ପାୱାର କଟ୍ ହେଉନି, ଅଧିକ ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ: ମନ୍ତ୍ରୀ

ରାଜ୍ୟରେ ତାତି ବଢୁଥିବା ବେଳେ ଅସହ୍ୟ ହେଉଛି ଗୁଳୁଗୁଳି । ଏହି ଗୁଳୁଗୁଳି ପାଇଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍ କାଟ୍ ଲୋକଙ୍କୁ ଟେନସନରେ ପକାଇଛି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଦିନ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ମନ୍ତ୍ରୀଙ୍କ କହିବାନୁସାରେ ପାୱାର କଟ୍ କେଉଁଠି ବି ହେଉନି । କାଳବୈଶାଖୀ ପ୍ରଭାବରେ ବାରମ୍ବାର ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ । କାରଣ ବହୁତ ସ୍ଥାନରେ ଖୁଣ୍ଟ ଉପୁଡ଼ି ଯାଉଛି । ସେଗୁଡ଼ିକ ମରାମତି କରିବା,ବିଦ୍ୟୁତ୍ ତାର ଲଗାଇବା ସମୟସାପେକ୍ଷ । ଏହି କାମ ସଙ୍ଗେ ସଙ୍ଗେ ହୁଏନି ବୋଲି ମନ୍ତ୍ରୀ କହିଛନ୍ତି । ଉପଭୋକ୍ତାମାନେ ଅଧିକ ବିଦ୍ୟୁତ ବ୍ୟବହାର କରୁଛନ୍ତି । ତେଣୁ ଭିତ୍ତିଭୂମି ଲୋଡ୍ ସମ୍ଭାଳିବା ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ସେଥିପାଇଁ ଅନେକ ସ୍ଥାନରେ ତାର ଏବଂ ଟ୍ରାନ୍ସଫର୍ମର ପୋଡ଼ି ଯାଉଛି । ଏହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି ।

ଭିତ୍ତିଭୂମି ଅସୁବିଧା ଓ ଅଭାବ ଯୋଗୁଁ ଯେଉଁଠି ବିଦ୍ୟୁତ୍ କାଟ୍ ଦୁଇରୁ ତିନି ଘଣ୍ଟା ପାଇଁ ହେଉଛି,ସେଠି ପାୱାର ଅଭାବ ନା ରାଜ୍ୟ ସରକାର ବିଦ୍ୟୁତ ଯୋଗାଇ ପାରୁନାହାଁନ୍ତି । ରାଜ୍ୟ ସରକାରଙ୍କ କାମ ହେଉଛି ବିଦ୍ୟୁତ ବିତରଣ କମ୍ପାନୀକୁ ତାଗିଦ କରି ଯେତେ ସମ୍ଭବ ବିଦ୍ୟୁତ ଯୋଗାଇବା । ରାଜ୍ୟ ସରକାର ସେଥିପାଇଁ ତତ୍ପର ଅଛନ୍ତି । କାଳବୈଶାଖୀରେ ଯାହା ଭାଙ୍ଗିବ ତାକୁ ଶୀଘ୍ର ଠିକ୍ କରିବାକୁ ପଦକ୍ଷେପ ନେବାରେ ହେଳା କରୁନାହାଁନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *