ଦୁନିଆର ସବୁଠୁ ଅଜବ ମନ୍ଦିର, ଏଠି ପୂଜା ନୁହେଁ ହୁଏ ଛାଡପତ୍ର, ମନ୍ଦିରରେ ନାହିଁ କୌଣସି ଦେବତା

ଜାପାନରେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠାରେ ପୂଜା ନୁହେଁ ହୁଏ ଛାଡପତ୍ର । ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି କଥାଟି ସତ । ଏହି ମନ୍ଦିରରେ ଗୋଟିଏ ବି ଦେବତା କିମ୍ବା ଦେବିଙ୍କ ମୂର୍ତ୍ତି ନାହିଁ ୬୦୦ ବର୍ଷର ପୂରୁଣ ଏହି ମନ୍ଦିର ଟେକୋଜି ମନ୍ଦିର ନାମରେ ଜଣାଶୁଣା । ଏହା ଏକ ଅବଜ ପ୍ରକାରର ଛାଡପତ୍ର ମନ୍ଦିର । ଏଠାକୁ ସେହି ମହିଳା ମାନେ ଆସନ୍ତି ଯେଉଁମାନେ ନିଜ ସ୍ବାମୀ ପାଖେ ଅତିଷ୍ଠ ହୋଇପଡନ୍ତି ।

ଏହି ମନ୍ଦିରକୁ ମାତ୍ସ୍ୟୁଗୋକା ଟୋକେଇ-ଜିଙ୍କ ନାମରେ ସ୍ଥାପିତ କରାଯାଇଥିଲା । ଏହା ଜାପାନର କାମକୁରା ଶହରର କାନାଗାଓ୍ବା ପ୍ରାନ୍ତରେ ଅବସ୍ଥିତ । ଏହା ଅନେକ ମହିଳାଙ୍କ ବାସସ୍ଥାନ ଭାବେ ଜଣାଶୁଣା, ଯେଉଁମାନେ ଘରୋଇ ହିଂସାର ଶିକାର ହୋଇଛନ୍ତି । ଯେତେବେଳେ ମହିଳାଙ୍କ ପାଇଁ କୌଣସି ଅଧିକାର ନଥିଲା ସେହି ସମୟର ଏହି ମନ୍ଦିର । ସେତେବେଳେ ଜାପନରେ ଛାଡପତ୍ରର କୌଣସି ଆଇନ ନଥିଲା ।

୧୨୮୫ ମସିହାରେ ବୌଦ୍ଧ ନନ କାକୁସନ ଶିଦୋ-ନି ଏହି ମନ୍ଦିର ସ୍ଥାପନ କରିଥିଲେ । ଯେଉଁ ମହିଳା ମାନେ ବାହାଘରରେ ଖୁସି ନଥିଲେ ସେମାନେ ଏହି ମନ୍ଦିରକୁ ଆସୁଥିଲେ । ସମୟ ସହିତ ତାଳ ଦେଇ ଏହି ମନ୍ଦିରଟି ଏକ ସୁରକ୍ଷିତ ସ୍ଥାନ ଭାବେ ପ୍ରସିଦ୍ଧ ହୋଇଗଲା । ଜାପାନର ମହିଳା ମାନେ ମଧ୍ୟ ଏଠାରେ ସୁରକ୍ଷିତ ଅନୁଭବ କଲେ । କିଛି ଦିନ ରହିବା ପରେ ମନ୍ଦିର ପକ୍ଷରୁ ଆଧିକାରୀକ ଭାବେ ଛାଡପତ୍ର ସାର୍ଟିଫିକେଟ ମିଳିଯାଇଥାଏ । ଏହାକୁ ସୁଫୁକୁ-ଜି ନାମରେ ଜଣାଯାଏ । ଏହି ସାର୍ଟିଫିକେଟ ଜରିଆରେ ମହିଳାଙ୍କୁ ବିବାହରୁ ମୁକ୍ତି ମିଳେ ।

ଏହି ମନ୍ଦିରଟି ମଧ୍ୟ ଦେଖିବାକୁ ଖୁବ୍ ଆକର୍ଷଣୀୟ । ବିଭିନ୍ନ ବାସ୍ତୁକଳାରେ ପିରିପୂର୍ଣ୍ଣ ଏହି ସ୍ଥାନଟି ସମ୍ପୂର୍ଣ୍ଣ ପ୍ରକୃତି କୋଳେଇ ନେଲା ପରି ମନେହୁଏ । ଏହାକୁ କାକେକୋମୀ ଡେରା, ସମ୍ପର୍କ ଭାଙ୍ଗୁଥିବା ସ୍ଥାନ ଏବଂ ପଳାୟନ କରିଥିବା ମହିଳାଙ୍କ ମନ୍ଦିର ବା ଛଡପତ୍ର ମନ୍ଦିର ଆଦି କୁହାଯାଏ ।

À propos du travail conjoint: “Vivien est très assemblé et je – au contraire, sautant souvent du cinquième au dixième. Elle est beaucoup plus expérimentée et plus raide et j’implique prix du cialis en pharmacie est si importante mon opinion. Je n’aime pas et je ne sais pas expliquer mes actions pour comprendre quoi et comment je fais, vous devez simplement me regarder. Vivien, au contraire, très sociable. Elle sait toujours exactement ce qu’il veut. Je ne sais pas ça et est prêt à essayer beaucoup d’options. “

Leave a Reply

Your email address will not be published. Required fields are marked *