Tag: #awareness

  • ରାଇରଙ୍ଗପୁରରେ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରା.ଲି ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା

    ରାଇରଙ୍ଗପୁରରେ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରା.ଲି ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା

    ରାଇରଙ୍ଗପୁରରେ ଗୋରୁମହିଷାଣୀ ଲୌହଖଣି ଲିଜ ଧାରୀ ଘନଶ୍ୟାମ ମିଶ୍ର ଏଣ୍ଡ ସାଇନ୍ସ ପ୍ରାୟ.ଲି ପକ୍ଷରୁ ରବିବାର ଦିନ ରାଇରଙ୍ଗପୁର ବିଜୁପଟ୍ଟନାୟକ ଛକରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଖଣି ମ୍ୟାନେଜର ଇଂ .ବିକାଶ ରଞ୍ଜନ ନାୟକଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର SDPO ଶ୍ରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ,ଜାମଦା ଥାନାଧିକାରୀ ମଧୁ ସୂଦନ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଥମେ ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରେ ସଡ଼କ ସୁରକ୍ଷା ସଚେତନତା ନେଇ ଦାସ କାଠିଆ ,ପରେ ଟେକ୍ନୋଓ୍ବାର୍ଲଡ ଛାତ୍ରୀ ମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା ।ପରେ ସଡ଼କ ସୁରକ୍ଷା ସଚେତନତା ସମ୍ବନ୍ଧୀୟ ନେଇ ଟେକ୍ନୋଓ୍ବାର୍ଲଡ ଛାତ୍ରଛାତ୍ରୀମାନେ ପ୍ଳାକାର୍ଡ ଧରି ଓ ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ ।

    ଅତିଥି ମାନେ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର,ଦୃତ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେବା,ହେଲମେଟ ବ୍ୟବହାର, ଯାନବାହାନ ଚଳାଇବା ସମୟରେ ସିଟ୍ ବେଲ୍ଟ ଲଗାଇବା,ସଡ଼କ ସୁରକ୍ଷା ନିୟମ ମାନିବା, ଉପରେ ବକ୍ତବ୍ୟ ରଖିଥିଲେ । ଗୋରୁମହିଷାଣୀ ଲୌହଖଣି ତରଫରୁ ମାନବ ସମ୍ବଳ ଅଧିକାରୀ ଏନ୍ କେ ସିଂ,ସାଇ ସତୀଶ,ରମେଶ ଜେନା,ସଂଞ୍ଜିବ ଗିରି , ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

  • ସଡକ ସୁରକ୍ଷା ସପ୍ତାହ, ଜିଲ୍ଲା ପୋଲିସର ରାହାଗିରି ଓ ପଥପ୍ରାନ୍ତ ନାଟକଦ୍ଵାରା ସଚେତନତା ଅଭିଯାନ

    ସଡକ ସୁରକ୍ଷା ସପ୍ତାହ, ଜିଲ୍ଲା ପୋଲିସର ରାହାଗିରି ଓ ପଥପ୍ରାନ୍ତ ନାଟକଦ୍ଵାରା ସଚେତନତା ଅଭିଯାନ

    ()କେନ୍ଦୁଝର, ସଡ଼କ ସୁରକ୍ଷା ସପ୍ତାହ ଅବସରରେ କେନ୍ଦୁଝର ସହରର ପାର୍କ ଲାଇନ ରାସ୍ତାରେ ଆଜି ସକାଳୁ ରାହାଗିରି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦୁଝର ଜନସାଧାରଣଙ୍କୁ ଏନେଇ ସଚେତନତା ସୃଷ୍ଟି କରିଛି କେନ୍ଦୁଝର ପୋଲିସ । ସ୍ଥାନୀୟ ପାର୍କ ରାସ୍ତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରାସ୍ତା ଉପରେ ମୁରୁଜ ତଥା ଝୋଟି ମାଧ୍ୟମରେ ସଡ଼କ ସୁରକ୍ଷା ର ବାର୍ତ୍ତା ଦିଆଯାଇଛି । ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍କେଟିଂ, ସାଇକେଲିଂ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। କେନ୍ଦୁଝର ଟାଉନ ଥାନାର ଅଧିକାରୀ ସୁନୀଲ କୁମାର କର ଅଭିନୟ ମାଧ୍ୟମରେ ଏକ ବେପରୁଆ ତଥା ମଦୁଆ ଗାଡ଼ି ଚାଳକର ଚରିତ୍ରକୁ ଖୁବ ସୁନ୍ଦର ଭାବରେ ପରିବେଶ କରି ଦର୍ଶକଙ୍କ ମନଜିଣି ପାରିଥିଲେ ।

    ଏହି ସଚେତନତା କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଦାଗୁଡୁ, ଆର.ଟି.ଓ କେନ୍ଦୁଝର ଗୋପାଳ କୃଷ ଦାସ,ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ପୌର ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମାନ୍ତରାୟ,କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି,କେନ୍ଦୁଝର ଏସ.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ଉପସ୍ଥିତ ରହି ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ଉପଦେଶ ଦେଇଥିଲେ। ଶେଷରେ ଅତିଥିମାନେ କେନ୍ଦୁଝର ସହରର ଅଡିଟୋରିଅମ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଇଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

  • ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ପାଇଁ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଆଜି ବିଂଝାରପୁର ବ୍ଲକରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଏହାକୁ ପାଳିତ କରାଯାଇଛି । ଯମରାଜ ବେଶରେ ଆସିଥିବା ବ୍ୟକ୍ତି ଗାଡିଚାଳକ ମାନଙ୍କୁ ସଡ଼କ ସୁରକ୍ଷା ମାନି ଗାଡି ଚଳାଇବାକୁ ସଚେତନ କରିବା ସହ ଅମାନୀଆ ଗାଡି ଚାଳକ ମାନଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ଏକ ଶୋଭାଯାତ୍ରା ମାଧ୍ୟ୍ୟମରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ସଚେତନ କରାଯାଇଥିଲା। ଏହି ଶୋଭାଯାତ୍ରାଟି ବିଂଝାରପୁର ଥାନା ଠାରୁ ବାହାରି ସମ୍ପୂର୍ଣ ବିଞ୍ଝାରପୁରର ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବହୁ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସମେତ ପରିବହନ ବିଭାଗର ଅଧିକାରୀ ଏବଂ ବିଞ୍ଝାରପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ନିୟମିତ ଭାବେ ଟ୍ରାଫିକ ଚେକିଂ କରି ଜନ ଜୀବନ ବଞ୍ଚାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

  • ଚାନ୍ଦବାଲିରେ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

    ଚାନ୍ଦବାଲିରେ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

    ଦେବକାନ୍ତ ମହାନ୍ତି, ଚାନ୍ଦବାଲି: ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟ ରେ ଆରମ୍ଭ କରାଯାଇଛି ସଡ଼କ ସୁରକ୍ଷା ସପ୍ତାହ । ଏଥିନେଇ ଆଜି ଚାନ୍ଦବାଲିରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଚାନ୍ଦବାଲି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶିବଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରୁ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହ ପରିବହନ ରଥରକୁ ସୁଭାରମ୍ଭ କରିଥିଲେ ଜିଲ୍ଲା ସହ ପରିବହନ ଅଧିକାରୀ ବାମଦେବ ସାହୁ, ଏଏସଆଇ ଶ୍ୟାମସୁନ୍ଦର ନାୟକ ଏବଂ ଚାନ୍ଦବାଲି ଥାନା ଏସ ଆଇ ଅନୁରାଗ ମହାନ୍ତି ଏଏସଆଇ ନରେନ୍ଦ୍ର ରାଉତଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ସଡ଼କ ସୁରକ୍ଷା ସଚେତନତା କରିଥିଲେ ।

    ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ‘ସଡକ ସୁରକ୍ଷା, ଜୀବନ ରକ୍ଷା’ ସ୍ଲୋଗାନ ଦେଇଥିଲେ ଛାତ୍ର-ଛାତ୍ରୀ ।

  • ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସମ୍ପଦ ସଚେତନତା କାର୍ଯ୍ୟକ୍ରମ

    ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସମ୍ପଦ ସଚେତନତା କାର୍ଯ୍ୟକ୍ରମ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ ଆଣ୍ଡ ଟେକ୍ନୋଲୋଜିଷ୍ଟସ, ଘନଶ୍ୟାମ ମିଶ୍ର ଆଇରନ ଆଣ୍ଡ ଷ୍ଟିଲ, ଵାଦାମପାହାଡ ଏବଂ ଘନଶ୍ୟାମ ମିଶ୍ର ଆଣ୍ଡ ସନସ୍ ପ୍ରାଇଭେଟ୍ ଲିମିଟେଡର ମିଳିତ ଆନୁକୂଲ୍ୟରେ ଆଞ୍ଚଳିକ ପରିବେଶ ଓ ଖଣିଜ ସମ୍ପଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭ ଜଣ ବାଳିକା ଯୋଗ ଦେଇଥିଲେ । ଗୋରୁମହିଷାଣୀ ଲୌହଖଣି ଅଞ୍ଚଳରେ ଖଣିଜ ପଦାର୍ଥ, ପରିବେଶ, ଖନନ, ପରିବହନ, ଶ୍ରମିକଙ୍କ କାର୍ଯ୍ୟପ୍ରଣାଳୀ ଓ ଲୌହଖଣିର କାର୍ଯ୍ୟ ପ୍ରଣାଳୀ ବିଷୟରେ ସମ୍ୟକ ଜ୍ଞାନ ଦେବା ପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ପରିଦର୍ଶନ କରାଯାଇଥିଲା । ସେଠାରେ ଖଣିର ମ୍ୟାନେଜର ଇଂ. ବିକାଶ ରଂଜନ ନାୟକ ସମସ୍ତଙ୍କୁ ଏହିସବୁ ବିଷୟରେ ଅବଗତ କରାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖଣି ସମ୍ବନ୍ଧୀୟ ସଚେତନତା ଆଣିବା ଉଦ୍ଦେଶ୍ୟରେ ପ୍ରବନ୍ଧ ପ୍ରତିଯୋଗିତା, ଖଣିଜ ପଥର ଚିହ୍ନଟ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, ମୁଖ୍ୟ ବକ୍ତା ଶିକ୍ଷକ ତିମିର ରଂଜନ ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କୁ ପରିବେଶ ଓ ଖଣିଜ ସଂପଦର ସଦୁପଯୋଗ ଉପରେ ଆଲୋକପାତ କରିଥିଲେ । ପ୍ରତିଯୋଗିତାରେ ରାଇରଙ୍ଗପୁର କେରଳ ପବ୍ଲିକ ସ୍କୁଲ ପ୍ରଥମ, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ଦିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ତୃତୀୟ ହୋଇଥିବା ବେଳେ ବିଜେତାଙ୍କୁ ପୁରସ୍କୃତ କରାଯାଇଛି ।

  • ବିଜେଡ଼ି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ

    ବିଜେଡ଼ି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ

    କେନ୍ଦ୍ର ସରକାରଙ୍କ କୃଷି ଓ କୃଷକଙ୍କ ପ୍ରତି ବୈମାତୃକ ମନୋଭାବକୁ ନେଇ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଦଶରଥପୁର ବ୍ଲକ କୁଆଁସମଙ୍ଗଳା ସ୍ଥିତ ବ୍ରଜ ସୁନ୍ଦର କଲ୍ୟାଣ ମଣ୍ଡପରେ ଏକ କୃଷକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । ପ୍ରବଳ ବର୍ଷା ସତ୍ତ୍ୱେ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦ଟି ପଞ୍ଚାୟତରୁ ହଜାରରୁ ଉର୍ଦ୍ଧ୍ବ ଚାଷୀ କୃଷକ ସଚେତନତା କର୍ମଶାଳାରେ ଯୋଗ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ସମସ୍ତ କୃଶକ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାଶ ଯୋଗ ଦେଇ ଚାଷୀମାନଙ୍କ ପ୍ରତି ଲଗାତର ଭାବେ କେନ୍ଦ୍ର ସରକାର ଅବହେଳା କରିବା ସହ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ଅବସରରେ ଦଶରଥପୁର ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ପୂର୍ବତନ ଅଧଃକ୍ଷା ସୁଜାତା ସାହୁ, ବ୍ଲକ ବିଜେଡ଼ି ସଭାପତି ଅଜୟ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ମାମିନା ମଲିକ, କୃଷକ ନେତା ନିରାକାର ସାହୁଙ୍କ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର ସର୍ବଦା ରାଜ୍ୟର କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ବିବିଧ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ କୃଷକ ସମାଜ ଏକତ୍ରିତ ହୋଇ ନାର୍ଯ୍ୟ ଦାବି ହାସଲ ପାଇଁ ସ୍ୱର ଉତ୍ତୋଳନ କରିବା ବାବଦରେ ଆଲୋକପାତ କରିଥିଲେ ।

  • ଯାଜପୁର: ବିଶ୍ୱ ନିଶା ନିବାରଣ ଦିବସରେ ସଚେତନତାର ବାର୍ତ୍ତା

    ଯାଜପୁର: ବିଶ୍ୱ ନିଶା ନିବାରଣ ଦିବସରେ ସଚେତନତାର ବାର୍ତ୍ତା

    ଆଜି ସମଗ୍ର ବିଶ୍ୱରେ’ଆନ୍ତର୍ଜାତିକ ବେଆଇନ୍ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ’ ପାଳନ କରାଯାଉଛି । ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଅବକାରୀ ବିଭାଗ, ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

    ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଗୋପିନାଥ କୁଅଁର ଏଥିରେ ଯୋଗ ଦେଇଥିଲେ । ସମାଜରେ ନିଶା କାରବାରକୁ ରୋକିବା ପାଇଁ ସମସ୍ତେ ଆହ୍ୱାନ କରିଛନ୍ତି । ଏଥିସହ ଏହାର ବ୍ୟବହାର ବନ୍ଦ କରିବା ପାଇଁ ଲୋକଙ୍କୁ କହିଛନ୍ତି ଗୋପିନାଥ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୁଖ ଯୋଗ ଦେଇ ନିଶାମୁକ୍ତ ସମାଜ ଗଠନ କରିବାକୁ ଆହ୍ୱାନ କରିଛନ୍ତି । ନିଶା କାରବାର ଯୋଗୁଁ ସମାଜରେ ଅପରାଧ ବଢୁଛି, ସବୁ ସମ୍ପର୍କ ଛିନ୍ନ ହେଉଛି, ଲୋକଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଉଛି । ଅର୍ଥହାନୀ, ପାରିବାରିକ କଳହ ମଧ୍ୟ ସୃଷ୍ଟି ହେଉଛି । ତେଣୁ ଆମେ ସମସ୍ତେ ଏକାଠି ହୋଇ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଅତିଥିମାନେ କହିଛନ୍ତି ।

    ନିଶା କ’ଣ, ନିଶା ସେବନ କଲେ ଏହା କିପରି ଶରୀର ପାଇଁ କ୍ଷତିକାରକ ହୋଇଥାଏ ସେ ନେଇ ସଚେତନତା ବାର୍ତ୍ତା ଦିଆଯାଇଛି । କାର୍ଯ୍ୟକ୍ରମ ଶେଷରେ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା ।

  • ‘ଶିଶୁ ଜୀବନରେ ଖେଳକୁଦର ରହିଛି ବିଶେଷ ମହତ୍ୱ’

    ‘ଶିଶୁ ଜୀବନରେ ଖେଳକୁଦର ରହିଛି ବିଶେଷ ମହତ୍ୱ’

    ଶିଶୁର ମାନସିକ ଓ ଶାରୀରିକ ବିକାଶରେ ଯେପରି କିଛି ଅଭାବ ପରିଲିକ୍ଷିତ ନ ହେବ ସେଥିପାଇଁ ଗ୍ରାମାଞ୍ଚଳଗୁଡିକରେ ଚାଇଡ଼ ଫଣ୍ଡ ପକ୍ଷରୁ ନିଆଯାଇଛି ବିଶେଷ ପଦକ୍ଷେପ। ଶିଶୁର ଶାରୀରିକ ଓ ମାନସିକ ବିକାଶ ସହ ସୁରକ୍ଷା କ୍ଷେତ୍ରରେ ଖେଳକୁଦର ବିଶେଷ ଗୁରୁତ୍ୱ ରହିଛି।  ଏହି କଥାକୁ ଅଭିଭାବକଙ୍କୁ ବୁଝାଇବା ସହ ଶିଶୁ ମାନସିକତା ସହ ଖେଳକୁଦର ଆବଶ୍ୟକତାକୁ ନେଇ ଜମ୍ବୁ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    କାର୍ଯ୍ୟକ୍ରମରେ ଭାଗନେଇଥିବା ଅତିଥିମାନେ ନିଜ ନିଜ ମତ ପୋଷଣ ପୂର୍ବକ କହିଛନ୍ତି କି, ଯେଉଁ ବୟସରେ ଶିଶୁଟି ନିଜର ସାଙ୍ଗ ସାଥି ଗହଣାରେ ହସିଖେଳି ନିଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରିବା କଥା ସେହି ବୟସରେ ବାପା ମାମାନେ ଅଯଥାରେ ଶିଶୁ ଉପରେ ଲଦିଦେଉଛନ୍ତି ପାଠ ପଢ଼ାର ବୋଝ। ଫଳରେ ଶଶୁଟିଏ ନିଜର ଶୈଶବକୁ ଭୁଲି ଯାଉଛି। ଏହା ଭବିଷ୍ୟତ ଜୀବନରେ ଶିଶୁ ପାଇଁ ଘାତକ ହୋଇଥାଏ। ତେଣୁ ବୟସ ଅନୁଯାୟୀ ସେମାନଙ୍କୁ ଖେଳକୁଦ ଓ ପାଠ ପଢାଇବା ଆବଶ୍ୟକ।   

    ଖେଳ, ସଂଗୀତ, କଳା କୌଶଳ ମାଧ୍ୟମରେ କିପରି ସେମାନେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସହାୟତା କରିପାରିବେ ସେ ବିଷୟରେ ଶିକ୍ଷାଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଅତିଥିମାନେ। ଏଥିସହ ବାଲ୍ୟ ବିବାହ ପରି କୁପ୍ରଥାର ପ୍ରଚଳନ ବନ୍ଦ କରିବାକୁ ମତ ପୋଷଣ କରିଥିଲେ ଅତିଥିଗଣ। ଏହି ଅବସରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଚିତ୍ତାକର୍ଷକ ନାଚ ଗୀତ ପରିବେଷଣ କରାଯାଇଛି।