ରାଷ୍ଟ୍ରପତିଙ୍କୁ ଉପେକ୍ଷା କରି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ କରିବା ନିନ୍ଦନୀୟ: ସଞ୍ଚୟ ରାଉତ

ନିର୍ମାଣ ସରିଛି ବିଶ୍ବର ସବୁଠୁ ବୃହତ ଗଣତାନ୍ତ୍ରୀକ ରାଷ୍ଟ ଭାରତର ନୂତନ ସଂସଦ ଭବନ । ଯାହାକୁ ରବିବାର ଦିନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ । ରାହୁଲ କହିଥିଲେ ଯେ, ନୂଆ ସଂସଦ ଭବନ ନରେନ୍ଦ୍ର ମୋଦୀ ନୁହେଁ ବରଂ ରାଷ୍ଟ୍ରପତି କରିବା ଉଚିତ । ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ ସଞ୍ଚୟ ରାଉତ ଏହି ପ୍ରସଙ୍ଗରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ।

ସଞ୍ଚୟ ରାଉତ ନିଜର ଅସନ୍ତୋଷ ପ୍ରକାଶ କରି ମୁମ୍ବାଇରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଉପେକ୍ଷା କରି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ କରାଯାଉଛି । ଯାହାକୁ ମୁଁ ସହଜରେ ଗ୍ରହଣ କରିପାରୁନି, ଆଉ ଏହାର ନିନ୍ଦା କରୁଛି । ଏଠାରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛନ୍ତି ଯେ, ମୁଁ ହେଉଛି ସବୁକିଛି, ଦ୍ୱିତୀୟ ବ୍ୟକ୍ତି କେହି ନାହାନ୍ତି । ତେଣୁ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଅହଂ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *