ସୁନ୍ଦରଗଡ଼: କେମିତି ଗଲା ୩ ଜଣଙ୍କ ଜୀବନ, ଖୋଳତାଡ଼ ଜାରି

ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରୁ ୩ ମୃତଦେହ ଠାବ କରାଯାଇଛି । ଘଟଣାକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ହତ୍ୟା ନା ଏହା କୌଣସି ଦୁର୍ଘଟଣା ସେ ନେଇ ସସପେନ୍ସ ଜାରି ରହିଛି । ମୃତକଙ୍କ ମଧ୍ୟରେ ବାଙ୍କିବାହାଲ–ଟପରିଆ ରାସ୍ତା ନିର୍ମାଣକାରୀ ସଂସ୍ଥା ଆରକେଡିର ୨ ଜଣ ସୁରକ୍ଷାକର୍ମୀ ଅଛନ୍ତି ।

୩ ମୃତକ ବରଗଡ଼ ଭେଡେନ ଥାନା ମହୁଲପାଲିର ମାନସ କୁମାର ରଥ,ସୁନ୍ଦରଗଡ଼ ବିଶ୍ରା ଥାନା ଉଡୁସୁ ଗାଁର ପ୍ରିନ୍ସ ନାଏକ ଏବଂ ହେମଗିର ଥାନା ବଲିଙ୍ଗାର ସଚିନ ଚିତକି । ତେବେ ଏଯାଏ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତ ୨୯ ତାରିଖରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିଟି ରାସ୍ତାକଡ଼ରେ ପଡ଼ିଥିଲା । ଗତକାଲି ରାତିରେ ୩ ଜଣ ଏହାର ଚକ ଏବଂ ଅନ୍ୟାନ୍ୟ ପାର୍ଟସ ନେବାକୁ ଚେଷ୍ଟା କରିଥିଲେ ଯାହାକୁ ସେଠାରେ ଥିବା ସୁରକ୍ଷାକର୍ମୀ ବିରୋଧ କରିଥିଲେ । ଘଟଣାକୁ ନେଇ ଦୁର୍ବୃତ୍ତ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ୨ ସୁରକ୍ଷାକର୍ମୀ ଏବଂ ଜଣେ ଦୁର୍ବୃତ୍ତର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *