ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଖବର ପାଇ ଆଳି ନିଆଳର କାଳୀମନ୍ଦିର ନିକଟରେ ଚାଲିଥିବା ଚୋରା କୋଇଲା ଡିପୋ ଉପରେ ଚଢ଼ାଉ କରିଥିଲା ପୋଲିସ ।

ଦୁଇଟି କୋଇଲା ବୋଝେଇ ଟ୍ରକ୍, ଗୋଟିଏ ବୋଲେରୋ, କାର୍, ଦୁଇଟି ବାଇକ୍, ୭ଟି ମୋବାଇଲ ଓ ଏକ ଭୁଜାଲି ଜବତ କରାଯାଇଛି । ଚୋରା କୋଇଲା କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଆଡିସିନାଲ ଏସପି । ଏମିତି କି କୋଇଲା ଡିପୋ ଉପରେ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ପୋଲିସ ଉପରେ ଗାଡ଼ି ଚଢ଼ାଇ ମାରିଦେବା ପାଇଁ ଉଦ୍ୟମ କରିଥିବା ଆଡିସନାଲ ଏସ୍ପି କହିଛନ୍ତି । ଦୀର୍ଘଦିନ ହେବ ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଚୋରା କୋଇଲା କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *