Tag: #anugol

  • ଠାକୁରଗଡ଼ରେ ଘୋଷଯାତ୍ରା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା

    ଠାକୁରଗଡ଼ରେ ଘୋଷଯାତ୍ରା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା

    ଆଠମଲ୍ଲିକ ବ୍ଲକର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ସ୍ଥଳ ଠାକୁରଗଡ଼ରେ ଦୁଇ ଦିନ ବ୍ୟାପୀ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ପୁଣି ରଥ ଟଣାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ମା ମନ୍ଦିରକୁ ନିଆଯାଉଛି। ରଥର ପ୍ରଥମ ଦିନରେ ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି କରାଇ ଠାକୁରଗଡ଼ ଗଣେଶ ବଜାରକୁ ଅଣାଯାଇଥିଲା। ସେଠାରେ ପ୍ରଥମେ ତିନି ରଥକୁ ରୀତି ନୀତି ଅନୁଯାୟୀ ମନ୍ତ୍ର ପାଠ କରିବା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆରାଧନା କରାଯାଇଥିଲା। ମୁଖ୍ୟ ପୂଜକ କେଶବ ଚନ୍ଦ୍ର ଶତପଥୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା ସମାପନ ହୋଇଥିଲା। ରାଜା ବିଶ୍ବରଂଜନ ଦେଓ ଛେଚା ପହଁରା କାର୍ଯ୍ୟ କରିବା ପରେ ତିନି ରଥ ଟଣାଯାଇ ଥିଲା। ଏହି ଯାତ୍ରାରେ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ଦର୍ଶନ କରିଥିଲେ। ତିନି ରଥ ଲକ୍ଷ୍ମୀ ବଜାରରେ ପହଞ୍ଚିବା ପରେ ସେଠାରେ କାଲି ଅଟକିଥିଲା।


    ରଥଟଣାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଠାକୁରଗଡ଼ ଥାନା ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗ୍ରାମ ସଭାପତି ଯୋଗେଶ୍ୱର ସାହୁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଇନ୍ଦ୍ରମଣି ସାହୁ, ଦୁଷ୍ମନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଯାତ୍ରା ପରିଚାଳିତ ହେଉଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଅଭଡ଼ା, ଟଙ୍କ ତୋରାଣି, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହି ପବିତ୍ର ରଥଯାତ୍ରା ପାଇଁ ମିନାବଜାର ପଡ଼ିଥିବାରୁ ଲୋକେ ବିଭିନ୍ନ ପ୍ରକାର ଘରୋପଯୋଗୀ ସାମଗ୍ରୀ କିଣିବା ସହିତ ଚଟ ପଟି ଖାଦ୍ୟର ମଜା ଉଠାଇଥିଲେ।

  • ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ

    ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ

    ଜଙ୍ଗଲ ନଷ୍ଟ କରି ମଣିଷ ପ୍ରକୃତି ସହ ଖେଳିଛି। ଯାହାକୁ ନେଇ ପ୍ରକୃତି ରାଣୀ କ୍ଷୁବ୍ଧ। ରଚୁଛି ବିଭୀଷିକା। କେତେବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତ ପୁଣି କେତେବେଳେ ଅନାବୃଷ୍ଟି, ଆଉ କେତେବେଳେ ବର୍ଷା ବିତ୍ପାତ, ବନ୍ୟା, ବାତ୍ୟାରେ ମଣିଷ କାକୁସ୍ଥ ହୋଇଯାଇଛି। ଏପରି ସମୟରେ ତାର ଚେତା ପସିଛି। ପୁଣି ପ୍ରକୃତିର ତୁଷ୍ଟିକରଣ ପାଇଁ ଅଣ୍ଟା ଭିଡିଛି। ବୃକ୍ଷ ରୋପଣ ଉପରେ ଦିଆଯାଉଛି ଜୋର। ତେଣୁ ବୃକ୍ଷ ରୋପଣକୁ ପ୍ରୋତ୍ସାହିତ କରିବାକୁ ବନମହୋତ୍ସବ ପାଳନ ହେଉଛି। ଏହି ଅବସରରେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ତତ୍ତ୍ଵାବଧାନରେ ପାଟରଙ୍ଗା ପଞ୍ଚାୟତ ଅରଣ୍ୟ ମଦନା ପଡିଆ ଠାରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଊର୍ଦ୍ଧ୍ବ ବିଭିନ୍ନ କିସମର ଗଛ ରୋପଣ କରାଯାଇଛି। ବୃକ୍ଷ ବିନା ବଞ୍ଚିବା ଅସମ୍ଭବ। ମା ଯେମିତି ଗୋଟିଏ ପିଲା ପାଇଁ ଗୁରୁତ୍ବ ବହନ କରିଥାଏ, ସେହିଭଳି ଗଛ ପ୍ରତ୍ୟେକ ମଣିଷ ପାଇଁ ପ୍ରାଣଦାତ୍ରୀ ସଦୃଶ। ଏଭଳି ପରାମର୍ଶ ଦେଇ ବିଧାୟକ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଛନ୍ତି।

    ସେହିପରି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ‌କାଣ୍ଡସର ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ ସପ୍ତାହ ଚାଲିଥିବା ବେଳେ କାଣ୍ଡସର ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି। ସଭାପତି ଅନନ୍ତ ବାରିକ ଓ ସାଧାରଣ ସମ୍ପାଦକ ସୁଧାକର ସାହୁଙ୍କ ତତ୍ବାବଧାନରେ ଅନୁଗୋଳ ଜିଲ୍ଲାର ବରିଷ୍ଠ ସମାଜ ସେବୀ ଚିନ୍ମୟୀ ଦାସ, ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଗଣ, ଗ୍ରାମ୍ୟ ଉନ୍ନୟନ କମିଟି ସଦସ୍ୟଙ୍କ ସହଯୋଗରେ କାଣ୍ଡସର ଗ୍ରାମ ପଞ୍ଚାୟତର ବହୁ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି। ସମ୍ପ୍ରତି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ ବୃକ୍ଷ ହିଁ କରି ପାରିବ ବୋଲି ମତ ଦେଇଛନ୍ତି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିଗଣ।

    କେନ୍ଦ୍ରାପଡାର ରାଜନଗର ବନଖଣ୍ଡ ଅଧୀନସ୍ଥ ଗୁପ୍ତି ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ରାଜନଗର ଡିଏଫଓ , ତହସିଲଦାର ଓ ସମସ୍ତ ରେଞ୍ଜର, ଫରେଷ୍ଟରଙ୍କ ସହ ଶତାଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଜ ଉଦବୋଧନରେ ଆମ ଜୀବନରେ ଗଛର ମହତ୍ବ ସମ୍ପର୍କରେ ଅବଗତ କରାଇଥିଲେ।

    ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲୋକେ ମଧ୍ୟ କିଞ୍ଚିତ ସଚେତନ ହୋଇଛନ୍ତି। ତେଣୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁ ସଂଖ୍ଯାରେ ସାଧାରଣ ଜନତା ମଧ୍ୟ ସାମିଲ ହେଉଛନ୍ତି। ହେଲେ ଗୋଟିଏ କଥା, ଖାଲି ଗଛ ଲଗାଇ ଦେଲେ ହେବ ନାହିଁ। ଲଗାଯାଇଥିବା ଗଛର ଉପଯୁକ୍ତ ଯତ୍ନ ନେଇ ସେସବୁକୁ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି।

  • କୁତୁଲୁସିଙ୍ଗା ମାତା ମଠରେ ରତ୍ନ ମୁଦ ଉତ୍ସବ ପାଳିତ

    କୁତୁଲୁସିଙ୍ଗା ମାତା ମଠରେ ରତ୍ନ ମୁଦ ଉତ୍ସବ ପାଳିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ପଞ୍ଚାୟତର କୁତୁଲୁଶୀଙ୍ଗା ମାତା ମଠ ରେ ରତ୍ନ ମୁଦ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବ ଅବସରରେ ପ୍ରଥମେ କଳସ ଶୋଭାଯାତ୍ରା ବାହାରି ଥିଲା। କଳସ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସଙ୍କୀର୍ତ୍ତନରେ ବାହାରିଥିଲା । ଏହା ପରେ ଧାନ, ମୁଗ ବିରି ଆଦି ଶସ୍ୟ ଏବଂ ଅଷ୍ଟ ଧାତୁ ଦେଇ ମନ୍ଦିରର ମୁଣ୍ଡି ମରା ଯାଇଥିଲା । ଏହା ପରେ ଅନୁଷ୍ଠିତ ହୋଇଥିବା ହୋମ ଯଜ୍ଞ। ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ସାରା ଅଞ୍ଚଳ ପବିତ୍ରତାରେ ଭରିଯାଇଥିଲା। ମଠକୁ ମଇମାରୁ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ପୋରୁଧା ସାଜିଥିଲେ ମଳୟ କୁମାର ପ୍ରଧାନ ।ପ୍ରଫୁଲ୍ଲ କୁମାର ପ୍ରଧାନ, ଭୁବନ ପ୍ରଧାନ, ସତ୍ୟାନନ୍ଦ ରାଉତ, ଗୋପାଳ ରାଉତ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଭାଜପା ନେତା ସଞ୍ଜୀବ ସାହୁ, ବିଜେଡ଼ି ବରିଷ୍ଠ ନେତା ନଳିନୀ କାନ୍ତ ପ୍ରଧାନ ଏହି ମୁଦ ଉତ୍ସବରେ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ।

  • ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ଦିନ । ଏହି ଉପଲକ୍ଷେ ଆଜି ଅନୁଗୋଳ ବିଜେପି ପକ୍ଷରୁ ମୁନିସିପାଲିଟି ଟାଉନ ହଲ୍ ଠାରେ ବିଜେପି ତରଫରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲୀପ ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଯଯାତି ପଟ୍ଟନାୟକଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

  • ଚଡକ ମାରି ବଳଦ ମୃତ୍ୟୁ

    ଚଡକ ମାରି ବଳଦ ମୃତ୍ୟୁ

    ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଂଚାୟତ ନାବାଦୀପ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଜୁଳି ମାରି ୩ଗୋରୁ ମୃତ । ସୁଚନା ଅନୁଯାୟୀ ନାବଦୀପ ପୁର ରହଣି ଛକ ଠାରେ ମଦନ ଭୋଇ ଗୋରୁ ଚରାଉ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ବଳଦ ଚାରୁଥିବା ସମୟରେ ଚଡକ ମାରି ୩ବଳଦର ମୃତ୍ୟୁ ଘଟିଛି ।

    ନାବଦୀପପୁର ଗ୍ରାମର ନିରୁ ପ୍ରଧାନ, ସୁକୁଟୁ ପ୍ରଧାନ ଓ ନିର୍ମଳ ପ୍ରଧାନର ଗୋଟିଏ ଲେଖାଏଁ ବଳଦର ମୃତୁ ଘଟିଛି । ଫଳରେ ପରିବାର ଦୁଃଖରେ ଭାଂଗିପଡ଼ିଛନ୍ତି । ତେବେ କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ୩ପରିବାର ।

  • ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ

    ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲାର ପୋଲିସ ଟ୍ରେନିଂ କଲେଜ ଠାରେ ଆଜି ଶନିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଆଜି ଅନୁଗୋଳ ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ।

    ଏହି ରକ୍ତ ଦାନ ଶିବିରଟିକୁ ଅନୁଗୋଳ ଡି ଆଇ ଜି ଯେ.ଏନ ପଙ୍କଜ ଉଦଘାଟନ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତ ଶିବିରଟି ସକାଳ ୯ ଘଟିକାରୁ ଆରମ୍ବ ହୋଇଥିଲା । ଏହି ରକ୍ତ ଦାନ ଶିବିରଟିକୁ ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ଅଧିକାରୀ ମାନେ ଆୟୋଜନ କରିଥିଲେ।

  • ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଖଣି ଖାଦାନ ଭରା ଅନୁଗୋଲ ଜିଲ୍ଲାରେ ଅତି ଶୋଚନୀୟ ହୋଇ ପଡିଛି ୫୫ନଂ ଜାତୀୟ ରାଜପଥ । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ପରିବହନ ଗାଡି ଯାଆସ କରୁଥିବାରୁ ରାସ୍ତାର ଦୁରବସ୍ଥା ନ କହିଲେ ଭଲ । ରାଜସ୍ବ ଦେଉଥିବା ରାସ୍ତା ନିଜେ ଦୁର୍ବିସହ ହୋଇ ପଡିଛି । ଏହା ସହ ମହାନଦୀ କୋଇଲା ଖଣିର ବିସ୍ଥାପିତଙ୍କ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ଅନୁଗୋଳ ପିଟିସି ଛକ ଠାରେ ୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ରାଜପଥ ନିର୍ମାଣ, ମରାମତି ତଥା ମହାନଦୀ କୋଇଲା ଖଣି ଦ୍ବାରା ପ୍ରଭାବିତ ବିସ୍ଥାପିତଙ୍କ ସମସ୍ଯା ସମାଧାନ ପାଇଁ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ରାସ୍ତା ରୋକ ତଥା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲାର ସମସ୍ତ ବିଧାୟକ, ଢେଙ୍କାନାଳ ଲୋକସଭା ସାଂସଦ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ, ପରିଷଦ ଅଧ୍ୟକ୍ଷ, ସମବାୟ ବ୍ୟାଙ୍କ ସଭାପତି ଓ ନିର୍ଦ୍ଦେଶକ ବୃନ୍ଦ, ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବୃନ୍ଦ, ବ୍ଲକ ପୌରପାଳିକା ଅଧ୍ୟକ୍ଷ, ସମସ୍ତ ବ୍ଲକ ଓ ପୌରପାଳିକାର ବିଜେଡି ସଭାପତି, ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଜୁ ମହିଳା-ଯୁବ-ଛାତ୍ର ଜନତା ଦଳର ସଭାପତି ଓ କର୍ମକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ।

  • ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା। ତଳଗଡ଼ ଗ୍ରାମର ଛବିନ୍ଦ୍ର ବିଶ୍ୱାଳ ଓ ସ୍ତ୍ରୀ ସୁଲୋଚନା ବିଶ୍ୱାଳ ନିଜ ବାଡ଼ିରେ କାର୍ଯ୍ୟ କରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସ୍ତ୍ରୀ ସୁଲୋଚନାଙ୍କ ମୃତ୍ୟୁ ହୋଇଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଛନ୍ତି।

  • ଭେଷଜ ବିଶେଷଜ୍ଞ ନିଯୁକ୍ତି ଦାବୀ

    ଭେଷଜ ବିଶେଷଜ୍ଞ ନିଯୁକ୍ତି ଦାବୀ

    ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଜିଲ୍ଲା ସ୍ବେଚ୍ଛାସେବୀ ସମୂହ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନା କରିଯାଇଛି ।ବିଗତ ଦିନରେ ତିନିଜଣ ଭେଷଜ ବିଶେଷଜ୍ଞ ନିଯୁକ୍ତି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଡାକ୍ତରଙ୍କ ବାହାର ଜିଲ୍ଲାକୁ ବଦଳି ହୋଇଛି ।

    ଏଣୁ ବର୍ତ୍ତମାନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମାତ୍ର ଭେଷଜ ବିଶେଷଜ୍ଞ ସମସ୍ତ ମେଡିସିନ ବିଭାଗ ସମ୍ଭାଳୁଛନ୍ତି ।ଯାହା ଶତାଧିକ ବର୍ହିବିଭାଗ ଓ ଅର୍ନ୍ତବିଭାଗ ରୋଗୀଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନୁଗୁଳ ଜିଲ୍ଲା ପାଇଁ ୧୪ ଜଣେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଅନୁମୋଦନ ରହିଥିବା ବେଳେ ଅଛନ୍ତି ମାତ୍ର ଜଣେ ।ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।ତୁରନ୍ତ ଭେଷଜ ବିଶେଷଜ୍ଞ ନିଯୁକ୍ତି ନହେଲେ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେବେ ।

    ଏ ପ୍ରସଙ୍ଗରେ ଗୁରୁତର ସହିତ ବିଚାର କରି କିଭଳି ଡାକ୍ତର ନିଯୁକ୍ତି ହୋଇପାରିବେ ଜିଲ୍ଲାପାଳ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର,ଅନୁପ କୁମାର ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ନାୟକ ପ୍ରମୁଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

  • ବଢି ଚାଲିଛି ହାତୀ ଆକ୍ରମଣ,ପୁଣି ଜଣେ ଗୁରୁତର

    ବଢି ଚାଲିଛି ହାତୀ ଆକ୍ରମଣ,ପୁଣି ଜଣେ ଗୁରୁତର

    ଅନୁଗୋଳ ବନଖଣ୍ଡ ସଦର ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ବଡ଼କେରା ଛକ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

    ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସମୟରେ ବଡକେରା ଗ୍ରାମର ରାଜୁ ନାଏକ ଏବଂ ତାଙ୍କ ବାପା କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଗ୍ରାମ ପାଖରେ ଥିବା ଶିବ ମନ୍ଦିର ନିକଟରେ ପୂର୍ବରୁ ବିଚରଣ କରୁଥିବା ଏକ ଦନ୍ତାହାତୀ ହାବୁଡ଼ରେ ରାଜୁ ପଡିଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହାତୀଟି ରାଜୁ କୁ ଟେକି ଫୋଫଡ଼ି ଦେଇଥିବାରୁ ରାଜୁଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଜଣାପଡିଛି।

    ଏହା ଦେଖି ତାଙ୍କ ବାପା ଦୌଡ଼ିବା ରୁ ସେ ମଧ୍ୟ ଖଣ୍ଡିଆ ଖବରା ହୋଇଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ଲୋକେ ଏକ ଅଟୋ ମାଧ୍ୟମରେ ରାଜୁ ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବନବିଭାଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାଜୁ ଙ୍କ ଅବସ୍ଥା ଗୁରୁତର ହେବାରୁ ରାଜୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।