ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ, କିନ୍ତୁ ପୃଥିବୀରେ ପାଦ ରଖିପାରିବେ ନାହିଁ!

ସୁନିତା ୱିଲିୟମ୍ସଙ୍କୁ ଆଣିବା ପାଇଁ NASA SpaceXଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲକୁ ବାଛିଥିଲା। ଏହି କ୍ୟାପସୁଲ ନିର୍ମାଣ ହେବା ପରଠାରୁ ୪୯ ଥର ଉତକ୍ଷେପଣ କରାଯାଇଛି। ଡ୍ରାଗନ୍ କ୍ୟାପସୁଲ୍ ୪୪ ଥର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଛି।

ଖୁବଶିଘ୍ର ପୃଥିବୀକୁ ଫେରିବେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ଗତ ୯ ମାସ ଧରି ମହାକାଶରେ ଫସିଥିବା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ସାଥୀ ମହାକାଶଚାରୀମାନଙ୍କ ସହିତ ମାର୍ଚ୍ଚ ୧୮ ମଙ୍ଗଳବାର ସକାଳ ୮:୧୫ ରେ ସେ ପୃଥିବୀ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ ୧୯ ରେ ପୃଥିବୀରେ ପହଞ୍ଚିବେ ।

କ୍ରୁ-୯ ମେମ୍ବର ପୃଥିବୀ ଫେରିବା ସୁନିଶ୍ଚିତ କରିବା ଲାଗି କ୍ରୁ-୧୦ ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନ ଜରିଆରେ 4ଜଣ ମହାକାଶଚାରୀ ରବିବାର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିସାରିଛନ୍ତି ।

ସ୍ପେଶ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ କ୍ରୁ-୯ ସଦସ୍ୟମାନେ ଜୋରଦାର ସ୍ବାଗତ କରିଥିଲେ । ଏବେ କ୍ରୁ-୧୦ମିଶନର ସଦସ୍ୟମାନଙ୍କୁ ସମସ୍ତ କାର୍ଯ୍ୟ ହସ୍ତାନ୍ତର କରିବା ପରେ କମାଣ୍ଡର ସୁନୀତା ପୃଥିବୀ ଅଭିମୁଖେ ବାହାରିବେ ।

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନରୁ ଏଜେନ୍ସିର କ୍ରୁ-୯ ମିଶନକୁ ଫେରିବା ପାଇଁ ଫ୍ଲୋରିଡା ଉପକୂଳରେ ପାଣିପାଗ ଏବଂ ସ୍ପ୍ଲାସଡାଉନ୍ ସ୍ଥିତିର ଆକଳନ ପାଇଁ ନାସା ଏବଂ ସ୍ପେସ୍ ଏକ୍ସ ରବିବାର ଆଲୋଚନା କରିଥିଲେ । ମାର୍ଚ୍ଚ ୧୮ , ମଙ୍ଗଳବାର ସନ୍ଧ୍ୟା ପାଇଁ ପୂର୍ବାନୁମାନ କରାଯାଇଥିବା ଅନୁକୂଳ ପରିସ୍ଥିତି ଉପରେ ଆଧାର କରି ମିଶନ ମ୍ୟାନେଜରମାନେ ପୂର୍ବ କ୍ରୁ-୯ ଫେରିବା ସୁଯୋଗକୁ ଟାର୍ଗେଟ କରୁଛନ୍ତି ।