
ରାଜଧାନୀ ଭୁବନେଶ୍ୱରର ଏକ ଲେଡିଜ୍ ହଷ୍ଟେଲରେ ରୋଡ୍ ରୋମିଓଙ୍କ ଆତଙ୍କରାଜ । ହଷ୍ଟେଲ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ୧୦ରୁ ଅଧିକ ଯୁବକ ଏଭଳି କାଣ୍ଡ ଭିଆଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଛି ପୋଲିସ ।
ନୟାପଲ୍ଲୀ ଥାନା ଅଧିନ ଉଗ୍ରତାରା ଲେଡିଜ ହଷ୍ଟେଲରେ ଛାତ୍ରୀମାନେ ଆକ୍ରମଣର ଶିକାର ହୋଇଛନ୍ତି । ଛାତ୍ରୀମାନେ ହଷ୍ଟେଲ ଆଗରେ ଛିଡ଼ା ହୋଇଥିବା ବେଳେ ଯୁବକ ଟେକା ଫିଙ୍ଗିଥିଲେ । ବିରୋଧ କରିବାରୁ ଧମକ ଦେଇଥିଲେ ଏବଂ ଧକ୍କା ମାରିବା ସହ ମାଡ଼ ମାରିଥିଲେ । ଆଉ କିଛି ଯୁବତୀ ବାହାରକୁ ଆସିବା ବେଳେ ସେମାନଙ୍କ ଉପରକୁ ଟେକା ଫିଙ୍ଗିଥିଲେ ରୋଡ୍ ରୋମିଓ । ନିଶା ଖାଇ ଏଭଳି କମେଣ୍ଟ ମାରୁଥିବା କହିଛନ୍ତି ଛାତ୍ରୀ ।

ଏପରିକି ହଷ୍ଟେଲ କାନ୍ଥ ଭାଙ୍ଗିବା ସହ ଟେକା ଫିଙ୍ଗି କାଚ ଭାଙ୍ଗିଥିଲେ । ୧୦ରୁ ଅଧିକ ଦୃର୍ବୃତ୍ତ ହଷ୍ଟେଲରେ ଆତଙ୍କ ଖେଳାଇଥିଲେ । ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ, ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସକୁ ଖବର ମିଳିଛି । ଏହି ଘଟଣା ପରେ ମଦ୍ୟପାନ କରୁଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରିଛି ପୋଲିସ ।