Tag: #GroupClash

  • କମେଣ୍ଟ ମରା ଓ ପୂର୍ବ ଶତୃତାକୁ ନେଇ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଗୁରୁତର

    କମେଣ୍ଟ ମରା ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଉଭୟ ପକ୍ଷ ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବାରୁ ୪ ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣେ ସାଧାରଣ ଆହତ ହୋଇଛନ୍ତି। ଏହି ଘଟଣା ବାଲିଆପାଳ ଥାନା ଅନ୍ତର୍ଗତ କୁହ୍ଲାଚଢ଼ ଗାଁରେ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

    ସୂଚନା ଅନୁସାରେ, କୁହ୍ଲାଚଢ଼ ଗ୍ରାମର ଫଜଲୁ ଖାନ୍ ଓ କୂହ୍ଲା ଗ୍ରାମର ସେଖ୍ ଲାଲୁଙ୍କ ପରିବାର ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ପରେ ଏହା ଭୟଙ୍କର ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଘଟଣା ସମ୍ବନ୍ଧରେ ଖବର ପାଇ ବାଲିଆପାଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାବେଳେ ଘଟଣାର ତଦନ୍ତ ଜାରୀ ରଖିଛି।

  • ‘ବଚସା’ରୁ ଗୋଷ୍ଠୀ ସଂଘର୍ଷ

    ‘ବଚସା’ରୁ ଗୋଷ୍ଠୀ ସଂଘର୍ଷ

    ଦାଣ୍ଡଯାତ୍ରା ରୋଷଣୀ ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ଲୋକେ ମୁହାଁମୁହିଁ ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ସହାନିଆଜପୁରରେ । ମାମଲା ଏବେ ଥାନାରେ ପହଞ୍ଚିଥିବା ବେଳେ କିଛି ଯୁବକ ଅଟକ ଅଛନ୍ତି ।

    ସହାନିଆଜପୁର ଦାଣ୍ଡଯାତ୍ରାକୁ ରୋଷଣୀ ଯାଉଥିବା ବେଳେ ଗଣ୍ଡଗୋଳ ହୋଇଛି । ଏଥିରେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୋବିନ୍ଦପୁର ଗାଁର କିଛି ଯୁବକଙ୍କ ଆକ୍ରମଣରେ ସହାନିଆଜପୁର ଗାଁ ଲୋକେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆହତମାନଙ୍କ ଚିକିତ୍ସା ପରେ ସେମାନେ ମେଡିକାଲରୁ ଫେରିଛନ୍ତି ।

    ଅଭିଯୋଗ ପରେ ଗୋବିନ୍ଦପୁର ଗାଁର କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛନ୍ତି ଥାନା ଅଧିକାରୀ । ରୋଷଣୀରେ ବାଜା ବଜାଇବାକୁ କେନ୍ଦ୍ରକରି ବଚସା ହୋଇଥିଲା । ଏହାପରେ ଗଣ୍ଡଗୋଳ ଘଟି ଏହା ଉଗ୍ରରୂପ ନେଇଥିଲା ।