Tag: #Paradeep

  • ୭ ଘଣ୍ଟା ବନ୍ଦ ରହିଲା କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା, କିଏ ରାଜେନ୍ଦ୍ର?

    ୭ ଘଣ୍ଟା ବନ୍ଦ ରହିଲା କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା, କିଏ ରାଜେନ୍ଦ୍ର?

    ଦିର୍ଘ ୭ ଘଣ୍ଟା ପରେ କଟକ-ପାରାଦ୍ଵୀପ ଓ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତାରୁ ହଟିଛି ଅନ୍ଦୋଳନ । ଏହି ୭ ଘଣ୍ଟା ପର୍ଯ୍ୟନ୍ତ ପାରାଦ୍ଵୀପ ବନ୍ଦରର ପରିବହନ ମଧ୍ଯ ପ୍ରଭାବିତ ହୋଇଛି । ଘଟଣା ସ୍ଥଳରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପହଞ୍ଚି ଆଲୋଚନା କରିବା ପରେ ଆନ୍ଦୋଳନରୁ ହଟିଥିଲେ ଗ୍ରାମବାସୀ ଓ ମୃତ ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନଙ୍କ ପରିବାର । ପ୍ରଶାସନ ପକ୍ଷରୁ ମୃତକ ରାଜେନ୍ଦ୍ରଙ୍କ ପରିବାରକୁ ୩୦ ହଜାର ଟଙ୍କା ଦିଆଯିବ, ରେଡକ୍ରସରୁ ୧୦ ହଜାର ଟଙ୍କା ସହିତ, ଡିୟୁଟିରେ ତାଙ୍କର ମୃତ୍ୟୁ ହୋଇଥିବାରୁ ସରକାରଙ୍କ ସମସ୍ତ ସହାୟତା ତାଙ୍କୁ ପ୍ରଦାନ କରାଯିବ । ଦୁର୍ଘଟଣା ଘଟାଇଥିବା ଗାଡିର ଇନସ୍ୟୁରାନ୍ସ ବାବଦ ଟଙ୍କା ସହିତ ହୋମଗାର୍ଡ ଡିଜିଙ୍କୁ ରାଜେନ୍ଦ୍ରଙ୍କ ପରିବାରକୁ ସ୍ବତନ୍ତ୍ର ସହାୟତା ପାଇଁ ଆବେଦନ କରିବ ପୋଲିସ । ଏଥିସହିତ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେବ ବୋଲି ଶିଳ୍ପ ମନ୍ତ୍ରୀ ମଧ୍ଯ ପ୍ରତିଶୃତି ଦେଇଛନ୍ତି ଏବଂ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି ।

    ଗତକାଲି ବିଳମ୍ବିତ ରାତ୍ରିରେ ଦୋଛକି ନିକଟରେ ଡ୍ୟୁଟିରେ ଥିବା ରାଜେନ୍ଦ୍ର ପ୍ରଧାନ ଓ ତାଙ୍କ ସହିତ ଆଉ ୩ ଜଣ ହୋମଗାର୍ଡ ରହିଥିଲେ । ତେବେ ବିଳମ୍ବିତ ରାତ୍ରିରେ ଗୋଟିଏ ଆଇରନ ଟ୍ରକକୁ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଅଟକାଉଥିବା ବେଳେ, ଆଇରନ ଟ୍ରକଟି ରାଜେନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ର ଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ଓ ବାଲିଡିଆ ଗ୍ରାମବାସୀ ଦୋଛକି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ରାଜେନ୍ଦ୍ରଙ୍କ ସହିତ ଥିବା ଅନ୍ୟ ୩ ଜଣ ହୋମଗାର୍ଡ, ଟ୍ରକ ଡ୍ରାଇଭର ଓ ଟ୍ରକ ମାଲିକକୁ ଡାକିବା ଦାବିରେ ଅଡି ବସିଥିଲେ ଗ୍ରାମବାସୀ । ତେବେ ପୋଲିସ ଦୂର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିବା ସହିତ ଏକ କେସ କରି ତଦନ୍ତ ଆରମ୍ଭ କରିଛି ।

  • ଦୈନିକ ଦୁର୍ଘଟଣା ପାଇଁ ଆନ୍ଦୋଳକୁ ଓହ୍ଲାଇଲେ ପାରାଦ୍ଵୀପର ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ

    ଦୈନିକ ଦୁର୍ଘଟଣା ପାଇଁ ଆନ୍ଦୋଳକୁ ଓହ୍ଲାଇଲେ ପାରାଦ୍ଵୀପର ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ

    ମରଣଯନ୍ତା ପାଲଟିଛି ପାରାଦ୍ଵୀପର ରାସ୍ତା। ଦୈନିକ ଘଟୁଛି ଦୁର୍ଘଟଣା, ଅକାରଣରେ ଝରିପଡ଼ୁଛି ଜୀବନ। ମାତ୍ର ପ୍ରଶାସନ କେବଳ କେସ କରି ଚୁପ୍ ରହୁଥିବା ବେଳେ, ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଚି । ଯାହାକୁ ବିରୋଧ କରି ପାରାଦ୍ଵୀପର ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ଓ ପାରାଦ୍ଵୀପ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଦିର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଯାନ ବାହାନ ଚଳାଚଳ ବନ୍ଦ ରଖାଯାଇଥିଲା । ତେବେ ଆଇରନ ଗାଡି ଗୁଡିକ ଧାଡି ଭାଙ୍ଗି ବନ୍ଦର ରେ ପଶୁଛନ୍ତି , ଫଳରେ ଦୂର୍ଘଟଣା ହେବା ସହିତ ରାସ୍ତା ଜାମ ରହୁଥିବା ଉଭୟ ମାଲିକ ସଙ୍ଘ ପ୍ରକାଶ କରିଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ଟ୍ରକ ମାଲିକ ସଂଘ କୁ ରାସ୍ତାର ଧାଡି ଭାଙ୍ଗା ସଜାଡିବା ପାଇଁ ଦାୟୀତ୍ବ ଦେବାକୁ ସଙ୍ଘ ଦାବି କରିଛି। ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ନଥିବାରୁ , ଏ ସମ୍ପର୍କରେ ପରେ ଆଲୋଚନା କରାଯିବାକୁ ସ୍ଥିର କରାଯାଇଛି ବୋଲି ଟ୍ରକ ସଙ୍ଘ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

  • ପାରାଦୀପର ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ

    ପାରାଦୀପର ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ

    ମାନ୍ୟବର ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପାରାଦ୍ଵୀପ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ପାରାଦ୍ଵୀପର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ତତ୍ପର ମାନ୍ଯବର ମୁଖ୍ଯମନ୍ତ୍ରୀ । ବନ୍ଦର ଅଞ୍ଚଳର ୨୦ ଟି ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଯାହାକୁ ପାରାଦ୍ଵୀପ ବାସୀ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କ ପାରାଦ୍ଵୀପ ଗ୍ରସ୍ତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକୁ ଅନୁମୋଦନ କରାଯାଇଛି।ଗୁରୁବାର ଅପରାହ୍ନ ରେ ପୌରପରିଷଦ ବୈଠକ ଗୃହରେ ଅନୁଷ୍ଠିତ ସଭାରେ ସବୁ କମ୍ୟୁନିଟି ର ବରିଷ୍ଠ କର୍ମକର୍ତ୍ତା ପହଞ୍ଚି ଧନ୍ୟବାଦ ଅର୍ପଣ କରିଛନ୍ତି।

  • ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ ଦୌଡ

    ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ ଦୌଡ

    ()ଶିକ୍ଷାର ବିକାଶ ରେ ସମାଜ ର ବିକାଶ । ସମସ୍ତେ ମିଳିମିଶି ଶିକ୍ଷା ରୂପକ ପ୍ରଦୀପ ପ୍ରଜ୍ବଳନ କରି ସମାଜ ରୁ ନିରକ୍ଷରତା ଦୁର କରିବା ସହିତ ଏକ ବିକଶିତ ସମାଜ ଗଠନ ନିମନ୍ତେ କୀଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ । ଏହି ମିନି ମାରାଥନ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ । ପାରାଦ୍ୱୀପର ବିଭିନ୍ନ ବିଦ୍ୟାଳୟ ଓ କଲେଜର ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ମାରାଥନ ଦୌଡରେ ଅଂଶଗ୍ରହଣ କରି ମଧୁବନ ମାଉସୀ ମା ମନ୍ଦିର ଠାରୁ ବଡ଼ପଡ଼ିଆ ମାର୍କେଟ ଦେଇ ଗୋପବନ୍ଧୁ ଷ୍ଟାଡିଅମରେ ଶେଷ ହୋଇଥିଲା। ଶିକ୍ଷାର ବିକାଶ କୁ ନେଇ ଡ଼ ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୁଳନୀୟ, ତାଙ୍କ ପ୍ରଚେଷ୍ଟା ରେ କୀଟ ଓ କିସ ଆଜି ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏ ନେଇ ଗୋପବନ୍ଧୁ ଷ୍ଟାଡିଅମ ରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ମିନି ମାରାଥନ ଦୌଡରେ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ ଓ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

  • ପାରାଦ୍ୱୀପରେ ଉଦଘାଟିତ ହେଲା ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା

    ପାରାଦ୍ୱୀପରେ ଉଦଘାଟିତ ହେଲା ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା

    ()ପାରାଦ୍ୱୀପରେ ଉଦଘାଟିତ ହୋଇଯାଇଛି ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା । ମଧୁବନ ବ୍ୟାଙ୍କ ଷ୍ଟ୍ରିଟରେ ଥିବା ଟ୍ରେଡ଼ସେଣ୍ଟର ରେ ଏଚଡିଏଫସି ପାରାଦ୍ୱୀପ ପୋର୍ଟ ଶାଖାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ । ଦୀର୍ଘଦିନ ଧରି ଗ୍ରାହକ ମାନଙ୍କ ତରଫରୁ ପାରାଦ୍ୱୀପ ଟାଉନସିପରେ ଏଚଡ଼ିଏଫସି ବ୍ୟାଙ୍କ ଖୋଲାଯିବାକୁ କରାଯାଉଥିବା ଦାବି ହୋଇଆସୁଥିବା ବେଳେ ଆଜି ତାହା ସାକାର ହୋଇଛି ।

    ଟ୍ରେଡ଼ ସେଣ୍ଟରରେ ନୂତନ କରି ଏଚଡିଏଫସି ପୋର୍ଟ ଶାଖା ଖୋଲାଯିବା ସହିତ ଗ୍ରାହକ ମାନେ ଏଠାରେ ନିଜର ନୂତନ ଖାତା ଖୋଲିବା ସହିତ ସମସ୍ତ ପ୍ରକାର ନେଣଦେଣ କରିପାରିବେ । ଏବଂ ତା ସହିତ ସମସ୍ତ ପ୍ରକାର ଋଣ ସୁବିଧା ଉପଲବ୍ଧ ରହିଥିବା ନେଇ କହିଛନ୍ତି ଏଚଡିଏଫସି ବ୍ୟାଙ୍କର କ୍ଳଷ୍ଟର ହେଡ଼ ସଂଗ୍ରାମ ଦାସ ।

  • ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଚୂନକାଳି ବୋଳିବା ସହ ଚପଲମାଳ ପିନ୍ଧାଇଲେ ଲୋକେ

    ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଚୂନକାଳି ବୋଳିବା ସହ ଚପଲମାଳ ପିନ୍ଧାଇଲେ ଲୋକେ

    ବର୍ବରତାର ସୀମା ଟପିଗଲେ ଲୋକେ । ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଚୂନକାଳି ବୋଳିବା ସହ ଚପଲ ମାଳ ପିନ୍ଧାଇ ବୁଲାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦ୍ୱୀପ ମେରାଇନ ଥାନା ଅଧିନସ୍ଥ ନେହେରୁ ବଙ୍ଗଳା ବସ୍ତି ଅଞ୍ଚଳ ରେ । ସୁଚନା ଅନୁଯାୟୀ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ ଜଣେ ନିଶାସକ୍ତ ବ୍ୟକ୍ତି । ଏନେଇ କିଛି ଲୋକ ଜାଣିବା ପରେ ବସ୍ତିର କିଛି ଲୋକ ଓ ମହିଳା ଙ୍କ ସମ୍ପର୍କୀୟ ମାନେ ଉକ୍ତ ବ୍ୟକ୍ତିକୁ ଉତ୍ତମ ମାଧ୍ୟମ ଦେବା ସହିତ ଚୁଟି କାଟି ସାତବେଣ୍ଟିଆ କରିଥିଲେ । କିନ୍ତୁ ଏଥିରେ ସେମାନଙ୍କ ମନ ବୁଝି ନଥିଲା, ଉତ୍ୟକ୍ତ ଲୋକେ ଉକ୍ତ ବ୍ୟକ୍ତିର ସାର୍ଟ ଓ ଗଞ୍ଜି ଓହ୍ଲାଇ ଦେହସାରା ନାଲିରଙ୍ଗ, ଚୂନ ଓ କଳା ବୋଳିବା ସହିତ ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ରେ ବୁଲାଇଥିଲେ । ତେବେ ଏଠାରେ କହି ରଖୁଛୁ କି ଯଦି କୌଣସି ବ୍ୟକ୍ତି କିଛି ଦୋଷ କରିଛି ତାକୁ ପୋଲିସ କୁ ହସ୍ତାନ୍ତର କରିଦେବା ଉଚିତ୍ । ଏଭଳି ଆଇନକୁ ନିଜ ହାତକୁ ନେବା କେତେ ଯୁକ୍ତି ସଂଗତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

  • ଚିରନିଦ୍ରାରେ ଯଲିଉଡ଼ ହାସ୍ୟ କଳାକାର ରବି ଶତପଥୀ

    ଚିରନିଦ୍ରାରେ ଯଲିଉଡ଼ ହାସ୍ୟ କଳାକାର ରବି ଶତପଥୀ

    ଦିନେ ସେ ମଞ୍ଚରେ ହସାଉଥିଲେ ଆଉ ଆଜି ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି . ଯାତ୍ରା ରଙ୍ଗମଞ୍ଚ ରେ ଦର୍ଶକ ଙ୍କୁ ହସେଇ ହସେଇ ବେଦମ କରୁଥିବା ଭେଟେରାନ କମେଡିଆନ ରବି ଶତପଥୀ ସ୍ୱର ଆଜି ନିରବି ଯାଇଛି । ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ। ରବି ଶତପଥୀ ପିଲାବେଳୁ କଳା ପ୍ରତି ଆକର୍ଷିତ ହୋଇ ପ୍ରଥମେ ପାଲାରେ ଗାୟକ ଭାବରେ ବେଶ ପରିଚୟ ଲାଭ କଲେ ।କିନ୍ତୁ ସେଥିରୁ ପରିବାର ଚଳାଇବାକୁ କଷ୍ଟ କର ହୋଇପଡିଲା । ପାଲା ପରିବେଷଣ ରୁ ଦୁରେଇ ଯାଇ ଯାତ୍ରା ରଙ୍ଗମଞ୍ଚ ପ୍ରତି ଆକୃଷ୍ଟ ହୋଇଥିଲେ । ଯାତ୍ରା ଜଗତ ରେ ପ୍ରବେଶ କରିବା ପରେ ଧୀରେ ଧୀରେ ଓଡିଶାର ପ୍ରତିଷ୍ଠିତ ଯାତ୍ରା ରଙ୍ଗମଞ୍ଚରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ଯାତ୍ରା ଜଗତର ଜଣେ ଅପ୍ରତିଦ୍ବନ୍ଦି ହାସ୍ୟ କଳାକାର ଭାବରେ ପ୍ରସିଦ୍ଧି ଲାଭ କରିଥିଲେ । ପାଲା ଛାଡି ଯେତେବେଳେ ଯାତ୍ରା ଜଗତରେ ପ୍ରବେଶ କଲେ ରବି ଶତପଥୀ ଙ୍କୁ ପ୍ରଥମ ପରିଚୟ ଦେଇଥିଲା ତାରପୁର ଗଣନାଟ୍ୟ ର ଗୁଣ୍ଡୁଚି ମିଶ୍ର ଚରିତ୍ର ହେଉ କିମ୍ବା ଶାଗୁଣା ବସିଛି ଡେଣା ମେଲେଇ ଦେଇଥିଲା ଭିନ୍ନ ପରିଚୟ । ସେ ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ। ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି ଅନେକ ପୁରସ୍କାର ପାଇଥିଲେ ସେ। ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

  • ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।

  • ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡକ ସୁରକ୍ଷାର ବାର୍ତ୍ତା

    ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡକ ସୁରକ୍ଷାର ବାର୍ତ୍ତା

    ହାତରେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଅଭିନବ ଉପାୟରେ ସଚେତନତାର ବାର୍ତା। ବନ୍ଦରନଗରୀ ପାରାଦୀପର ରାଜରାସ୍ତା ରେ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଜା ଆସ କରୁଥିବା ବେଳେ ଅନେକ ସମୟରେ ଅସାବଧାନତା କାରଣରୁ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି । ଯାହାକୁ ଦୃଷ୍ଟିରେ ରଖି ପାରାଦୀପ ଅଞ୍ଚଳର ଅଗ୍ରଣୀ ସ୍ବେଛା ସେବୀ ସଂଗଠନ ନୀଳଚକ୍ର ୟୁଥ କ୍ଳବର ସଦସ୍ୟ ମାନଙ୍କ ସହିତ ପାରାଦୀପ ଆଦର୍ଶ ଥାନା ଅଧିକାରୀ ସୂଚିତ୍ର ବୀର୍ଯ୍ୟ ଦାସ ଏବଂ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ସାମିଲ ହୋଇ ରାସ୍ତାରେ ଯାଉଥିବା ବାଇକ ଚାଳକ ଓ ମୋଟର ଚାଳକ ମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରି ସଚେତନତା ର ବାର୍ତା ପ୍ରଦାନ କରିଛନ୍ତି । ବିଶେଷ କରି ଯେଉଁ ବାଇକ ଚାଳକ ମାନେ ହେଲମେଟ ପିନ୍ଧି ନାହାନ୍ତି ସେମାନଙ୍କୁ ଆଦର୍ଶ ଥାନା ଅଧିକାରୀ ନିଜେ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରିବା ସହିତ ନିଜର ଜୀବନ ଓ ପରିବାର ର ଭବିଷ୍ୟତ କୁ ଦୃଷ୍ଟି ରେ ରଖି ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।

  • ସମୁଦ୍ରରୁ ଧରା ହେଲା ୧୧୦ କେଜିର ବିରାଟ ମାଛ

    ସମୁଦ୍ରରୁ ଧରା ହେଲା ୧୧୦ କେଜିର ବିରାଟ ମାଛ

    ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୧୧୦ କେଜିର ବିରାଟ ମାଛ। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଜମିଥିଲାଲୋକଙ୍କ ଭିଡ଼ । ସାଧାରଣତ ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଏ ନାହିଁ । ତେବେ ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି।

    ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଧରି ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ବିକ୍ରି କରିବା ପାଇଁ ଆଣିଥିଲେ। ଏହି ମାଛଟିକୁ BBC ନାମକ ଏକ କମ୍ପାନୀ କିଣିଥିବା ଜଣାପଡ଼ିଛି। ଏହି ମାଛଟି ମୂଲ୍ୟ୨୫୦୦୦। ଯାହାକୁ ବିଦେଶକୁ ରପ୍ତାନି କରାଯିବ।