Blog

  • କେନ୍ଦୁଝର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଆସନ୍ତା ୧୮ ତାରିଖରେ ଜିଲ୍ଲା ବନ୍ଦ ଡାକରା

    କେନ୍ଦୁଝର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଆସନ୍ତା ୧୮ ତାରିଖରେ ଜିଲ୍ଲା ବନ୍ଦ ଡାକରା

    OMC ସୁକାକାଠି ରୁ ଗୁହାଳ ଡ଼ିହି କୁ ରେଳ ସଂଯୋଗୀକରଣ ପ୍ରସ୍ତାବକୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘର ବିରୋଧ। ରେଳ ଯୋଗେ ଲୁହାପଥର ପରିବହନ ହେଲେ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିବ। ଟ୍ରକ ପରିବହନରେ ନିୟୋଜିତ ଲୋକମାନେ ରୋଜଗାର ହରାଇବେ ଅଭିଯୋଗ କରି ଜିଲ୍ଲା ଟ୍ରକ ମାଲିକ ସଂଘ ରେଳପଥ ସଂଯୋଗୀକରଣକୁ ବିରୋଧ କରୁଛନ୍ତି।

    ନିଜର ଦାବି ଉପସ୍ଥାପନ କରିବାକୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଘଷିପୁରା ସ୍ଥିତ ଝାଡେଶ୍ୱର ମନ୍ଦିର ନିକଟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଟ୍ରକ ମାଲିକ ସଙ୍ଘର ସଭାପତି ରମାକାନ୍ତ ନାୟକ ,ସମ୍ପାଦକ ସୂର୍ଯ୍ୟ ନାରାୟଣ କରଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ନେଇଥିବା ରେଳପଥ ସଂଯୋଗୀକରଣରୁ ଓହରିବାକୁ ଦାବି କରିଥିଲେ ଟ୍ରକ ମାଲିକ ସଂଘ ନେତୃତ୍ବ

    ଏଥିରେ ଆନନ୍ଦପୁର ଉପଖଣ୍ଡର ଟ୍ରକ ମାଲିକ ସଙ୍ଘର ସଦସ୍ୟମାନେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ କରି ସେମାନଙ୍କ ଦାବି ଉପସ୍ଥାପନର ମାଧ୍ୟମକୁ ସଫଳ କରିବା ଉପରେ ଆଲୋଚନା କରାଯାଇଥିଲା ।

  • ପିଟି ପିଟି ମାରିଦେଲା ପୁଅକୁ

    ପିଟି ପିଟି ମାରିଦେଲା ପୁଅକୁ

    ବରଗଡ ଜିଲ୍ଲା ବରପାଲି ଥାନା ଅଧୀନ କୁଶନପୁରୀ ହରିଜନ ବସ୍ତିରେ ଅଭାବନୀୟ ଘଟଣା। ପୁଅକୁ କାଠ ଫାଳିଆରେ ପିଟି ପିଟି ବାପା ମାରିଦେଇଥିବା ଅଭିଯୋଗ । ସୂଚନା ମୁତାବକ, ଗୁରୁବାର ରାତିରେ ରାଜେନ୍ଦ୍ର ନାଗଙ୍କ ୩୮ ବର୍ଷୀୟ ମଝିଆଁ ପୁଅ ଯୋଗେଶ୍ଵର ନାଗ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିବା ପରେ ତାଙ୍କୁ ବାହା କରାଯାଉନଥିବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ରାଜେନ୍ଦ୍ର, ତାଙ୍କ ବଡପୁଅ ଜଗଦୀଶ ନାଗ, ସାନପୁଅ ବୃନ୍ଦାବନ ନାଗ ଓ ମା ସୀତା ନାଗଙ୍କ ମଧ୍ୟରେ ବଚସା ହୋଇଥିଲା।

    ପରେ ମାଆ ସୀତା ଓ ସାନପୁଅ ବୃନ୍ଦାବନ ଶୋଇବାକୁ ଚାଲିଯାଇଥିଲେ ଅନ୍ୟଏକ କୋଠରୀକୁ। ହେଲେ ପୁଅର ବ୍ୟବହାରରେ ଉତ୍କ୍ଷିପ୍ତ ହୋଇଯାଇଥିଲେ ରାଜେନ୍ଦ୍ର। ତାଙ୍କୁ ନିଦ ହୋଇନଥିଲା। ସେ ଯୋଗେଶ୍ବର ଶୋଇଥିବା ଘରେ ପହଞ୍ଚି ଏକ କାଠଫାଳିଆରେ ଯୋଗେଶ୍ବରକୁ ପିଟିଚାଲିଥିଲେ। ଏଥିରେ ବଡ ପୁଅ ଜଗଦୀଶ ମଧ୍ୟ ସାମିଲ ହୋଇଥିଲା।

    ଉଭୟ ଯୋଗେଶ୍ବରଙ୍କୁ ନିଶାସକ୍ତ ଅବସ୍ଥାରେ ପିଟି ପିଟି ମାରିଦେଇଥିଲେ। ଏହା ପରେ ବାପା, ପୁଅ ମିଶି ଯୋଗେଶ୍ୱରଙ୍କ ମୃତଦେହକୁ ଘର ବାହାରେ ପକାଇଦେଇଥିଲେ ଓ ପ୍ରମାଣ ନଷ୍ଟ କରିବାକୁ ଘରେ ପଡିଥିବା ରକ୍ତ ଛିଟା ପୋଛାପୋଛି କରିଦେଇଥିଲେ। ସକାଳୁ ମା ଓ ସାନଭାଇ ଉଠି ଦେଖିଲା ବେଳକୁ ଯୋଗେଶ୍ଵରଙ୍କ ମୃତଦେହ ଘର ବାହାରେ ପଡିଥିଲା।

    ଘଟଣା ପ୍ରଘଟ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ବାପା ଓ ଦୁଇ ପୁଅଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏଠାରେ କହି ରଖୁଛୁ କି ରାଜେନ୍ଦ୍ର ଗ୍ରାମରଖୀ ଭାବେ କାମ କରୁଛନ୍ତି।

  • ସୌନ୍ଦର୍ଯ୍ୟକରଣରେ ହେଉଛି ବ୍ୟାପକ ଚଞ୍ଚକତା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

    ସୌନ୍ଦର୍ଯ୍ୟକରଣରେ ହେଉଛି ବ୍ୟାପକ ଚଞ୍ଚକତା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

    ରାଜ୍ୟ ସରକାର ରାଜ୍ୟବ୍ୟାପୀ ସୌନ୍ଦର୍ଯ୍ୟକରଣ କାମ ହାତକୁ ନେଇଛନ୍ତି। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଏହି ସୌନ୍ଦର୍ଯ୍ୟକରଣରେ ହେଉଛି ବ୍ୟାପକ ଚଞ୍ଚକତା। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଚାନ୍ଦବାଲିରେ ହୋଇଥିବା ହରିଲୁଟ ଗୋଟିଏ। ଚାନ୍ଦବାଲିରେ ହୋଇଥିବା ଏକ ସୌନ୍ଦର୍ଯ୍ୟକରଣରେ ୪ କୋଟିର ଘୋଟାଲା ହୋଇଥିବା ନେଇ ହୋଇଛି ଅଭିଯୋଗ। ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

    ଚାନ୍ଦବାଲି ଏନଏସିର ୭ ନଂ ୱାର୍ଡର କାଉନସିଲର ଚନ୍ଦନ ରାଉତ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଚାନ୍ଦବାଲି ବଡବଜାରରୁ ବିଏସଏନଏଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବୈତରଣୀ ନଦୀ ପାର୍ଶ୍ଵରେ ସୌନ୍ଦର୍ଯ୍ୟକରଣ କାର୍ଯ୍ଯ ହୋଇଥିଲା। ଏହି କାର୍ଯ୍ୟରେ ନିୟମ ଅନୁଯାୟୀ କଂକ୍ରିଟ ପିଲର କରାଯାଉଛି। ହେଲେ ଏହି କାର୍ଯରେ ସଠିକ ଭାବେ ପାଇଲିଙ୍ଗ କରାଯାଉ ନାହିଁ। ଏଥିସହ ପିଲର ଯେଉଁ ଗଭୀରତାରେ କରାଯିବା କଥା ତାହା କରାଯାଇନାହିଁ।

    ନିୟମକୁ ବାଏଁ ବାଏଁ ଉଡାଇ ଏଥିରେ ପ୍ରାୟ ୪ କୋଟିର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି କାଉନସିଲର ।ସମ୍ପୃକ୍ତ ଠିକାଦାର ଏଭଳି ମନମାନୀ କାର୍ଯ୍ୟ କରୁଛନ୍ତି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ନେଇ ବିଭାଗୀୟ ଅଧିକାରୀ ତଦନ୍ତ ପାଇଁ ଆସିଥିଲେ ମଧ୍ୟ ଅଭିଯୋଗକାରୀଙ୍କୁ କୈାଣସି ଖବର ଜଣା ଯାଇନଥିଲା ବୋଲି ଶ୍ରୀ ରାଉତ କହିଛନ୍ତି ।

    ଚାନ୍ଦବାଲି ଏନଏସିର ୭ ନଂ ୱାର୍ଡର କାଉନସିଲର ଚନ୍ଦନ ରାଉତ ଜିଲ୍ଲାପାଳଙ୍କୁ ଏନେଇ ଏକ ଲିଖିତ ଅଭିଯୋଗ କରିବା ପରେ ସେ ଉଚ୍ଚସ୍ତରୀୟ ତଦନ୍ତ କରାଇ ସତ୍ୟାସତ୍ୟ ପରଖିବାକୁ ଦେଇଛନ୍ତି ନିର୍ଭର ପ୍ରତିଶ୍ରୁତି। ଏବେ ଦେଖିବାକୁ ରହିଲା, କେବେ ଏହାର ତଦନ୍ତ ହେବ, ଜିଲ୍ଲାପାଳ ଏହା ଉପରେ କି ପଦକ୍ଷେପ ନେବେ

  • ୭ ବିଭାଗର ୧୪ପ୍ରସ୍ତାବରେ କ୍ୟାବିନେଟ ମୋହର

    ୭ ବିଭାଗର ୧୪ପ୍ରସ୍ତାବରେ କ୍ୟାବିନେଟ ମୋହର

    ନବୀନ ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳର ୭୭ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ରାଜ୍ୟ କ୍ୟାବିନେଟ୍ ବୈଠକରେ। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବ ସହ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟର ମୋହର ବାଜିଛି।

    ସେହିପରି ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ତିଆରି ହେବ ନୂତନ ସେତୁ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା ଓ ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବାକୁ ସମୟ ଧାର୍ଯ୍ୟ। ସେତୁ ଦ୍ଵାରା ସହଜ ହେବ କଟକରୁ ପାରାଦୀପ ଓ କଟକରୁ ଚାନ୍ଦବାଲିକୁ ଯାତାୟାତ। ସେହିପରି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।

    ଅପରପକ୍ଷରେ ତାଳଚେର ଫର୍ଟିଲାଇଜର ଲିମିଟେଡକୁ ରାଜ୍ୟ ସରକାରଙ୍କ ତରଫରୁ ୮୫୬ ଏକର ଜାଗା କରାଯିବ ପଞ୍ଜିକରଣ । ଷ୍ଟାମ୍ପ ଭେଣ୍ଡର ମାନଙ୍କ କମିସନ ମଧ୍ୟ କରାଯାଇଛି ବୃଦ୍ଧି। ସର୍ବଶେଷରେ କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ରାଜ୍ୟ ସରକାରଙ୍କ ତରଫରୁ ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବ ଓ ଏଥିପାଇଁ ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ ଆଜି ରାଜ୍ୟର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

    ଏହା ସହ ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ।

  • ନିର୍ବାଚନ ସମୟରେ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଆକ୍ରମଣ ହେବା ଉଚିତ୍ ନୁହେଁ: ମୁଖ୍ୟ ନିର୍ବାଚନ କମିଶନର

    ନିର୍ବାଚନ ସମୟରେ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଆକ୍ରମଣ ହେବା ଉଚିତ୍ ନୁହେଁ: ମୁଖ୍ୟ ନିର୍ବାଚନ କମିଶନର

    ଲୋକସଭା ନିର୍ବାଚନ ସହିତ ଓଡିଶା, ସିକ୍କିମ୍, ଅରୁଣାଚଳ ଏବଂ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ହେବ।

    ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି।ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ନିର୍ବାଚନ କମିଶନର ମଧ୍ୟ ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତାରିଖ ସ୍ଥିର କରିବାକୁ ଆୟୋଗ ପାଣିପାଗ, ପରୀକ୍ଷା ଏବଂ ପର୍ବପର୍ବାଣୀକୁ ମଧ୍ୟ ବିଚାରକୁ ନେଇଛନ୍ତି । ସୂଚନାନୁସାରେ, ୨୦୨୪ ଲୋକସଭା ନିର୍ବାଚନ ୭ ରୁ ୮ ପର୍ଯ୍ୟାୟରେ ହୋଇପାରେ ।

    ୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଲୋକସଭା ନିର୍ବାଚନ ସହିତ ସିକ୍କିମ, ଓଡିଶା, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ପର୍ଯ୍ୟାୟ ସହିତ ଏକକାଳୀନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

    ଭୁଲ ତଥ୍ୟକୁ ରୋକିବା ପାଇଁ ଆମେ ବ୍ୟାପକ ବ୍ୟବସ୍ଥା କରିଅଛୁ | ରାଜନୈତିକ ଦଳମାନଙ୍କୁ ଅନେକ ଉପଦେଶ ଦିଆଯାଇଛି। ସମସ୍ତ ଷ୍ଟାର ପ୍ରଚାରକମାନେ ଇସିର ନିର୍ଦ୍ଦେଶାବଳୀ ଜାଣିବା ଉଚିତ୍। ଏହି ଦାୟିତ୍ ରାଜନୈତିକ ଦଳମାନଙ୍କୁ ଦିଆଯାଇଛି। ଯଦି ଭୋଟ୍ ସମୟରେ ଯେ କୌଣସି ସ୍ଥାନରେ ହିଂସା ଘଟେ,ତେବେ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ ଏବଂ ଏହାକୁ ବନ୍ଦ କରିବୁ |

    ନେତାମାନଙ୍କୁ ନିର୍ବାଚନ ଆୟୋଗର ଚେତାବନୀ

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ସୋସିଆଲ ମିଡିଆ ପୋଷ୍ଟ ହଟାଇବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇପାରେ। ପ୍ରତ୍ୟେକ ରାଜ୍ୟରେ ନୋଡାଲ ଅଧିକାରୀ କରାଯିବ। ଯଦି କେହି ସମାଲୋଚନାର ସୀମା ଅତିକ୍ରମ କରନ୍ତି କିମ୍ବା ଭୁଲ ଖବର ପ୍ରଚାର କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ |

    ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା

    ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହେବ | ଆମେ ଜଣେ ବ୍ୟକ୍ତିଙ୍କ ଭୋଟ୍ ପାଇଁ ମଧ୍ୟ ତାଙ୍କ ଘରକୁ ଯିବୁ | ନିର୍ବାଚନ ସମୟରେ ସ୍ୱଚ୍ଛତା ଏବଂ ପରିବେଶ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ପ୍ରତ୍ୟେକ ଜିଲ୍ଲାରେ ୨୪ ଘଣ୍ଟା ର କଣ୍ଟ୍ରୋଲ ରୁମ ରହିବ ଯାହାକି ଜଣେ ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ |

    ପ୍ରତ୍ୟେକ ବୁଥରେ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ମତଦାନ କେନ୍ଦ୍ରରେ ସାଧାରଣ ସୁବିଧା ଉପଲବ୍ଧ ହେବ। ପ୍ରତ୍ୟେକ ବୁଥରେ ପାନୀୟ ଜଳ ଏବଂ ରେମ୍ପ ସୁବିଧା ରହିବ | ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ରହିବ | ଭୋଟର ତାଲିକାରେ ୮୫ ବର୍ଷରୁ ଅଧିକ ୮୨ ଲକ୍ଷ ଭୋଟର ଅଛନ୍ତି |

  • Mr Bet Spielbank 400 match bonus casino Erfahrungen Ferner Bewertung

    Parece hat zwingend erwähnt werden, sic unser Mr. Bet Casino via 100 Prozentrang unter einsatz von unserem modernen Spezielle Casino angehört. Eben beachtenswert ich habe gehört, diese werden unser aktuellen Turniere, nachfolgende große Preise ausschreiben. Irgendetwas Rückstand gibt es as part of dies zielgruppenorientierten Wandel welches Bonusbedingungen. Gleiches gilt, so lange das die nächsten drei Bonusbeträge des Pakets pushen wollt. (more…)

  • ଚୋରା କାଠ ବୋଝେଇ ଗାଡି ଜବତ

    ଚୋରା କାଠ ବୋଝେଇ ଗାଡି ଜବତ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନ ବିଭାଗ ଆଜି ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ପଟା ବୋଝେଇ ଟାଟା ମେଜିକ୍ ଗାଡ଼ି ଜବତ କରିଛି। ଝାଡ଼ଖଣ୍ଡର ରାମତୀର୍ଥ ଅଞ୍ଚଳରୁ କାଠ ପଟା ନେଇ ଚମ୍ପୁଆ ଅଞ୍ଚଳକୁ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରୀୟାଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ସଦଳବଳେ ଚମ୍ପୁଆ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚଢାଉ କରିଥିଲେ । ଚଢାଉ ବେଳେ ଜବତ ହୋଇଥିବା ଟାଟା ଏସି ଗାଡ଼ିରୁ ୫୧ ଖଣ୍ଡ କାଠ ପଟା ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ କୌଣସି ପ୍ରକାରେ ସୁଯୋଗ ଦେଖି ଗାଡ଼ି ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବନ ବିଭାଗ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଗାଡ଼ିରୁ ଜବତ ପଟା ଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

  • ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି: ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

    ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି: ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

    ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି । ୮୧ ବର୍ଷୀୟ ବିଗ୍ ବି ଶୁକ୍ରବାର ସକାଳ ୬ ଟାରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗଣମାଧ୍ୟମ ଦୈନିକ ଭାସ୍କର ଦ୍ୱାରା ଏହି ସୂଚନା ମିଳିଛି ।

    ଠଗ୍ସ ଅଫ୍ ହିନ୍ଦୋସ୍ତାନର ସେଟରେ ଆହତ ହୋଇଥିଲେ ଅମିତାଭ
    ୨୦୧୮ ଚଳଚ୍ଚିତ୍ର ଠଗ୍ସ ଅଫ୍ ହିନ୍ଦୁସ୍ତାନରେ ଏକ ଆକ୍ସନ୍ ଦୃଶ୍ୟ ପ୍ରଦର୍ଶନ କରୁଥିବାବେଳେ ସେ କାନ୍ଧରେ ଆଘାତ ପାଇଥିଲେ | ଯଦିଓ ଏହି ଆଘାତ ଗୁରୁତର ନଥିଲା | ଡ଼ମୀ ବ୍ୟବହାର କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା କିନ୍ତୁ ସେ ନିଜେ ଏହି ଦୃଶ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

    କେବିସି ୧୪ ର ସୁଟିଂ ସମୟରେ ଗୋଡର ଶିରା କଟି ଯାଇଥିଲା |
    ୨୦୨୨ ମସିହାରେ କୌନ ବନେଗା କୋରଡ଼ପତି ୧୪ ର ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କ ଗୋଡରେ ଥିବା ଶିରା ଏକ ମେଟାଲ ଖଣ୍ଡ ଦ୍ୱାରା କଟି ଯାଇଥିଲା | ସେଟରେ ତାଙ୍କ ମାଂସପେଶୀରୁ ବହୁତ ରକ୍ତସ୍ରାବ ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

    ଦୁଇଦୁଇ ଥର କୋଭିଡ୍ ପଜିଟିଭ୍ ର ଶିକାର ହୋଇଥିଲେ |
    ଅମିତାଭ ୨୦୨୦ ରେ ଟୁଇଟ୍ କରି ସୂଚନା ଦେଇଥିଲେ ଯେ ସେ କୋଭିଡ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପୁଅ ଅଭିଷେକ ମଧ୍ୟ ପଜିଟିଭ ଥିଲେ। ଚିକିତ୍ସା ପାଇଁ ବିଗ୍ ବି ଦୁଇମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ, ୨୦୨୨ରେ ଅମିତାଭ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଥିଲେ।

    ୨୦୨୨ ଦୀପାବଳି ପୂର୍ବରୁ ମଧ୍ୟ ଅମିତାଭ ଆହତ ହୋଇଥିଲେ
    ଦୀପାବଳି ପୂର୍ବରୁ ଅମିତାଭଙ୍କ ଗୋଡର ଶିରା କଟିବା ବିଷୟରେ ସୂଚନା ଦେଇଥିଲେ। ସେ ନିଜେ ଏକ ବ୍ଲଗ୍ ମାଧ୍ୟମରେ କହିଥିଲେ ଯେ ତାଙ୍କ ଗୋଡରେ ଥିବା ଶିରା କଟିବା ସମୟରେ ବହୁତ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଡାକ୍ତରଖାନା ପରିଦର୍ଶନ କରିବାକୁ ପଡି ଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କ ଗୋଡ ସିଲେଇ କରିଥିଲେ। ଅମିତାଭ ବଚ୍ଚନ ତାଙ୍କ ବ୍ୟକ୍ତିଗତ ବ୍ଲଗ୍ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ।

    ଅବହେଳା ହେତୁ ବିଗ୍ ବି ହେପାଟାଇଟିସ୍ ବି ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ସଂକ୍ରମିତ ହୋଇଥିଲେ ।
    ୨୦୦୦ ରେ ଅମିତାଭ ବଚ୍ଚନ ଜାଣିବାକୁ ପାଇଲେ ଯେ ତାଙ୍କର ହେପାଟାଇଟିସ୍ ବି ଅଛି। ପ୍ରକୃତରେ ଏହି ରୋଗ ଅବହେଳାର ଫଳାଫଳ | ଯେତେବେଳେ କୁଲି ସେଟରେ ଦୁର୍ଘଟଣା ପରେ ବିଗ୍ ବି ରକ୍ତ ଆବଶ୍ୟକ କରୁଥିଲା, ସେଠାରେ ରକ୍ତଦାତାମାନଙ୍କ ଭିଡ଼ ଜମିଥିଲା ​​| ତାଙ୍କୁ ୨୦୦ ଦାତାଙ୍କଠାରୁ ୬୦ ବୋତଲ ରକ୍ତ ଦିଆଯାଇଥିଲା।

  • ଆରବିଆଇ(RBI)ର ଶକ୍ତ ନିର୍ଦ୍ଦେଶ ପରେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡରେ ଚିନ୍ତା

    ଆରବିଆଇ(RBI)ର ଶକ୍ତ ନିର୍ଦ୍ଦେଶ ପରେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡରେ ଚିନ୍ତା

    ଆଉ ମାତ୍ର ଗୋଟିଏ ଦିନ ପରେ ବନ୍ଦ ହେବ ପେଟିଏମ୍ । ତେଣୁ, ଏବେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡକୁ ଘାରିଛି ପେଟିଏମ ଚିନ୍ତା । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଡିପୋଜିଟ୍ ଏବଂ କ୍ରେଡିଟ୍ ଟ୍ରାଞ୍ଜାକ୍ସନ କାରବାର ମାର୍ଚ୍ଚ ୧୫ ତାରିଖ ପରଠାରୁ ବନ୍ଦ ହେବ । ପେଟିଏମକୁ ନେଇ ଦେଖା ଦେଇଥିବା ବିବାଦ ପରେ ଆକ୍ସନ ମୋଡକୁ ଆସିଥିଲା ଆରବିଆଇ । ନିୟମ ଉଲ୍ଲଂଘନ ଦର୍ଶାଇ ଆରବିଆଇ ଜାନୁଆରୀ ୩୧ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।

    ଆରବିଆର ଏକ ରିପୋର୍ଟ ମୁତାବକ, ସଠିକ୍ ପରିଚୟ ବିନା ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ହଜାର ହଜାର ଆକାଉଣ୍ଟ ଖୋଲା ଯାଇଥିଲା । ଯାହାଦ୍ୱାରା ଅର୍ଥ ହେରଫେର ଭଳି ବେଆଇନ କାରବାରର ଆଶଙ୍କା ଦେଖାଦେଇଥିଲା ।

    ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା ଏହାକୁ ନେଇ କହିଥିଲେ ଯେ, ପେଟିଏମ ଉପରେ ଯାଞ୍ଚ କରାଯିବ । ତେଣୁ, ଅସ୍ଥାୟୀ ଭାବେ ସେବାକୁ ବନ୍ଦ କରାଯାଉଛି ।

    ତେବେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବନ୍ଦ ହେବା ପରେ ଏଥିରେ କଣ କଣ ପରିବର୍ତ୍ତନ ହେବ?

    ପ୍ରଥମତଃ ଗ୍ରାହକ ନିଜ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ, କିନ୍ତୁ ମାର୍ଚ୍ଚ ୧୫ ପରେ ବି ଟଙ୍କା ଉଠାଣ କିମ୍ବା ଟ୍ରାନ୍ସଫର କରିପାରିବେ।

    ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ସାଲାରି କ୍ରେଡିଟ୍, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର କିମ୍ବା ସବସିଡି ଉପଲବ୍ଧ ହେବ ନାହିଁ, କିନ୍ତୁ ରିଫଣ୍ଡ, କ୍ୟାସବ୍ୟାକ୍ ଏବଂ ସ୍ୱିପ୍ ଇନ୍ ପାଇଁ ଅନୁମତି ମିଳିବ।

    ମାର୍ଚ୍ଚ ୧୫ ପରେ ଗ୍ରାହକ ମାନେ ଟପ୍-ଅପ୍ କିମ୍ବା ୱାଲେଟରେ ଟଙ୍କା ଟ୍ରାନ୍ସଫର ଭଳି ସୁବିଧା ପାଇପାରିବେ ନାହିଁ। ଯଦି ସେମାନଙ୍କ ଆକାଉଣ୍ଟରେ ବାଲାନ୍ସ ଥାଏ, ତେବେ ପେମେଣ୍ଟ କରିପାରିବେ।

    ଗ୍ରାହକ ମାନେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସେମାନଙ୍କର FASTag ରିଚାର୍ଜ କରିପାରିବେ ନାହିଁ।

    ପେଟିଏମ୍ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଏନସିଏମସି କାର୍ଡରେ ରିଚାର୍ଜ କିମ୍ବା ଟପଅପ୍ ହେବ ନାହିଁ ।

  • ପାରାଦୀପର ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ

    ପାରାଦୀପର ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ

    ମାନ୍ୟବର ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପାରାଦ୍ଵୀପ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ପାରାଦ୍ଵୀପର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ତତ୍ପର ମାନ୍ଯବର ମୁଖ୍ଯମନ୍ତ୍ରୀ । ବନ୍ଦର ଅଞ୍ଚଳର ୨୦ ଟି ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଯାହାକୁ ପାରାଦ୍ଵୀପ ବାସୀ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କ ପାରାଦ୍ଵୀପ ଗ୍ରସ୍ତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକୁ ଅନୁମୋଦନ କରାଯାଇଛି।ଗୁରୁବାର ଅପରାହ୍ନ ରେ ପୌରପରିଷଦ ବୈଠକ ଗୃହରେ ଅନୁଷ୍ଠିତ ସଭାରେ ସବୁ କମ୍ୟୁନିଟି ର ବରିଷ୍ଠ କର୍ମକର୍ତ୍ତା ପହଞ୍ଚି ଧନ୍ୟବାଦ ଅର୍ପଣ କରିଛନ୍ତି।