ଅସମ୍ପୂର୍ଣ୍ଣ କାମକୁ ବିରୋଧ, ଗେଟରେ ତାଲା ପକାଇ ପ୍ରତିବାଦ

5T ସ୍କୁଲ ଉଦଘାଟନ ପୂର୍ବରୁ ବିବାଦ । ସ୍କୁଲ ଫାଟକରେ ତାଲା ପକାଇ ଜୋରଦାର ପ୍ରତିବାଦ କରିଛନ୍ତି ଅଭିଭାବକ । ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରାପଡ଼ା ରାଜନଗର ବ୍ଲକର ବାରାହାପୁର ସ୍ୱପ୍ନେଶ୍ୱର ହାଇସ୍କୁଲର ନବକଳେବର ହୋଇଛି । 5T ଯୋଜନାରେ ଏହି ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ସରିଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମକୁ ଅପେକ୍ଷା । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହା ପୂର୍ବରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ସ୍କୁଲର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଅଧାପନ୍ତରିଆ କାର୍ଯ୍ୟକରି ଉଦଘାଟନ କିପରି ହେବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏହାର ପ୍ରତିବାଦରେ ଧାରଣା ଦେଇଛନ୍ତି ଅଭିଭାବକ । ସ୍କୁଲ ଗେଟରେ ତାଲା ପକାଇ ଏହାର ସମ୍ମୁଖରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ସୂଚନାଟିଭି24X7

Leave a Reply

Your email address will not be published. Required fields are marked *