Tag: #Kandhamal

  • ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟରେ ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ

    ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟରେ ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ

    ବାଲିଗୁଡ଼ା ସହରର ତ୍ରିବେଦୀ ପାର୍କ ନିକଟରେ ଭୋଟ ତାଲିକାଭୁକ୍ତ କରିବା ଉଦେଶ୍ୟର ସଚେତନ ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି।ଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ରାଜ୍ୟରେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ ନିଜର ଭୋଟର ତାଲିକାଭୁକ୍ତ କରିବା ନିମନ୍ତେ ଏକ ସଚେତନ “ପଥ ଉତ୍ସବ ଓ ୱାକଥାନ “କାର୍ଯ୍ୟକ୍ରମ ସଭା ଅନୁଷ୍ଠିତ ହେଇଛି ପରେ ତ୍ରିବେଦୀ ପାର୍କ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଏମ ଏସ ମଧୁମିତା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ସେହିଭଳି ରାଇରଙ୍ଗପୁର ରେ ମଧ୍ୟ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୪ ପରିପ୍ରେକ୍ଷୀରେ ଅଧିକରୁ ଅଧିକ କିଭଳି ଯୁବ ଭୋଟର ତଥା ମହିଳା,ଦିଵ୍ଯାଙ୍ଗ,ଅସଚେତନ ଭୋଟରମାନେ ଭୋଟଦାନରେ ସାମିଲ ହେବେ ଏବଂ ଭୋଟର ପଞ୍ଜିକରଣ ସେବାରେ ଉପଲବ୍ଧ ନେଇପାରିବେ।

    କାର୍ଯ୍ୟକ୍ରମକୁ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପୌରହିତ୍ୟରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ପଥ ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ,ରୋଟାରୀ କ୍ଳବ୍ ସଭାପତି କାଳିପ୍ରସନ୍ନ ମହାନ୍ତି, ଏବଂ ଅନ୍ୟାନ୍ୟ ଗଣ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ ।

  • ଟିକାବାଲିରେ ଘରେ ଘରେ କଂଗ୍ରେସ

    ଟିକାବାଲିରେ ଘରେ ଘରେ କଂଗ୍ରେସ

    କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପାବୁରିଆ ଠାରେ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ପ୍ରତାପ ପ୍ରଧାନ,ପୂର୍ବତନ ବିଧାୟକ ଅଜୟ ପ୍ରଧାନଙ୍କ ସମତେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଓ ବ୍ଲକ ସ୍ତରୀୟ ନେତୃବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ କଂଗ୍ରେସର ଗୁରୁତ୍ବ ବୁଝାଇବା ସହ ଦେଶ ତଥା ରାଜ୍ୟରେ ସୁଶାସନ ଆଣିବାକୁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରବର୍ତ୍ତାଇଥିଲେ। ଏକ ବିଶାଳ ରାଲିରେ ବହୁ ସଂଖ୍ୟକ କଂଗ୍ରେକ କର୍ମକର୍ତ୍ତା ବାହାରି ବିଜେପି ଓ ବିଜେଡ଼ି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ। ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏହି ରାଲିରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟର ତାଳେ ତାଳେ କଂଗ୍ରେସ କର୍ମୀ ନାଚି ନାଚି ସହର ପରିକ୍ରମା କରିଥିଲେ। କଂଗେସର ଗଡ କୁହାଯାଉଥିବା କନ୍ଧମାଳ ଜିଲ୍ଲାରେ ପୁଣି କଂଗ୍ରେସକୁ ଜିତାଇବାକୁ ଅନୁରୋଧ କରିଥିଲେ ନେତୃବୃନ୍ଦ। ଏହି ପରି କାର୍ଯ୍ୟକ୍ରମ ଜିଲ୍ଲା ର ସାରଙ୍ଗଗଡ,ଜି ଉଦୟଗିରି,ବାଲିଗୁଡା,ଟିକାବାଲି ଆଦି ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହୋଇଥିଲା।

  • ପ୍ରବଳ ହଟ୍ଟଗୋଳ ଯୋଗୁଁ ମଦ ଦୋକାନ ନବୀକରଣ ପାଇଁ ଗ୍ରାମସଭା ବନ୍ଦ

    ପ୍ରବଳ ହଟ୍ଟଗୋଳ ଯୋଗୁଁ ମଦ ଦୋକାନ ନବୀକରଣ ପାଇଁ ଗ୍ରାମସଭା ବନ୍ଦ

    କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଂଚାୟତ କାର୍ଯ୍ୟାଳୟଠାରେ ମଦ ଦୋକାନ ନବୀକରଣ ପାଇଁ ସ୍ୱତନ୍ତ୍ର ଗ୍ରାମସଭା ବସିଥିଲା। ସରପଞ୍ଚ ବରୁଣ ପ୍ରଧାନଙ୍କ ଅନୁପସ୍ଥିତି ଯୋଗୁଁ ନାଏବ ସରପଞ୍ଚ ବୈଠକରେ ସଭାପତିତ୍ୱରେ କରିଥିଲେ । ବୈଠକରେ ମଦ ଦୋକାନ ଖୋଲିବା ପ୍ରସଙ୍ଗରେ ସପକ୍ଷବାଦୀ ଦାବି କରିଥିବା ବେଳେ ବିପକ୍ଷବାଦୀ ମଦ ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ। ଏହି ସମୟରେ ସପକ୍ଷ୍ଯ ଓ ବିପକ୍ଷ୍ୟବାଦୀଙ୍କ ମଧ୍ୟରେ କଥା କଟା କଟି ହୋଇ ଉତେଜନା ଦେଖା ଦେଇଥିଲା। ମଦ ଦୋକାନ ସପକ୍ଷବାଦୀ ଲୋକମାନେ ମଦ ନିଶାରେ ଚୁର ହୋଇ ଗ୍ରାମସଭା ବୈଠକକୁ ଭଣ୍ଡୁର କରିଦେଇଥିଲେ। ଫଳରେ ଗ୍ରାମ ସଭାକୁ ନାଏବ ସରପଞ୍ଚ ସ୍ଥଗିତ କରିଥିଲେ। ଏହା ପରେ ମଦ ଦୋକାନକୁ ବିରୋଧ କରୁଥିବା ଶତାଧିକ ପୁରୁଷ ମହିଳା ଗ୍ରାମ ସଭା କରିବା ନିମନ୍ତେ ଅଡ଼ି ବସି ଥିଲେ। କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇଥିଲା । ଖବର ପାଇ ସାରଙ୍ଗଡ଼ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ପରେ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ତଥା ବରିଷ୍ଠ କଂଗ୍ରେସ ନେତା ଉପେନ୍ଦ୍ର ପ୍ରଧାନ ମଦ ବିରୋଧୀ ଅଭିଯାନର ଆବାହକ ସୁଧୀର ସାହୁଙ୍କ ସମେତ ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ନାଏବ ସରପଞ୍ଚ ପୋଲିସ୍ ୱାର୍ଡ ସଭ୍ୟ ମାନଙ୍କୁ ନେଇ ରୁଦ୍ଧ ଦ୍ଵାର ବୈଠକ ବସିଥିଲା। ଆଗାମୀ 14 ତାରିଖ ରେ ଗ୍ରାମ ସଭା ବୈଠକ କରାଯିବ ବୋଲି ନାଏବ ସରପଞ୍ଚ ସର୍ବ ସମ୍ମୁଖ ରେ ଘୋଷଣା କରିଥିଲେ । ନାଏବ ସରପଞ୍ଚ ଙ୍କ ନିର୍ଭର ପ୍ରତିଶୃତି ପରେ ଶତାଧିକ ମହିଳା ପଂଚାୟତ କାର୍ଯ୍ୟାଳରୁ ହଟି ଥିଲେ।

  • ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ଏଭଳି ନାରା ଦେଇ ଚାଲିଛି ଶିକ୍ଷା ବ୍ୟବସ୍ଥା । ହେଲେ ଏ କଣ ଏଠି ତ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ସ୍କୁଲ ଘର ଭାଙ୍ଗି ସେଥିରୁ ପାଣି ଗଳୁଛି । ସେଥିପାଇଁ ପିଲା ମାନେ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି । ଉକ୍ତ ସରକାରୀ ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ଅଛନ୍ତି । ହେଲେ ପଢୁଛନ୍ତୁ ଗୋଟିଏ କୋଠରୀରେ । ଏତିକିରେ ସରିଜାଇନି ଏହି ସ୍କୁଲର ଅବସ୍ଥା ଏଠି ୨୬ ଜଣ ପିଲାଙ୍କୁ ପାଠ ପଢାଉଛନ୍ତି ୨ଜଣ ଶିକ୍ଷକ । ଏ ହେଉଛି ସରକାରୀ ସ୍କୁଲର ଅବସ୍ଥା । କିନ୍ତୁ ଏହାରି ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚିତ । କାରଣ ସରକାର ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ ନାରା ଦେଇ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ହେଉଛି କଣ ?

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା ଦେଖିବା ପରେ ଏ ପ୍ରଶ୍ନ ଆସିବା ସ୍ବଭାବିକ । ୧୯୮୦ ମସିହା ରେ ସ୍ଥାପିତ ହେଇଥିବା ବିଦ୍ୟାଳୟ ରେ ସର୍ବମୋଟ ୨୬ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ଶ୍ରେଣୀ ଗୃହର ଏଭଳି ଅବସ୍ଥା ପରେ ଏବେ ଖରା ବର୍ଷା ଶୀତ ସବୁଦିନ ଏବି ବାରଣ୍ଡାରେ ପିଲାମାନଙ୍କୁ ପାଛ ପଢେଇବାକୁ ପଡୁଥିବା କହିଛନ୍ତି ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ।

    କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ପଚାଶ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି । କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟରେ ଅଭିଭାବକ ଫଳରେ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ଡରୁଛନ୍ତି । ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁସୁଡି ପଡ଼ିବ ତାହା କହିହେବ ନାହିଁ । ଏନେଇ ବିଦ୍ୟାଳୟ କତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନାହିଁ । ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି । ନଳ କୁପ ଅଚଳ ଅବସ୍ଥାରେ ରହିଛି ଫଳରେ ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ ପିଲାମାନେ ବାଧ୍ୟ ହୋଇ ଚୁଆ ପାଣିକୁ ପାନୀୟ ଜଳ ଭବେ ମଧ୍ୟ ବ୍ୟବହାର କରୁଛନ୍ତି ।ତେବେ ଏହାକୁ ନେଇ ପ୍ରଶାସନ କଣ ଆଉ ଏକ ଦୁର୍ଘଟଣା କୁ ଅପେକ୍ଷା କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ତେବେ ଏହି ପରିତ୍ୟକ୍ତ ସ୍କୁଲ୍ ଘରର କେବେ ମରାମତି ହେଉଛି ତାକୁ ହିଁ ଅପେକ୍ଷା ।

  • କେ ନୂଆଗାଁ ବ୍ଲକରେ ରାସନ୍ ଚାଉଳ ଦୁର୍ନୀତି ଅଭିଯୋଗ ଆଣି ବ୍ଲକ୍ କର୍ଯ୍ୟାଳୟ ଘେରିଲା ବିଜେପି

    କେ ନୂଆଗାଁ ବ୍ଲକରେ ରାସନ୍ ଚାଉଳ ଦୁର୍ନୀତି ଅଭିଯୋଗ ଆଣି ବ୍ଲକ୍ କର୍ଯ୍ୟାଳୟ ଘେରିଲା ବିଜେପି

    କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକରେ ରାସନ୍ ଚାଉଳ ଦୁର୍ନୀତି ଅଭିଯୋଗ । ଛଞ୍ଚେଡି ଗ୍ରାମ ପଞ୍ଚାୟତରେ ଛଅ ମାସର ରାସନ୍ ଚାଉଳ ହଡ଼ପ ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି। ଏନେଇ ପୂର୍ବରୁ ଗ୍ରାମବାସୀମାନେ କାର୍ଯ୍ୟାନୁଷ୍ଠାନ ଦାବିକରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ଦାବିପତ୍ର ଦେଇଥିଲେ। କିନ୍ତୁ ବ୍ଲକ୍ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କାର୍ଯାନୁଷ୍ଠନ ନ ନେବାରୁ ଏଥିରେ ଅତିଷ୍ଠ ହୋଇ ପୁଣି ଆଜି ବ୍ଲକ୍ କାର୍ଯ୍ୟାଳୟ ଘେରିବା ସହିତ ସମାନ ଅଭିଯୋଗ ଆଣିଛନ୍ତି ।

    ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ଗ୍ରାମର ବହୁ ପୁରୁଷ ମହିଳା ରାଲିରେ ସାମିଲ ହୋଇଥିଲେ। ଏହି ହେରଫେରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏ ନେଇ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି। ବିଡ଼ିଓ ଜୟଦେବ ଦାସ ତିନି ଦିନ ଭିତରେ ଏହାର ତଦନ୍ତ କରି ଚାଉଳ ଯୋଗାଣ ଓ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାପାଇଁ ନିର୍ଭର ପ୍ରତିଶୃତି ଦେବାପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା ।

  • ସ୍ୱଚ୍ଛତା ହିଁ ସୁସ୍ଥତା

    ସ୍ୱଚ୍ଛତା ହିଁ ସୁସ୍ଥତା

    କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଇଣ୍ଡିଆନ ଲିଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଓ କେନ୍ଦ୍ରର ଛାତ୍ରଛାତ୍ରୀ, କାଉନସିଲର, ଭାରପ୍ରାପ୍ତ ଅଧକ୍ଷ ସନ୍ତୋଷ ବାଗ, ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ସତ୍ୟ ପ୍ରକାଶ ମହାପାତ୍ର, ପ୍ରଭାତ ସାହୁ, ଗଣେଶ ଜେନା, ଓ ଘୁ.ଉଦୟଗିରି ପ୍ରେସ କ୍ଲବର ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ଅନିଲ ଦଳବେହେରା, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ସଦସ୍ୟ ଏନ ରାଜା ରାଓ, ଚିନ୍ମୟ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ପୋଷ୍ଟ ଅଫିସ ଛକ ଠାରୁ ନୂଆଁସାହି ପର୍ଯ୍ୟନ୍ତ ସଫେଇ କରି ଜନସାଧାରଣଙ୍କୁ ସଚେତନ କରି ଥିଲେ ।ଏହି ସାମୁହିକ ସଫେଇ କାର୍ଯ୍ୟକ୍ରମରେ ବହୁ ସ୍ଵେଚ୍ଛାସବୀ, ସ୍ଥାନୀୟ ଜନସାଧାରଣ, ଏବଂ କାଉନସିଲର ଯୋଗ ଦେଇଥିଲେ।

  • କନ୍ଧମାଳରେ କାହିଁକି ୨ ଜଣଙ୍କୁ ବାନ୍ଧିଲା STF ?

    କନ୍ଧମାଳରେ କାହିଁକି ୨ ଜଣଙ୍କୁ ବାନ୍ଧିଲା STF ?

    ସୂଚନା ପାଇ ଜିଲ୍ଲା ଖଜୁରିଆପଡ଼ାରେ ରେଡ୍ କରିଥିଲା STF ଟିମ୍ । ସେଠାରୁ ଚିତା ବାଘ ଚମଡ଼ା ସହ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରିଥିଲା ଏହି ଟିମ୍ । ଘଟଣାରେ ସଂପୃକ୍ତ ୨ ଅଭଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅରାପାଜୁ ଗାଁର ସୁଜିତ ରାଜସ୍ୱଦୀପ ଏବଂ ସେହି ଗାଁର ଧନଞ୍ଜୟ ବେହେରା ।
    ବାଘ ଚମଡ଼ା ରଖିବା ନେଇ ସେମାନଙ୍କ ପାଖେ କୌଣସି ଆଇନଗତ ଅଧିକାର ନାହିଁ । ତେଣୁ ସେମାନଙ୍କୁ ଗିରଫ କରାଯାଇଛି । ଏବେ ସେମାନଙ୍କୁ SDJM କୋର୍ଟ ପଠାଯିବ । ଅନ୍ୟପଟେ, ବାୟୋଲୋଜିକାଲ ଟେଷ୍ଟ ପାଇଁ ଚମଡ଼ାଟିକୁ ଡେରାଡୁନ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି ।