Tag: #Karanjia

  • ଭୟଙ୍କର ଘୂର୍ଣ୍ଣିଝଡ଼ରେ, ଚାଲିଗଲା ୨ଜୀବନ, ୧୦ରୁ ଅଧିକ ଆହତ

    ଭୟଙ୍କର ଘୂର୍ଣ୍ଣିଝଡ଼ରେ, ଚାଲିଗଲା ୨ଜୀବନ, ୧୦ରୁ ଅଧିକ ଆହତ

    ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ହଠାତ୍ ଆସିଥିବା ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ମାତ୍ର ୧୦ ରୁ ୧୫ ମିନିଟ୍ ମଧ୍ୟରେ ସମଗ୍ର ଅଞ୍ଚଳକୁ ଛାରଖାର କରିଦେଇଛି। ଏହି ପ୍ରଳୟଙ୍କରୀ ପବନରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି। କରଞ୍ଜିଆ ବ୍ଲକର କିଆ ଗାଁ ସମେତ ପାଣପୋଷି, ମେଣ୍ଢାଶିଙ୍ଗା ଏବଂ କଙ୍କଡ଼ା ଗାଁରେ ଏହି ଝଡ଼ ବ୍ୟାପକ କ୍ଷୟକ୍ଷତି କରିଛି। ପ୍ରବଳ ପବନ ଯୋଗୁଁ ପ୍ରାୟ ୧୦୦ରୁ ଅଧିକ ଘର ଭାଙ୍ଗିଯାଇଛି।

    ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କଙ୍କଡ଼ା ଗାଁରେ ଏକ ଅଟୋରିକ୍ସାକୁ ପବନ ଉଡ଼ାଇ ନେଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

    ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି:ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସମସ୍ତ ଆହତଙ୍କୁ ସରକାରୀ ଖର୍ଚ୍ଚରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

  • କରଞ୍ଜିଆରେ ହାତୀ ଆତଙ୍କ, ଲୋକେ ଭୟଭୀତ

    କରଞ୍ଜିଆରେ ହାତୀ ଆତଙ୍କ, ଲୋକେ ଭୟଭୀତ

    କେନ୍ଦୁଝର ଓ ମୟୂରଭଞ୍ଜରେ ଆତଙ୍କ ଖେଳାଇଚାଲିଛନ୍ତି ହାତୀପଲ । ଆଜି ସକାଳୁ ସକାଳୁ ୨୨ ଟିକିଆ ହାତୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ପଶିବା ପରେ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ। ଏହି ହାତୀପଲ ଗତ କିଛି ଦିନ ହେଲା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ବ୍ଯାପକ ଫସଲ ନଷ୍ଟ କରି ଅଞ୍ଚଳବାସୀଙ୍କୁ ଆତଙ୍କିତ କରି ରଖିବା ପରେ କରଞ୍ଜିଆ ମୁହାଁ ହୋଇଛନ୍ତି। ଆଜି ପାଟଣା ବନାଞ୍ଚଳରୁ ଦେଓ ନଦୀ ପାର ହୋଇ ୨୨ ଟିକିଆ ଦଳ ପଶିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ । ବର୍ତ୍ତମାନ କରଞ୍ଜିଆର ବଡ ଦେଉଳି ଜଙ୍ଗଲରେ ରହିଥିବା ଜଣାପଡିଛି । ହେଲେ ହାତୀଙ୍କ ଗତିବିଧିରୁ ଦେଖିବାକୁ ମିଳିଛି କି, ହାତୀ ପଲ ଦିନ ବେଳେ ଜଙ୍ଗଲରେ ଲୁଚି ରହୁବା ସହ ସଞ୍ଜ ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଥାନ୍ତି। ଗାଁ କଡରେ ଥିବା ଲୋକଙ୍କ ଚାଷଜମିରେ ଖାଦ୍ୟ ଶସ୍ୟ ଖାଇବା ସହ ବହୁ ନଷ୍ଟଭ୍ରଷ୍ଟ କରିଥାନ୍ତି। ତେବେ ହାତୀ ପଲ ଏହି ଅଞ୍ଚଳକୁ ଆସିବା କିଛି ନୂଆ କଥା ହୋଇ ନ ଥିବା ବେଳେ କିନ୍ତୁ ବର୍ତ୍ତମାନ ଚାଷବାସ ସମୟ ହୋଇଥିବାରୁ ହାତୀଙ୍କ ଦ୍ୱାରା ଏକର ଏକର ଚାଷର କ୍ଷତି ହେବା ସମ୍ଭାବନା ଦେଖାଦେଇଛି କରଞ୍ଜିଆ ବନଖଣ୍ଡ ଅଧୀନରେ। ତେଣୁ ଏହି ବନଖଣ୍ଡ ନିକଟରେ ରହୁଥିବା ବାସିନ୍ଦା ଭୟଭୀତ ଅବସ୍ଥାରେ ରହୁଛନ୍ତି। ତୁରନ୍ତ ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ସାଧାରଣରେ ଦାବି ହେଉଛି। ସେପଟେ ହାତୀ ପଲଙ୍କ ଗତି ବିଧି ଉପରେ ନଜର ରଖିଛି ବନବିଭାଗ।

  • କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    କରଞ୍ଜିଆ: ବ୍ଲାଙ୍କ ଚେକରେ ଲାଞ୍ଚ ନେଇ ତହସିଲଦାର ଗିରଫ

    ଶେଷରେ ଗିରଫ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ବ୍ଲାଙ୍କ ଚେକ୍‌ରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ବ୍ଲାଙ୍କ ଚେକ୍‌ ଜରିଆରେ ଲାଞ୍ଚ ନେବା ରାଜ୍ୟରେ ପ୍ରଥମ ଘଟଣା ।

    ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାର୍ଲସ ନାୟକ । ଏକକାଳୀନ ୪ଟି ସ୍ଥାନ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଥିଲା । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଚଢ଼ାଉ ହୋଇଥିଲା ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଥିଲା । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ ।

  • ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ । ଏକକାଳୀନ ୪ଟି ସ୍ଥାନରେ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଛି ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ରେଡ୍ କରିଛି । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଟିମ୍ ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଛି । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ । ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଟିମ୍ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ପହଞ୍ଚି ରେଡ୍ କରିଥିଲା।

  • ‘ବଜ୍ରପାତ’ ନେଲା ୩ ମହିଳାଙ୍କ ଜୀବନ

    ‘ବଜ୍ରପାତ’ ନେଲା ୩ ମହିଳାଙ୍କ ଜୀବନ

    ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ନଂ ୱାର୍ଡ ଅଙ୍କୁରାରେ ଅଘଟଣ । ଆଜି ଅପରାହ୍ଣ ୩ଟା ବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

    ବଜ୍ରାଘାତରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ଅଙ୍କୁରାରେ ମୁକ୍ତା ମୁଣ୍ଡା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗାଁରୁ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ବେଳେ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହୋଇଥିଲା । ସୁବାସିନୀ ଦାସ, ଜୀବତୀ ନାଏକ ଏବଂ ହେମଲତା ହୋ’ଙ୍କ ମୃତ୍ୟୁ ହୋଇଥିଲା । ବଜ୍ରାଘାତରେ ଯୁବତୀ ନାଏକ,ମାଳତୀ ନାଏକ,ଭୁବନ ହୋ,ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବାର ବ୍ୟବସ୍ଥା କରିଥିଲେ । ଏଥିସହ ଚିକିତ୍ସା ବାବଦରେ ପଚାରି ବୁଝିଥିଲେ ।