ଓଡ଼ିଶା ପ୍ରଶାସନିକ ସେବା (Odisha Public Service Commission) OPSC 2024 ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରି କେସିଙ୍ଗାର ଝିଅ କନକ ଜୈନ କଳାହାଣ୍ଡି ଜିଲ୍ଲା ସହ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।କନକ ଜୈନ କେସିଙ୍ଗା ଏନ୍.ଏ.ସି. ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ସନ୍ତୋଷ କୁମାର ଜୈନ ଓ ନମିତା ଜୈନଙ୍କ ଝିଅ। ତାଙ୍କର ଏହି ସଫଳତା ପରେ ପରିବାର, ଆତ୍ମୀୟ ସ୍ୱଜନ ଏବଂ ଅଞ୍ଚଳରେ ଖୁସିର ମାହୋଲ ଛାଇଯାଇଛି।କନକ ଦିନକୁ 10 ରୁ 12 ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତି ନେଉଥିଲେ। ସେ ସମାଜଶାସ୍ତ୍ର ବିଷୟରେ ସ୍ନାତକ ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି।ତାଙ୍କର ପ୍ରାଥମିକ ଶିକ୍ଷା କେସିଙ୍ଗାର ଦ୍ରୋଣାଚାର୍ଯ୍ୟ ସ୍କୁଲରୁ ଆରମ୍ଭ ହୋଇଥିଲା। ପରେ ଉଚ୍ଚ ଶିକ୍ଷା ପାଇଁ ସେ ରାଜ୍ୟ ବାହାରକୁ ଯାଇଥିଲେ।
ସଫଳତା ପରେ କନକ କହିଛନ୍ତି, ତାଙ୍କର ଏହି ଉପଲବ୍ଧି କଠିନ ପରିଶ୍ରମ, ଭଗବାନଙ୍କ ଆଶୀର୍ବାଦ, ମାତାପିତା ଏବଂ ଗୁରୁଜନଙ୍କ ମାର୍ଗଦର୍ଶନର ଫଳ। ଆଗାମୀ ଦିନରେ ସେ ଲୋକଙ୍କ ସେବା କରିବା ସହ ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।କନକ ଜୈନଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଏକ ଗର୍ବର କ୍ଷଣ ହୋଇଯାଇଛି।