ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ଷ, ଚେୟାର ସାହାଯ୍ୟରେ ରାସ୍ତାରେ ଚାଲିଛନ୍ତି ‘ସୂର୍ଯ୍ୟ’

COURTESY : ANI

ପାଦରେ ଟିକେ ବି ଶକ୍ତି ନାହିଁ, ଛିଡ଼ା ହେବାକୁ ବି ବଳ ନାହିଁ । ରାସ୍ତାରେ ଚାଲିଛନ୍ତି ୭୦ ବର୍ଷୀୟା ବୃଦ୍ଧା । ତାଙ୍କ ପାଇଁ ଆଶାବାଡ଼ି ସାଜିଛି ଚେୟାର । ନବରଙ୍ଗପୁର ଜିଲ୍ଲାର ସୂର୍ଯ୍ୟ ହରିଜନ । ପେନସନ୍ ଟଙ୍କା ପାଇଁ ରାସ୍ତାରେ ବୃଦ୍ଧାଙ୍କୁ ଏଭଳି ଚାଲିବାକୁ ପଡ଼ିଛି ।

ଝରିଗାଁ ବ୍ଲକ୍‌ ବାଣୁଆଗୁଡ଼ା ଗାଁର ସୂର୍ଯ୍ୟ ହରିଜନଙ୍କ ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି । ବୃଦ୍ଧାଙ୍କ ଅସହାୟତା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଖୁବ୍ ବ୍ୟଥିତ କରିଛି । ଏଠାରେ ମାନବିକତା ଗଲା କୁଆଡ଼େ, ବ୍ୟାଙ୍କ ବନ୍ଧୁମାନଙ୍କୁ ଏଦୃଶ୍ୟ ଦେଖାଯାଉନି କି ବୋଲି ଟ୍ୱିଟ୍ କରି ପ୍ରଶ୍ନ ପଚାରିଛନ୍ତି ଅର୍ଥମନ୍ତ୍ରୀ । ଏଥିରେ ବିଳମ୍ବ ନକରି ବୃଦ୍ଧାଙ୍କ ପେନସନ୍ ଟଙ୍କା ପୈଠ କରିଥିବା ଟ୍ୱିଟରରେ ଉତ୍ତର ରଖିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଏଥିସହ ଆସନ୍ତାମାସରୁ ଘରେ ଟଙ୍କା ଦିଆଯିବ ବୋଲି ଅର୍ଥମନ୍ତ୍ରୀଙ୍କୁ ସେ ଅବଗତ କରାଇଛନ୍ତି ।

ବୃଦ୍ଧାଙ୍କ ଜୀବନରେ ବାରମ୍ବାର ଏଭଳି ଘଟଣା ଆସୁଛି । ଭତ୍ତା ଟଙ୍କା ଉଠାଇବାକୁ ଯାଉଥିବା ବେଳେ ପାଦ ଖସି ଗୋଡ଼ ଭାଙ୍ଗିଗଲା । ବହୁ କଷ୍ଟରେ ମେଡିକାଲରେ ଚିକିତ୍ସିତ ହେଲେ । ୪ ମାସ ହେଲା ଶଯ୍ୟାଶାୟୀ ଥିବାରୁ ଏବେ ଭତ୍ତା ଟଙ୍କା ମିଳିନଥିଲା । ସାମାନ୍ୟ ସୁସ୍ଥ ଥିବାବେଳେ ବାଣୁଆଗୁଡ଼ା ଗ୍ରାହକ ସେବା କେନ୍ଦ୍ର ଯାଇଥିଲେ । ମାତ୍ର ସମସ୍ୟାର ସମାଧାନ ହୋଇନଥିଲା । ସେହିପରି ସାରିଆପଡ଼ା ଗ୍ରାହକ ସେବାକେନ୍ଦ୍ରରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଶେଷରେ ସେ ଝରିଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ । ବୃଦ୍ଧାଙ୍କ ଏଭଳି ଅବସ୍ଥା ଦେଖି ବ୍ୟାଙ୍କ ମ୍ୟାନେଜର ତାଙ୍କୁ ୬ ମାସର ୩ ହଜାର ଟଙ୍କା ପ୍ରଦାନ କରିଥିଲେ ।

ଏଭଳି ଦୃଶ୍ୟ ନିହାତି ହୃଦୟ ବିଦାରକ । ବାର୍ଦ୍ଧକ୍ୟ ଅବସ୍ଥାରେ ଚେୟାର ସାହାରାରେ ରାସ୍ତାରେ ଚାଲିବା ଭାରି କଷ୍ଟକର । ମାନବିକତା ଦୃଷ୍ଟିରୁ ତାଙ୍କ ଘରେ ପେନସନ୍ ଟଙ୍କା ପହଞ୍ଚାଇବାରେ ଅସୁବିଧା କେଉଁଠି । ଭିଡିଓ ଭାଇରାଲ୍ ହେଲା, ସମାଲୋଚନା ପରେ କର୍ତ୍ତୃପକ୍ଷ ପଦକ୍ଷେପ ନେଲେ । ତେଣୁ ଏଭଳି ସ୍ଥିତିରେ ଆମକୁ କି ପ୍ରକାର ପଦକ୍ଷେପ ନେବା ଜରୁରୀ ସେ ସମ୍ପର୍କରେ ଜାଣିବା ଉଚିତ ।

3 thoughts on “ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ଷ, ଚେୟାର ସାହାଯ୍ୟରେ ରାସ୍ତାରେ ଚାଲିଛନ୍ତି ‘ସୂର୍ଯ୍ୟ’

  1. Hi there,

    “June” seems like it could be misspelled. I’ve used spellhelper.com effectively in similar cases.

    Thanks,
    Dana

  2. Quick note: “Powered” seems off; possibly a typo? spellalerts.com or another tool can quickly confirm this.

    Cheers,
    Thomas

  3. Hi,

    “Powered” might be misspelled?just a quick heads-up. I’ve used spellperfect.com before to confirm easily.

    Thanks,
    Lee

Leave a Reply

Your email address will not be published. Required fields are marked *