ସୋସିଆଲ ମିଡିଆରେ ପ୍ରିୟଙ୍କା’ଙ୍କ ‘ଲାଡଲୀ’

ସମ୍ପ୍ରତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅପକମିଂ ୱେବସିରିଜ ସିଟାଡେଲକୁ ନେଇ ବେଶ ଚର୍ଚ୍ଚାରେ। ଏହି ୱେବ ସିରିଜର ପ୍ରମୋସନ ପାଇଁ ସେ ଭାରତକୁ ଆସିଛନ୍ତି ନିଜ ଝିଅ ସହ। ନିକଟରେ ପ୍ରିୟଙ୍କା ଝିଅ ମାଳତୀ ମେରୀ ଚୋପ୍ରା ଜୋନସ ସହ ସିଦ୍ଧି ବିନାୟକଙ୍କ ଦର୍ଶନ କରିଥିଲେ। ଏହାପରେ ଝିଅର ଏକ ନୂଆ ଫଟୋ ସେ ସେୟାର କରିଛନ୍ତି।

ଏକଦା ବଲିଉଡରେ ନିଜ ଆକ୍ଟିଂ ପାଇଁ ଲୋକଙ୍କ ଦ୍ୱାରା ଆଦୃତ ହୋଇ ନମ୍ବର ଏକରେ ରହିଥିଲେ। ଏବେ ସେ ହଲିଉଡରେ ବ୍ୟସ୍ତ। ନିଜର ଅପକମିଂ ୱେବ ସିରିଜ ସିଟାଡେଲ ପ୍ରମୋଶନରେ ଆସିଛନ୍ତି ଭାରତ। ତାଙ୍କ ସହ ସ୍ୱାମୀ ନିକ ଜୋନ୍ସ ଓ ଝିଅ ମଧ୍ୟ ଆସିଛନ୍ତି। ଜନ୍ମ ପରେ ଝିଅ ମାଳତୀଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ପ୍ରିୟଙ୍କା, ଝିଅ ମାଳତୀଙ୍କ ନୂଆ ଫଟୋ ସେୟାର କରିବାରୁ ଫ୍ୟାନ୍ସ ବେଶ ଖୁସି। ଏହି ଫଟୋଟି ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଫଟୋ ସେୟାର ମାତ୍ରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଫଟୋରେ ମାଳତୀ ଭାରି କ୍ୟୁଟ ଦିଶୁଛନ୍ତି। ଏଥିରେ ମାଳତୀ ବାହାର ଆଡକୁ ଚାହିଁଛନ୍ତି। ମାଳତୀଙ୍କ ଜନ୍ମ ଗତବର୍ଷ ଜାନୁଆରୀ 15ରେ ହୋଇଥିଲା।

One thought on “ସୋସିଆଲ ମିଡିଆରେ ପ୍ରିୟଙ୍କା’ଙ୍କ ‘ଲାଡଲୀ’

  1. I am extremely inspired along with your writing abilities and also with the layout in your weblog. Is that this a paid topic or did you modify it yourself? Anyway stay up the excellent quality writing, it’s uncommon to look a nice blog like this one today!

Leave a Reply

Your email address will not be published. Required fields are marked *