ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟରେ ଓଡିଆ ଫିଲ୍ମ ‘ଅଦ୍ୱିତୀୟ’କୁ  ଦୁଇ ପୁରସ୍କାର

ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଓଡିଶାର ଫିଲ୍ମର ବାଜିମାତ୍। ଦକ୍ଷିଣ ଆଫ୍ରିକାର ମରିସସରେ ଆୟୋଜିଚ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଦୁଇଟି ଶ୍ରେଣୀରେ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ପୁରସ୍କାର ହାତେଇଛି।  ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁର ନିତ୍ୟମ କାଳା ଗବେଷଣା କେନ୍ଦ୍ର ଦ୍ୱାରା ଏହି ଚଳଚ୍ଚିତ୍ର ଟି ନିର୍ମିତ ହୋଇଛି।

କୃଷ୍ଣ ଡି.କେଙ୍କ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରଟି କେତେକ ବାସ୍ତବ ଘଟଣା ଉପରେ ଆଧାରିତ, ଯେଉଁଥିରେ ଦର୍ଶାଯାଇଛି, କିପରି ପୋଲିସ ଚାହିଁଲେ ଏକ ଅପରାଧ ସମ୍ପନ୍ନ ସହରକୁ ଅପରାଧ ମୁକ୍ତ କରିପାରିବ। ଅପରାଧୀଙ୍କୁ ଅପରାଧର କଳା ସାମ୍ରାଜ୍ୟରୁ ବାହାର କରି ସମ୍ମାନଜନକ ଜୀବନ ଅତିବାହିତ କରିବାରେ ସହାୟକ ହୋଇପାରିବ।

ଚଳଚିତ୍ରର ବିଷୟବସ୍ତୁ  ଆସ୍କା ଓ ଏହାର ଆଖପାଖ ଅଞ୍ଚଳକୁ ନେଇ ଗଢିଉଠିଛି।  ଆସ୍କା ପୋଲିସ୍ ଷ୍ଟେସନର ଆଇଆଇସି  ଲୋକଙ୍କ ବିଶ୍ୱାସ ଭାଜନ ହେବାରେ ସକ୍ଷମ ହୋଇଛନ୍ତି ଓ ଅପରାଧୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିଛନ୍ତି।  ଏକ ଅପରାଧର ସହରକୁ ଅପରାଧ ନିୟନ୍ତ୍ରିତ ସହରରେ ପରିଣତ କରିଛନ୍ତି।  ଚଳଚ୍ଚିତ୍ରରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆଇଜି, ଦକ୍ଷିଣାଞ୍ଚଳ ସତ୍ୟବ୍ରତ ଭୋଇ, ଏସପି ଗଞ୍ଜାମ ଜଗମୋହନ ମୀନାଙ୍କ ସହ ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏବଂ କର୍ମଚାରୀମାନେ ପ୍ରମୁଖ ଭୂମିକା ତୁଲାଇଛନ୍ତି।

ଡକୁମେଣ୍ଟାରୀ ଫିଲ୍ମର କାହାଣୀ ରଚନା ସିମାଞ୍ଚଳ ମହାରଣା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣ ଡି କେ।  ଫିଲ୍ମର ସହକାରୀ ନିର୍ଦ୍ଦେଶକ ଭାର ତୁଲାଇଛନ୍ତି ରାମକୃଷ୍ଣ ସାହୁ। ସିନେମାଟୋଗ୍ରାଫୀରେ  ମୋହିତ ତ୍ରିପାଠୀଙ୍କ ଦକ୍ଷତା ଦେଖିବାକୁ ମିଳିଛି। ଏହାର ସମ୍ପାଦକ ଅଛନ୍ତି ଦେବାଶିଷ ମହାରାଣା । 
ଏପ୍ରିଲ୍ ୨୯ ରେ ଉତ୍ତର ଆଫ୍ରିକାର ମରିସସ୍ ଠାରେ ଅନୁଷ୍ଠିତ ହୋଇଥିବା ଭାରତ ମହାସାଗର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ବିତରଣୀ ଉତ୍ସବକୁ ଅଦ୍ୱିତୀୟର ନିର୍ଦ୍ଦେଶକ ତଥା ଲେଖକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଫିଲ୍ମଟି ଦୁଇଟି କ୍ଷେତ୍ରରେ ପୁରଷ୍କାର ହାତେଇବା ପରେ ଫିଲ୍ମର ଟିମ ଭିତରେ ଦେଖିବାକୁ ମିଳିଛି ଖୁସି। ଆଗକୁ ମଧ୍ୟ ଏମିତି ସତ୍ୟ ଓ ପ୍ରେରଣାଦାୟୀ ଘଟଣାକୁ ନେଇ ଫିଲ୍ମ କରି ସମାଜରେ ପରିବର୍ତ୍ତନ ଆଣିବାକୁ ଆଗ୍ରହୀ ହୋଇଉଠିଛନ୍ତି ଟିମ।

One thought on “ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟରେ ଓଡିଆ ଫିଲ୍ମ ‘ଅଦ୍ୱିତୀୟ’କୁ  ଦୁଇ ପୁରସ୍କାର

  1. I’m extremely impressed with your writing abilities and also with the structure on your blog. Is that this a paid topic or did you modify it your self? Either way stay up the excellent high quality writing, it’s uncommon to peer a nice blog like this one today!

Leave a Reply

Your email address will not be published. Required fields are marked *