NEET ଝଡ଼ରେ ସୋନିଆଙ୍କ ବଡ଼ ବୟାନ

NEET ପରୀକ୍ଷାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରତିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଛାତ୍ରଛାତ୍ରୀଙ୍କ ଦାବି ଓ ପ୍ରତିବାଦକୁ ନେଇ କେନ୍ଦ୍ରର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି | ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ସୋନିଆ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧି । ସୋନିଆ ଗାନ୍ଧି କହିଛନ୍ତି, ଛାତ୍ରମାନେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି କରିଥିଲେ, କିନ୍ତୁ ମୋଦି ସରକାର ସେମାନଙ୍କ ସାହସର ଜବାବ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଦେଶର ଭବିଷ୍ୟତ କରିବା ପରିବର୍ତ୍ତେ ଦେଶର ଶତ୍ରୁ ଭଳି ବ୍ୟବହାର କରୁଛନ୍ତି ।

ସୋନିଆ ଗାନ୍ଧୀଙ୍କ କହିବା ଅନୁସାରେ, ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ୍ ଓ ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ସେମାନଙ୍କ ଦାବି ଶୁଣିବା ପରିବର୍ତ୍ତେ ପ୍ରତିବାଦକୁ ଦମନ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ ବୋଲି ସେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ସ୍ୱରକୁ ଦମନ କରିବା ପରିବର୍ତ୍ତେ ସରକାର ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ବାଟ ଖୋଜିବା ଉଚିତ। ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନିରପେକ୍ଷତା ଓ ଛାତ୍ରଙ୍କ ବିଶ୍ୱାସ ରକ୍ଷା କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ସେ ମତ ରଖିଛନ୍ତି।

ସୋନିଆ ଗାନ୍ଧି ଅଭିଯୋଗ କରିଛନ୍ତି କି, କେନ୍ଦ୍ର ଗ୍ହ ମନ୍ତ୍ରୀ ପ୍ରତ୍ୟେକ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ପୋଲିସକର୍ମୀଙ୍କ ଦ୍ବାରା ଛାତ୍ର ପ୍ରଦର୍ଶନକାରୀଙ୍କ ବିରୋଧରେ ବର୍ବରତା ଏହି ସରକାର ପାଇଁ କୌଣସି ନୂଆ କଥା ନୁହେଁ ।

ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତା ଜାରି କରିଛନ୍ତି, ଆସନ୍ତା ସପ୍ତାହରେ ସଂସଦରେ ଏକ ବିଲ୍ ଆଗତ କରାଯିବ । ଯେଉଁଥିରେ ପେପର ଲିକ୍ ମାମଲା ବିରୋଧରେ କଠୋରୁ କଠୋର ବ୍ୟବସ୍ଥା କରାଯିବ । ପେପର ଲିକ୍ କୌଣସି ଛୋଟ ସମସ୍ୟା ନୁହେଁ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା । NEET ପେପର ଲିକ୍ ସାମ୍ନାକୁ ଆସିବା ପରଠାରୁ ଅନେକ କଠୋର ପଦକ୍ଷେପ ନିଆଯାଇଛି । ସମସ୍ତ ପେପର ଲିକ୍ ମାମଲାରେ ଦୋଷୀଙ୍କୁ ଶୀଘ୍ର କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।