଚକିଆ ଗାଡ଼ି ସହ, ୩ଟି ୨ ଚକିଆ ଗାଡ଼ି ଠାବ ହୋଇଛି । ଆଜି ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କୁ ନେଇ କେନ୍ଦୁଝରରେ ତାଙ୍କର ୨ଟି ଠିକଣାରେ ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି ।

    ତେବେ ଗତକାଲି ଏହି ମାମଲାରେ କୈଳାଶ ସାହୁଙ୍କ ଯାଜପୁର ଜିଲ୍ଲା ଡ଼ାକବଙ୍ଗଳା ସ୍ଥିତ ଏକ ଆପାଟମେଣ୍ଟ ଭିତରେ ଥିବା ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । କାରଣ ସେ ଏହା ପୂର୍ବରୁ ସେ ଯାଜପୁରର କୋରେଇ ବ୍ଲକରେ କାର୍ଯ୍ୟରତ ଥିଲେ । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ୫ ଜଣିଆ ଟିମ ହଠାତ ବ୍ୟାସନଗର ପୌର ପରିଷଦ ସ୍ଥିତ ଡ଼ାକବଙ୍ଗଳା ଛକରେ ପହଞ୍ଚିଥିଲେ । ଭିଜିଲାନ୍ସ ପକ୍ଷରୁ ଏକାକାଳୀନ କେନ୍ଦୁଝର ଜିଲ୍ଲା ବାସଭବନ ସହିତ କୈଳାଶଙ୍କ ୧୦ଟି ସ୍ଥାନରେ ଚଢ଼ାଉ କରି ସମ୍ପତ୍ତି ଆକଳନ କରାଯାଇଛି ।

  • ଆକ୍ସନ ମୁଡ଼ରେ ହରିୟାଣାରେ ED, କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଗିରଫ

    ଆକ୍ସନ ମୁଡ଼ରେ ହରିୟାଣାରେ ED, କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଗିରଫ

    ହରିୟାଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଶନିବାର (୨୦ ଜୁଲାଇ ୨୦୨୪ ) ସୋନିପତରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପାନୱାରଙ୍କ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଇଡି ଦଳ ତାଙ୍କୁ ଅମ୍ବାଲା କାର୍ଯ୍ୟାଳୟକୁ ନେଇଛନ୍ତି।

    ବିଶେଷ ସୂତ୍ରରୁ ଜଣାଯାଏ ଯେ ନିକଟରେ ବେଆଇନ ଖଣି ସମ୍ପର୍କିତ ଏକ ମାମଲାରେ ଇଡି ଟିମ୍ ଯମୁନାନଗରର ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ ବିଧାୟକ ଦିଲବାଗ ସିଂଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରୁ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲା | ଏହା ପରେ ସୁରେନ୍ଦ୍ର ପାନୱାରଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।

  • ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    ଦେଶୀ ବନ୍ଧୁକ କାରଖାନାରେ ଚଢାଉ, ବନ୍ଧୁକ ଜବତ ସହ ଜଣେ ଗିରଫ

    କନ୍ଧମାଳ ଜିଲ୍ଲାର ରାଇକିଆ ପୋଲିସ ଦେଶୀ ବନ୍ଧୁକ ତିଆରି କାର ଖାନା ଏବଂ ତିଆରି କରୁଥିବା ଅଭିଯୋଗ ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ରାଇକିଆ ଥାନା ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ରିଶିଗୁଡ଼ା ଗ୍ରାମ ର ମୁନିବର ମଲିକ I ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବିଭିନ୍ନ ପ୍ରକାର ବନ୍ଧୁକ ପ୍ରସ୍ତୁତ ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି ।

    ବହୁ ଦିନ ଧରି ଏହି ସ୍ଥାନରେ ଦେଶୀ ବନ୍ଧୁକ ତିଆରି ହେଉଥିବାର ଅଭିଯୋଗ ହୋଇଥିଲା। ରାଇକିଆ ପୋଲିସଏ ନେଇ ରାଇକିଆ ଥାନାରେ ରେ କେଶ ଅତର୍କିତ ଭାବେ ଚଢାଉ କରି ଏହି ସଫଳ ପାଇ ପାରିଛି। ରାଇକିଆ ଥାନାରେ କେଶ ନମ୍ୱର 41/23 ରେ ଏକ ମାମଲା ରୁଜୁ ହୋଇଛି I ଏ ନେଇ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି I
    କନ୍ଧମାଳ ରୁ ଅରୁଣ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ୍

  • ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ବାଲେଶ୍ବର ଜିଲ୍ଲାରେ ଚାଲୁଥିଲା ନକଲି ଆରଟିଓ। କିଛି ଦଲାଲ ଅଫିସ ଖୋଲି ନକଲି ପରମିଟ, ଦସ୍ତାବିଜ ସହ ନମ୍ବର ଯୋଗାଉଥିବା ଅଭିଯୋଗରେ ପୋଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛ। ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଏନଏଚ-୬୦ର ଲକ୍ଷ୍ମଣ ନାଥ ଟୋଲ୍ ପ୍ଲାଜା ନିକଟରେ ଏକ ନକଲି RTO କାର୍ଯ୍ୟାଳୟରେ ଚଡାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନହଞ୍ଜୋରାର ମଧୁସୂଦନ ପରିଡାଙ୍କ ୩୪ ବର୍ଷୀୟ ପୁଅ ତୁଷାର ରଞ୍ଜନ ପରିଡା ଓ ଝାରଖଣ୍ଡ ନନ୍ଦିକାଆ ଗାଁର ଦେବେନ୍ଦ୍ର ନାଥ ସାହୁଙ୍କ ୨୭ ବର୍ଷୀୟ ପୁଅ ସମ୍ଭୁ ସାହୁ।

    ସୂଚନା ପାଇ ଜଳେଶ୍ୱର ଥାନାର ସବଇନିସ୍ପେକ୍ଟର ସି ରାଉତ ଓ ପୋଲିସ କର୍ମଚାରୀଙ୍କ ସହିତ ଟୋଲ ଗେଟ ନିକଟରେ ପହଂଚି ଚିହ୍ନଟ ହୋଇଥିବା RTO ର ଏକ ଘରେ ବସିଥିଲେ। ସେମାନଙ୍କନିକଟରୁ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଆଦି ବାହାର ରାଜ୍ୟର ୧୧ଟି ଷ୍ଟାମ୍ପ, ମୋଟର ଭେହିକିଲ ରସିଦ, ଚେକ ପୋଷ୍ଟ ଦସ୍ତାବିଜ ଓ ଅନ୍ୟାନ୍ୟ ଦଲିଲ ଜବତ କରିଛି ପୋଲିସ। ଏମାନେ ଏହି ଆରଟିଓରେ ଦଲାଲ କାମ କରିବା ସହ ବାହାର ରାଜ୍ୟକୁ ଯିବାକୁ ନକଲି ପରମିଟ କାଗଜପତ୍ର ଓ ନମ୍ବର ପ୍ରଦାନ କରୁଥିବା ସନ୍ଦେହ କରାଯାଉଛି। ଏହି ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି।

  • ଖଣି ଦୁର୍ନୀତି ମାମଲାରେ ପୁଣି ସକ୍ରୀୟ ଇଡି

    ଖଣି ଦୁର୍ନୀତି ମାମଲାରେ ପୁଣି ସକ୍ରୀୟ ଇଡି

    କେନ୍ଦୁଝର ଜିଲ୍ଲା ବଡବିଲରେ EDର ଚଢ଼ାଉ । ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ED ପକ୍ଷରୁ ରେଡ୍ ଜାରି ରହିଛି । ଖଣି ଦୁର୍ନୀତି ସମ୍ପର୍କିତ ମାମଲାରେ ଏହି ଚଢ଼ାଉ ହେଉଥିବା ସୂଚନା ମିଳିଛି । ଚଢ଼ାଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

    ସୂଚନା ଅନୁଯାୟୀ, ଦୀପକ ଗୁପ୍ତାଙ୍କ ବିରୋଧରେ ଖଣି ଦୁର୍ନୀତିକୁ ନେଇ ମାମଲା ରୁଜୁ ହୋଇଥିଲା । ତେଣୁ, ବଡ଼ବିଲରେ ଥିବା ମହାନ୍ତ ବସ୍ତି ରୋଡ଼୍ ସ୍ଥିତ ଦୀପକ ଗୁପ୍ତାଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିଲା । ଉଲିବୁରୁ ଖଣିରେ ୧୮ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ, ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହା ପୂର୍ବରୁ ମଧ୍ୟ ଇଡି ଦୀପକ ଗୁପ୍ତାଙ୍କ ଯାଞ୍ଚ କରିଛି ।

  • ଆପ ନେତାଙ୍କ ୧୨ଟି ସ୍ଥାନରେ ଇଡିର ରେଡ, ଆତିଶି କହିଲେ -ଏହା ଦୁର୍ନୀତିର ଅନୁସନ୍ଧାନ ନୁହେଁ ବରଂ ଅନୁସନ୍ଧାନରେ ହିଁ ଦୁର୍ନୀତି ରହିଛି

    ଆପ ନେତାଙ୍କ ୧୨ଟି ସ୍ଥାନରେ ଇଡିର ରେଡ, ଆତିଶି କହିଲେ -ଏହା ଦୁର୍ନୀତିର ଅନୁସନ୍ଧାନ ନୁହେଁ ବରଂ ଅନୁସନ୍ଧାନରେ ହିଁ ଦୁର୍ନୀତି ରହିଛି

    ଦିଲ୍ଲୀରେ ଆମ ଆଦମି ପାର୍ଟି (ଏଏପି)ର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିବଭ କୁମାର ଏବଂ (ଏଏପି) ସହ ଜଡିତ କିଛି ବ୍ୟକ୍ତିଙ୍କ ମନି ଲଣ୍ଡରିଂ ମାମଲାର ତଦନ୍ତ କରିଛି । ଇଡି ଅଧିକାରୀ ବିବଭ କୁମାର ଏବଂ ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶଲବ କୁମାର, ଆପ ରାଜ୍ୟସଭା ସଦସ୍ୟ ତଥା ଜାତୀୟ କୋଷାଧ୍ୟକ୍ଷ ଏନଡି ଗୁପ୍ତାଙ୍କ କାର୍ଯ୍ୟାଳୟ ତଥା କିଛି ଅନ୍ୟ ଲୋକଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲେ। (ଇଡି), ଆପ ନେତାଙ୍କ ୧୨ ଟି ସ୍ଥାନରେ ଚଢ଼ାଉ କରିଥିଲା | ତେବେ ମନି ଲଣ୍ଡରିଂ କିମ୍ବା କିଛି ନୂତନ ମାମଲା ସହ ଜଡିତ ଏହି ଅନୁସନ୍ଧାନ ସମ୍ପର୍କ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଇଡିର ଏହି କାର୍ଯ୍ୟ ସେତେବେଳେ ହେଲା, ଯେତେବେଳେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶି କହିଥିଲେ ସେ ଏଜେନ୍ସି ବିଷୟରେ ଏକ ବଡ଼ ଖୁଲାସା କରିବେ। ଇଡି ଆକ୍ରମଣ ପରେ ଆପ ନେତା ତଥା ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ଏହା ଦୁର୍ନୀତିର ଅନୁସନ୍ଧାନ ନୁହେଁ ବରଂ ଅନୁସନ୍ଧାନରେ ହି ଦୁର୍ନୀତି ରହିଛି ।