ଗ୍ୟାଙ୍ଗଷ୍ଟର ଭାଇଙ୍କ ହତ୍ୟା ମାମଲା, ସୁପ୍ରିମ କୋର୍ଟରେ ଯାଚିକା

 ଆତିକ ଅହମଦ ଓ ଅସରଫ ହତ୍ୟା ମାମଲାରେ ଆଉ ଏକ ଯାଚିକା ସୁପ୍ରିମ କୋର୍ଟରେ ଦାୟର ହୋଇଛି। ଏହାକୁ ପୂର୍ବତନ ଆଇପିଏସ ଅଫିସର ଅମିତାଭ ଠାକୁର ଦାୟର କରିଛନ୍ତି। ମାମଲାର ତଦନ୍ତ ସୁପ୍ରିମ କୋର୍ଟ ବା ହାଇକୋର୍ଟଙ୍କ ତତ୍ୱାବଧାନରେ କରିବାକୁ ଠାକୁର ଦାବି କରିଛନ୍ତି। ଠାକୁର ନି଼ଜ ଯାଚିକାରେ କହିଛନ୍ତି କି, ଅବଶ୍ୟ ଆତିକ ଓ ତାର ଭାଇ ଅପରାଧିକ ମାମଲାରେ ଲିପ୍ତ ଥିଲେ, କିନ୍ତୁ ଯେଉଁ ଭାବରେ ସେମାନଙ୍କ ହତ୍ୟା କରାଯାଇଛି, ସେଥିରେ ରାଜ୍ୟର ହାତ ଥିବା ସମ୍ଭାବନା ଦେଖିବାକୁ ମିଳୁଛି।

ଯାଚିକାରେ କୁହାଯାଇଛି କି, ହତ୍ୟାର ପୃଷ୍ଠଭୂମିରୁ ଏଥିରେ ରାଜ୍ୟର ଅର୍ଥ ଲାଗିଥିବା ସମ୍ଭାବନା ବଢିଯାଉଛି। ଏହି ହତ୍ୟା ପରେ ଯେଉଁ ପ୍ରକାରରେ  ଉତ୍ତର ପ୍ରଦେଖ ପୋଲିସ ମାମଲାରେ ଢିଲା କାର୍ଯ୍ୟପନ୍ଥା ଆପଣେଇବାର ପ୍ରୟାସ କରୁଛି ଓ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ଏଥିରୁ ଗମ୍ଭୀର ଷଡଯନ୍ତ୍ରର ଗନ୍ଧ ବାରି ହୋଇ ଯାଉଛି। ସେ ଆହୁରି କହିଛନ୍ତି କି, ବ୍ୟକ୍ତି ଅପରାଧୀ ହୋଇଥାଉ ନା କାହିଁ, ପୋଲିସ କଷ୍ଟଡିରେ ରାଜ୍ୟ ଦ୍ୱାରା ଷଡଯନ୍ତ୍ର କରି ହତ୍ୟା କରିବାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବ ନାହିଁ। ମାମଲାରେ ରାଜ୍ୟର ହାତ ଥିବାର ସମ୍ଭାବନା ଦେଖା ଦେବା ପରେ,   ସ୍ଥାନୀୟ ପୋଲିସ ଦ୍ୱାରା ମାମଲାର ଯାଞ୍ଚ କରାଯିବା ଉଚିତ୍ ନୁହେଁ। ଏଥିସହ, ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମ କୋର୍ଟ ବା ହାଇକୋର୍ଟଙ୍କ ଦ୍ରଷ୍ଟବ୍ୟରେ ସିବିଆଇ କରିବାର ଆବଶ୍ୟକତା ରହିଛି।

ସେହିପରି ଅନ୍ୟଏକ ଯାଚିକା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। ଏଥିରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯାଞ୍ଚ ପାଇଁ ଆବେଦନ କରାଯାଇଛି। ଓକିଲ ବିଶାଲ ତିୱାରୀଙ୍କ ପକ୍ଷରୁ ଦାୟର ଯାଚିକାରେ ମାମଲାର ଯାଞ୍ଚ ପାଇଁ ଏକ ସମିତି ଗଠନ କରିବାକୁ ଦାବି ହୋଇଛି। ଶନିବାର ରାତିରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆତିକ ଅହମଦ ଓ ତାର ଭାଇର ହତ୍ୟା କରାଯାଇଥିଲା। ଆତିକ ଓ ଅହମଦଙ୍କ ଶବ ବ୍ୟବଚ୍ଛେଦ ରବିବାର ହୋଇଛି। ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି କି, ଆତିକର ଶରୀରରେ 9 ଗୁଳି ଲାଗିଥିବା ବେଳେ ଅସରଫ ଶରୀରରେ ବାଜିଛି 5 ଗୁଳି। ଉଭୟଙ୍କ ଶରୀରରେ ଡାକ୍ତର 14 ଗୁଳିର ଚିହ୍ନ ପାଇଛନ୍ତି। ଏକ ଡାକ୍ଚରୀ ଟିମ ଏହି ପୋଷ୍ଟମର୍ଟମ କରିଥିବା ବେଳେ ଟିମରେ 5 ଜଣ ବରିଷ୍ଠ ଡାକ୍ତର ଥିଲେ। ପୂରା ପୋଷ୍ଟମର୍ଟମକୁ  ଭିଡିଓଗ୍ରାଫି କରାଯାଇଛି।

Leave a Reply

Your email address will not be published. Required fields are marked *