Blog

  • ମଞ୍ଚସ୍ଥ ହେଲା କାସାଣ୍ଡ୍ରା ଦ୍ୱାରା କୈବର୍ତ୍ତ ରଘୁନାଥ

    ମଞ୍ଚସ୍ଥ ହେଲା କାସାଣ୍ଡ୍ରା ଦ୍ୱାରା କୈବର୍ତ୍ତ ରଘୁନାଥ

    ()ବୁଧବାର ଶ୍ରୀକ୍ଷେତ୍ରରେ ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି। ଜଗନ୍ନାଥ ସଂସ୍କୃତିକୁ ମନେ ପକେଇବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲା ମୁଖ୍ୟାଳୟରେ ମଞ୍ଚ ନାଟକ ମଞ୍ଚସ୍ଥ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ନାଟକ ପରିବେଷଣ କରାଯାଇଛି । ଗତ କାଲି ସନ୍ଧ୍ୟାରେ ସ୍ଥାନୀୟ କେନ୍ଦୁଝର ଅଡିଟୋରିୟମରେ କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟରର କଳାକାର ମାନେ ନାଟକ କୈବର୍ତ୍ତ ରଘୁନାଥ ପରିବେଷଣ କରିଥିଲେ । ପ୍ରଥମେ ଅନୁଷ୍ଠାନର ସଭାପତି ହରିହର ସାହୁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନାଟକ ଓ ଅନୁଷ୍ଠାନ ବିଷୟରେ ସମ୍ପାଦକ ମଳୟ ମହାପାତ୍ର ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ନିର୍ଦ୍ଦେଶକ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ ବାରିକ, ଉପ ନିର୍ଦ୍ଦେଶକ ଜିଲ୍ଲା ସଂସ୍କୃତି ବିଭାଗ ରମେଶ ନାଏକ, ଆକାଶବାଣୀ କେନ୍ଦ୍ର କେନ୍ଦୁଝରର ଅଧିକାରୀ ସିପାଇ ମୁର୍ମୁ, ମହାରାଣୀ ସୁନନ୍ଦିନି ଭଞ୍ଜଦେଓ ପ୍ରମୁଖ ଯୋଗ ଦେଇଥିଲେ।

    ଏହି ନାଟକକୁ ତୁଷାର ସାମନ୍ତ ନିର୍ଦେଶନା ଦେଇଥିବା ବେଳେ ଶ୍ୟାମ ପଣ୍ଡା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ବିଭିନ୍ନ ଅଭିନୟରେ ରବୀନ୍ଦ୍ର କୁମାର ସେଠୀ, ଭାସ୍କର ମିଶ୍ର, ଅଶୋକ ମହାରଣା, ଲିପି ମିଶ୍ର, ଲୁଲୁ ବେଜ୍, ଗଜେନ୍ଦ୍ର ମିଶ୍ର, ମନୋଜ ବେହେରା, ସୁଶାନ୍ତ ଜେନା, ଦେବ ଦର୍ଶନ ଦାସ, ପବିଷ୍ଣା ମିଶ୍ର, ଆରାଧ୍ୟା ଅମୂଲ୍ୟ ସାହୁ, ସାଲେଗ୍ରମ୍ ପାତ୍ର ଆଦି କଳାକାର ଭାବେ ଅଭିନୟ କରିଥିବା ବେଳେ ଲୁଲୁ ମଙ୍ଗରାଜ, ଭୁଭେନ୍ଦୁ ପଟ୍ଟନାୟକ, ଚକ୍ରଧର ହୋତା, ରଞ୍ଜନ ଗୋଛୟତ, ଦିଲ୍ଲୀପ ମହାନ୍ତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।ରଘୁନାଥ ଭୂମିକାରେ ଅଭିନୟ କରୁଥିବା ଅଶୋକ ମହାରଣାଙ୍କ ଅଭିନୟରେ ଦର୍ଶକ ମାନେ ମୁଗ୍ଧ ହୋଇଥିଲେ ଆଜିର ଏହି ନାଟକ ଦେଖିବାକୁ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠାନ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ ହେବ ବୋଲି ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର କୁମାର ସେଠୀ ପ୍ରକାଶ କରିଛନ୍ତି।

  • ବିରଜା ହାଟ ସ୍ଥାନାନ୍ତରକୁ ନେଇ ବ୍ୟବସାୟୀଙ୍କ ପ୍ରତିବାଦ

    ବିରଜା ହାଟ ସ୍ଥାନାନ୍ତରକୁ ନେଇ ବ୍ୟବସାୟୀଙ୍କ ପ୍ରତିବାଦ

    ଯାଜପୁର ବିରଜା ହାଟ ସ୍ଥାନାନ୍ତରକୁ ନେଇ ଲାଗି ରହିଛି ବିବାଦ। ଏହି ହାଟକୁ ଆସନ୍ତା ୧୯ ତାରିଖ ଦିନ ସ୍ଥାନାନ୍ତର ପାଇଁ ପ୍ରଶାସନ ନିଷ୍ପତି ନେଇଛି । ତେଣୁ ଏହାର ପ୍ରତିବାଦ କରି ଆସନ୍ତା କାଲି ହାଟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ବ୍ୟବସାୟୀ ।

    ଯଦି ପ୍ରଶାସନ ବ୍ୟବସାୟୀଙ୍କ ଦାବୀକୁ ନମାନନ୍ତି ତେବେ ୧୯ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ହାଟ ବନ୍ଦ ରହିବ ବୋଲି ଲକ୍ଷ୍ମୀ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି ।

    ଏହି ହାଟକୁ ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ସହିତ ଆଲୋଚନା ନ କରି ପ୍ରଶାସନ ଏକପାଖିଆ ନିଷ୍ପତି ନେଇଥିବା ଅଭିଯୋଗ କରିଛନ୍ତି ବିରଜା ଅଗ୍ନେଶ୍ୱର ହାଟ ବ୍ୟବସାୟୀ ।

    ପ୍ରଶାସନ ତୁରନ୍ତ ଏହି ବ୍ୟବସାୟୀ ମାନଙ୍କୁ ଥଇଥାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

  • ଅଧା ବାଟରେ ହାତ ଛାଡି ଆରପାରିକୁ…

    ଅଧା ବାଟରେ ହାତ ଛାଡି ଆରପାରିକୁ…

    ଭାଗ୍ୟର ବିଡମ୍ବନା ନିଃସହାୟ କରିଦେଇଛି ସଶ୍ମିତା ଙ୍କୁ. ରୋଗ କବଳ ରେ କବଳିତ ହୋଇ ସ୍ୱାମି ଅଧା ବାଟରେ ହାତ ଛାଡି ଚାଲିଗଲେ. ଦୁଇ ଟି ଛୁଆ ଙ୍କୁ ନେଇ ଏବେ ସାହାଯ୍ୟ ଓ ସାହାରା ଖୋଜୁଛନ୍ତି ସଶ୍ମିତା. ଏଯାଏଁ ମିଳିନି ସରକାରୀ ସହାୟତା. ବେସାହାରା ଜୀବନ ରେ ସ୍ବେଛାସେବୀ ଙ୍କ ସାହାଯ୍ୟ ର ହାତ ସଶ୍ମିତା ଙ୍କୁ ନୂଆ ରାହା ଦେଇଛି.କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଭଗବାନ ପୁର ଗ୍ରାମ ର ସଶ୍ମିତା ବାରିକ ଙ୍କ ସ୍ୱାମୀ ଅରବିନ୍ଦ ବାରିକ ଦୁଇ ବର୍ଷ ତଳେ କର୍କଟ ରୋଗ ରେ ପୀଡିତ ହୋଇ ଆର ପାରି କୁ ଚାଲିଗଲେ. ସ୍ୱାମି ଙ୍କ ରୋଜଗାର ରେ ଘର ଚାଲୁଥିଲା କିନ୍ତୁ ସ୍ୱାମୀ ଙ୍କ ମୃତୁ ପରେ ବେସାହାରା ସଶ୍ମିତା ଙ୍କୁ ତାଙ୍କ ଦିଅର ମୁଣ୍ଡ ଗୁଞ୍ଜିବାକୁ ନିଜ ଘରେ ଆଶ୍ରା ଦେବା ସହ ଭରଣ ପୋଷଣ କରୁଛନ୍ତି.କିନ୍ତୁ ସଶ୍ମିତା ବାରିକ ଏବେ ମଧ୍ୟ ସରକାରୀ ସହାୟତା ରୁ ବଞ୍ଚିତ ଅଛନ୍ତି. ଆବାସ ଯୋଜନା ରେ ତାଙ୍କୁ ଘର ଖଣ୍ଡେ ମିଳିନାହିଁ. ଦୁଇ ନାବାଳକ ପୁଅ ଝିଅ ଙ୍କୁ ନେଇ ଅତି କଷ୍ଟ ରେ ଜୀବନ ଯାପନ କରିଛନ୍ତି. ପିଲାଙ୍କୁ ଭଲ ପାଠ ପଢାଇବାକୁ ଇଚ୍ଛା ଥିଲେ ବି ପାଖରେ ଆର୍ଥିକ ସମ୍ବଳ ନାହିଁ

    କହିବାକୁ ଗଲେ ଭାଇ ମଧ୍ୟ ଦିନେ ଭଗାରୀ ହୁଏ. ଦିଅର ଆଜି ପଶୁଛନ୍ତି ସତ କିଂନ୍ତୁ ଭବିଷ୍ୟତ ରେ ଯଦି ରଶ୍ମିତା ଙ୍କ ପରିବାର କୁ ଦିଅର ଆଶ୍ରା ନହୁଏ ତେବେ ତିନି ପ୍ରାଣୀ ସମ୍ପୂର୍ଣ ଅନାଥ ହୋଇଯିବେ. ନିଜ ର ସ୍ଥିତି ସୁଧାରିବାକୁ ସଶ୍ମିତା ଏବେ ପ୍ରଶାସନିକ ସହାୟତା ଅପେକ୍ଷା ରେ ଅଛନ୍ତି.

    ଓଡିଶା ଷ୍ଟେଟ ଲେବର କୋଅପରେଟିବ ସୋସାଇଟି ର ଅତିରିକ୍ତ ସମ୍ପାଦକ ସ୍ୱରୂପ ରାଉତ ଏହି ଅସହାୟ ମହିଳା ସଶ୍ମିତା ଙ୍କ ଅସୁବିଧା ଓ ଅଭାବ ବିଷୟ ରେ ଅବଗତ ହୋଇ ସେଠାରେ ପହଂଚି ଆବଶ୍ୟକୀୟ ସହାୟତା ଯୋଗାଇବା ସହ ପ୍ରତି ମାସ ରେ ରାସନ ସାମଗ୍ରୀ ମାଗଣା ରେ ଯୋଗାଇ ଚାଲିଛନ୍ତି.ସରକାର ମଧ୍ୟ ଏହି ଅଭାବି ପରିବାର କୁ ଯଥା ଶୀଘ୍ର ସହାୟତା ଯୋଗାଇ ଦିଅନ୍ତୁ ବୋଲି ସ୍ୱରୂପ ଅନୁରୋଧ କରିଛନ୍ତି

    ଦେଖିବାକୁ ବାକି ରହିଲା ଅସହାୟ ମହିଳା ଜଣଙ୍କୁ କେବେ ପ୍ରଶାସନ ଆବଶ୍ୟକ ସହାୟତା ଯୋଗାଇ ଦେଉଛି

  • ବ୍ରାଉନ ସୁଗାର ଜବତ ସହ ଦୁଇ ଜଣ ଗିରଫ

    ବ୍ରାଉନ ସୁଗାର ଜବତ ସହ ଦୁଇ ଜଣ ଗିରଫ

    ଦିନକୁ ଦିନ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ତତ୍ପର ପୋଲିସ ପ୍ରଶାସନ। ସେହିପରି ଏବେ ଆକ୍ସ ମୋଡରେ ବାଲେଶ୍ୱର ପୋଲିସ। ୮୨ ଗ୍ରାମର ବ୍ରାଉନ ସୁଗାର ଜବତ୍ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସୁଚନା ଅନୁୟାୟୀ ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ମସଜିଦ ଗଳିରୁ ଦୁଇ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ ।

    ତେବେ ଗତ କାଲି ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଦୁଇଟି ଟିମ୍ ମସଜିଦ ଗଳିରେ ଚଢ଼ାଉ କରି ୮୨ ଗ୍ରାମ ର ବ୍ରାଉନ ସୁଗାର୍ ସହିତ ୧୪,୮୦୦ ଟଙ୍କା ଜବତ୍ କରିଛନ୍ତି। ଏବଂ ଏଥିରେ ସଂପୃକ୍ତ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ପୋଲିସ ଗିରଫ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ବାଲେଶ୍ୱର ଏସ୍ ପି ସାଗରିକା ନାଥ ।

    ତେବେ ଗିରଫ ମହିଳା ଜଣଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ମାମଲା ରହିଥିବା ଜଣାପଡିଛି ସେପଟେ ଜବତ୍ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି ବାଲେଶ୍ୱର ଏସ୍ ପି ସାଗରିକା ନାଥ ।

  • ଧନୁଯାତ୍ରାର ତୃତୀୟ ରଜନୀରେ କୃଷ୍ଣ ଜନ୍ମ, ଗୋପପୁରରେ ନନ୍ଦୋତ୍ସବ ପାଳିତ

    ଧନୁଯାତ୍ରାର ତୃତୀୟ ରଜନୀରେ କୃଷ୍ଣ ଜନ୍ମ, ଗୋପପୁରରେ ନନ୍ଦୋତ୍ସବ ପାଳିତ

    ପାରମ୍ପରିକ ଲୋକନାଚ, ଗୀତ ଓ ବାଦ୍ୟରେ ଦୁଲୁକୁଛି ରଙ୍ଗମହଲ, ରାଜ ଦରବାର । ଧନୁଯାତ୍ରା ତୃତୀୟ ରଜନୀରେ ମହାରାଜା କଂସ ଦିଗବିଜୟ ପରେ ମା’ ଶ୍ୟାମାକାଳୀଙ୍କ ଦର୍ଶନ ସାରି ବାହାରିଥିଲେ ମଥୁରା ପରିଭ୍ରମଣରେ । ଭଉଣୀ ଦେବକୀ ଗର୍ଭରୁ ଅଷ୍ଟମ ସନ୍ତାନ ଜନ୍ମର ସୂଚନା ବିଳମ୍ବରେ ଦେବାରୁ ମହାରାଜା କଂସ ଦାସୀ ମୁଦୁସୁଲିଙ୍କୁ କରିଥିଲେ ହତ୍ୟା । ଏହାପରେ ଦେବକୀର ଅଷ୍ଟମ ସନ୍ତାନକୁ ହତ୍ୟା କରିବା ପାଇଁ କାରାଗୃହରେ ପହଞ୍ଚି ବିଜୁଳି କନ୍ୟାକୁ ଶିଳାରେ ପ୍ରହାର କରିଥିଲେ। ଏହି ସମୟରେ ହୋଇଥିଲା ଦୈବବାଣୀ । ଦୈବବାଣୀ ଶୁଣି ମହରାଜା ଭୟଭୀତ ହୋଇ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ରାକ୍ଷସୀ ପୁତନା ବକା, ଶକଟା, ତୃଣା, ଧେନୁ, ଷଣ୍ଢାଷୁର ଆଦି ଷଡ଼ମଲ୍ଲ ବୀରଙ୍କୁ ଗୋପପୁର ପ୍ରେରଣ କରିବାକୁ ଡକାଇଥିଲେ। ।

    ସେପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ଚାଲିଛି। ପ୍ରେମରେ ବିଭୋର ହୋଇଛନ୍ତି ଗୋପୀ, ଗୋପାଙ୍ଗନା । ଦ୍ବାପରର ଚରିତ୍ର ମହି ମଣ୍ଡଳରେ ଉପସ୍ଥାପନ କରୁଥିବା କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅହେତୁକ ଆନନ୍ଦ। ଅନ୍ୟପଟେ ଏହି ଉତ୍ସାବରେ ଏସପି ବରଗଡ ମଧ୍ୟ ଉପସ୍ଥିତ ରହିଥିଲେ। ସେପଟେ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ ରଜନୀରେ ମଥୁରାନଗରୀରେ କଂସଙ୍କ ମନ୍ତ୍ରଣା କ୍ରମେ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ଗୋପପୁର ପ୍ରେରଣ, କଂସଙ୍କ ଦ୍ବାରା ମୁକ୍ତେଶ୍ବର ବାବାଙ୍କ ରୁଦ୍ରାଭିଷେକ, ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ପ୍ରେରିତ ପୁତନା, ଷଡ଼ମଲ୍ଲଙ୍କୁ ବଧ, ନନ୍ଦୋତ୍ସବ ନାଟ୍ୟ୍ୟାଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

  • ପାରାଦ୍ୱୀପରେ ଉଦଘାଟିତ ହେଲା ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା

    ପାରାଦ୍ୱୀପରେ ଉଦଘାଟିତ ହେଲା ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା

    ()ପାରାଦ୍ୱୀପରେ ଉଦଘାଟିତ ହୋଇଯାଇଛି ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା । ମଧୁବନ ବ୍ୟାଙ୍କ ଷ୍ଟ୍ରିଟରେ ଥିବା ଟ୍ରେଡ଼ସେଣ୍ଟର ରେ ଏଚଡିଏଫସି ପାରାଦ୍ୱୀପ ପୋର୍ଟ ଶାଖାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ । ଦୀର୍ଘଦିନ ଧରି ଗ୍ରାହକ ମାନଙ୍କ ତରଫରୁ ପାରାଦ୍ୱୀପ ଟାଉନସିପରେ ଏଚଡ଼ିଏଫସି ବ୍ୟାଙ୍କ ଖୋଲାଯିବାକୁ କରାଯାଉଥିବା ଦାବି ହୋଇଆସୁଥିବା ବେଳେ ଆଜି ତାହା ସାକାର ହୋଇଛି ।

    ଟ୍ରେଡ଼ ସେଣ୍ଟରରେ ନୂତନ କରି ଏଚଡିଏଫସି ପୋର୍ଟ ଶାଖା ଖୋଲାଯିବା ସହିତ ଗ୍ରାହକ ମାନେ ଏଠାରେ ନିଜର ନୂତନ ଖାତା ଖୋଲିବା ସହିତ ସମସ୍ତ ପ୍ରକାର ନେଣଦେଣ କରିପାରିବେ । ଏବଂ ତା ସହିତ ସମସ୍ତ ପ୍ରକାର ଋଣ ସୁବିଧା ଉପଲବ୍ଧ ରହିଥିବା ନେଇ କହିଛନ୍ତି ଏଚଡିଏଫସି ବ୍ୟାଙ୍କର କ୍ଳଷ୍ଟର ହେଡ଼ ସଂଗ୍ରାମ ଦାସ ।

  • ମାଗେ ପର୍ବ ପାଇଁ ଦୁଲୁକୁଛି ମହେଶ୍ୱରପୁର

    ମାଗେ ପର୍ବ ପାଇଁ ଦୁଲୁକୁଛି ମହେଶ୍ୱରପୁର

    କେନ୍ଦୁଝର ଚମ୍ପୁଆ ନିକଟସ୍ଥ ମହେଶ୍ୱର ପୁର ଗ୍ରାମରେ ଆଦିବାସୀ ହୋ ସଂପ୍ରଦାୟର ପାରମ୍ପରିକ ମାଗେ ପର୍ବ ପାଳିତ ହୋଇ ଯାଇଛି। ଗ୍ରାମର ଆଦିବାସୀ ସଂଗ୍ରାମ ସମିତି ଦ୍ୱାରା ପ୍ରତ୍ୟେକ ବର୍ଷ ମାଘ ମାସର ଆଗମନରେ ଏହି ପର୍ବ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମହା ଧୁମଧାମରେ ପାଳିତ ହୋଇ ଯାଇଛି । ଆଦିବାସୀ ପୁରୁଷ, ମହିଳା ମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇ ଥିବାବେଳେ ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସୁଅ ଛୁଟି ଥିବା ଦେଖିବାକୁ ମିଳି ଥିଲା ।

    ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗି ଥିବାରୁ ଲୋକେ କିଣା ବିକା କରି ପର୍ବ ର ମଜା ନେଇଥିଲେ। ତେବେ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ଗ୍ରାମର ସୁବିଧା ଅନୁଯାୟୀ ମାଘ ମାସର ସଂକ୍ରାନ୍ତି ପରଠାରୁ ଯେକୌଣସି ଦିନ ଏହି ପର୍ବ ପାଳନ କରି ଆସୁ ଥିବାବେଳେ ମହେଶ୍ୱରପୁର ଗ୍ରାମରେ ପ୍ରତି ବର୍ଷ ମାଘ ମାସ ଆରମ୍ଭରେ ହିଁ ତିନି ଦିନ ଧରି ଏହି ମାଗେ ପର୍ବ ପାଳିତ ହୋଇଥାଏ। ନିଆରା ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବରେ ଭୂମି ପୂଜା, ଏବଂ କୂଳ ପୂଜାକୁ ଗୁରୁତ୍ୱ ଦିଆ ଯାଇଥାଏ l

  • ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ‘ନୁଆ-ଓ’ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭାସ୍କର ମିଶ୍ର, ଡ ରମେଶ ଚନ୍ଦ୍ର ରାଉଳ ଏବଂ ସରୋଜ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । +2, +3 ଛାତ୍ରଛାତ୍ରୀ ମାନେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କରିଥିଲେ । ବର୍ତ୍ତମାନ ସମୟରେ, ପାରମ୍ପାରିକ ଓଡ଼ିଆ ଖାଦ୍ୟ ବିଲୁପ୍ତ ହେଉଥିବା ବେଳେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧି ପାଉଛି ବୋଲି ବକ୍ତାମାନେ କହିଥିଲେ । ବିଲୁପ୍ତ ହେଉଥିବା ଖାଦ୍ୟକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ନୂତନ ପ୍ରୟାସ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ ବବିତା ପାତ୍ର, ଜଗନ୍ନାଥ ମହାପାତ୍ର, ଅକ୍ଷୟ ପ୍ରଧାନ, ଡ ଗୋକୁଳାନନ୍ଦ ପାତ୍ର, ଡ ସଂଗୀତା ମିଶ୍ର, ଅନିଲ ପାତ୍ର, ସୋନାଲି ବାରିକ, ରାଧାମାଧବ ମହାପାତ୍ର, ଡ ସୁଦର୍ଶନ ରହିତ ଏବଂ ଭାରତୀ ବାଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

    https://www.babyboxofficecollections.com/8-punti-dopo-i-quali-crederai-di-nuovo-nell-amore/
  • ୫୦୦ଟି ଗ୍ୟାସ ସିଲିଣ୍ଡର ସହ ୯ ଲୁଟେରା ଗିରଫ

    ୫୦୦ଟି ଗ୍ୟାସ ସିଲିଣ୍ଡର ସହ ୯ ଲୁଟେରା ଗିରଫ

    ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା ।ବିଭିନ୍ନ ଗ୍ୟାସ ଗୋଦାମରେ ସିକ୍ୟୁରୀଟି ଗାର୍ଡ ଙ୍କୁ ଭୟଭିତ କରି ଲୁଟ କରୁଥିବା ୬ ଜଣ ଆନ୍ତରାଜ୍ୟ ଅପରାଧିଙ୍କ ସମେତ 3 ଜଣ ଗ୍ରାହକଙ୍କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ଼ ପୋଲିସ । ଅଭିଯୁକ୍ତ ମାନେ ହେଲେ ଡାନିଏଲ କେର୍କେଟା, ଆଶିଷ ସିଂ, ଦେବାଶିଷ ସେନାପତି, ଡିଲେଶ୍ଵର ପରିଡା ,ସଂଜୟ ପ୍ରଧାନ ,ତାପସ କୁମାର ଗଡ଼ତିଆ ଓ କ୍ରେତା ହଲେ ସମ୍ବଲପୁର ର ବିବେକା ନନ୍ଦ ସାହୁ,ଫିରୋଜ ଖାଁ ଏବଂ ନରେଶ କୁମାର ସାହୁ ।

    ସେମାନଙ୍କ ଠାରୁ ୫୦୦ ଟି ବିଭିନ୍ନ କମ୍ପାନୀର ଗ୍ୟାସ ଭର୍ତି ସିଲିଣ୍ଡର ସହ ୪ ଟି ଲୁହା ଛଡ଼ ,ଗୋଟିଏ କଟର,ଗୋଟିଏ ଟିଭିଏସ ମୋଟର ସାଇକେଲ ,ଗୋଟିଏ ଭୁଜାଲି, ଆଠଟି ମୋବାଇଲ ଓ ଗୋଟିଏ ଚାରି ଚକିଆ ଗାଡି ଜବତ କରାଯାଇଥିବାନେଇ ଏକ ସାମ୍ବାଦିକ ସମ୍ମିଳନିରେ ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ।

    ସୁଚନା ଅନୁଯୟାୀ ଗତ ୪ ତାରିଖ ଦିନ ଅତାବିରା ଥାନ୍ତା ଅଞ୍ଚଳର ସିଦାର୍ଥ ପଣ୍ଡା ନାମକ ଜଣେ ଗ୍ୟାସ ବ୍ୟବସାୟୀଙ୍କ ଇଣ୍ଡିଆନ ଗ୍ୟାସ ଏଜେନ୍ସି ରହିଥିବା ଗୋଦାମରୁ ସିକ୍ୟୁରୀଟି ଗାର୍ଡକୁ ଭୟଭୀତ କରି ୧୫୮ ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ନେଇ ଯାଇଥିବା ଅଭିଯୋଗ କରିଥିଲେ ଯାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା ଗତକାଲି ପଡୋଶୀ ଛତିଶଗଡ଼ ରାଜ୍ୟରେ ସମାନ ଭାବେ ଡକାୟତି କରି ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନାଁ ରେ ବିଭିନ୍ନ ଥାନାରେ ୯ ଗୋଟି ମାମଲା ଥିବା ବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ।

  • ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ଉଦ୍ୟମ

    ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ଉଦ୍ୟମ

    ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ନିର୍ଭୁଲ ମତଦାନ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ ହୋଇଛି । ଏହି କେନ୍ଦ୍ରରେ ଇଭିଏମ ଏବଂ ଭିଭିପାଟ ପ୍ରଦର୍ଶନ ସହ ପୋଲିଂ ବୁଥରେ ଭୋଟ ଦେବାକୁ ନେଇ ଜନସାଧାରଣଙ୍କୁ ସଚେତନତା କରାଯିବ ।

    ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଦଣ୍ଡସେନା ଏହି କେନ୍ଦ୍ର ଉଦଘାଟନ କରିବା ସହ ୪ ଟି ଇଭିଏମ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ମୋବାଇଲ ଭ୍ୟାନ ଗୁଡିକ ୧୪ ଟି ବ୍ଲକ ଏବଂ ସମସ୍ତ ପୌରାଞ୍ଚଳ ବୁଲିବ । ଏହି ଭ୍ୟାନ ଗୁଡିକ ଜିଲ୍ଲାର ସମସ୍ତ ଭୋଟ ଦାନ କେନ୍ଦ୍ର ଗୁଡିକ ବୁଲିବ ଏବଂ ସମ୍ପୃକ୍ତ ଅଧିକାରୀ ମାନେ ଭୋଟର ମାନଙ୍କୁ ସଚେତନ କରାଇବ । ମକ ପୋଲିଂ ପରେ ଭୋଟର ମାନେ କାହାକୁ ଭୋଟ ଦେଲେ ଦେଖିପାରିବେ ।

    ଏହା ଦ୍ୱାରା ଜଣେ ନିର୍ଭୁଲ ଭାବେ ଭୋଟ ଦେଇପାରିବ । ତେବେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହି ମକ କାର୍ଯ୍ୟକ୍ରମ ଚାଲିବ | ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକ , ଆସିଷ୍ଟାଣ୍ଟ କଲେକ୍ଟର ଫାଲ୍ଗୁନୀ ଶବର , ବଲାଙ୍ଗୀର ବିଡିଓ ଶରତ କୁମାର ସେଠୀ , ପୂଇନ୍ତଳା ବିଡିଓ ଅମରେନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।