ନିଖୋଜ ମହିଳା ପର୍ବତାରୋହୀ ବଲଜିତ ଠାବ

27 ବର୍ଷୀୟା ମହିଳା ପର୍ବତାରୋହୀ ବଲଜିତ କୌରଙ୍କ ନିଖୋଜର ଗୋଟିଏ ଦିନ ପରେ ଆଜି ସେ ସୁରକ୍ଷିତ ଠାବ ହୋଇଛନ୍ତି। ଗତକାଲି ଶିଖରରୁ ଲେଉଟିବା ବେଳେ ଅନ୍ନପୂର୍ଣା ପର୍ବତର କ୍ୟାମ୍ପ 4 ନିକଟରୁ ସେ ନିଖୋଜ ହୋଇଯାଇଥିଲେ ବୋଲି ଅଭିଯାନର ଆୟୋଜକ ସୂଚନା ଦେଇଛନ୍ତି। ବଲଜିତ ମହିଳା ପର୍ବତାରୋହୀ ଦଳର ନେତୃତ୍ୱ ନେଉଛନ୍ତି। ଏକ ବାୟୁ ସନ୍ଧାନକାରୀ ଟିମ ଦ୍ୱାରା ବଲଜିତ ଠାବ ହୋଇଛନ୍ତି।

ବଲଜିତ ସୋମବାର ଦିନ ବିନା ସପ୍ଲିମେଣ୍ଟାରୀ ଅକ୍ସିଜେନରେ ବିଶ୍ୱର 10ମ ଉଚ୍ଚତମ ପର୍ବତ ଶିଖର ମାପ କରିଥିବା ହିମାଳୟାନ ଟାଉମ୍ସ ଖବର କାଗଜକୁ ପାୟନିୟର ଆଡଭେଞ୍ଚର ପାସଙ୍ଗ ସେର୍ପା ସୂଚନା ଦେଇଥିଲେ। ସେର୍ପା କହିଛନ୍ତି କି, ଏହି ଉଚ୍ଚତମ କ୍ୟାମ୍ପରୁ ତାଙ୍କୁ ଏୟାର ଲିପ୍ଟ କରିବାକୁ ଆମେ ଯୋଜନା କରୁଛୁ। ବଲଜିତ, ଏକାକୀ କ୍ୟାମ୍ପ 4 ଆଡକୁ ଅବତରଣ କରୁଥିବା ବାୟୁ ସନ୍ଧାନକାରୀଙ୍କ ଦ୍ୱାରା ଦେଖିବାକୁ ମିଳିଥିଲେ।

ମହିଳା ଦଳର ନେତୃତ୍ୱ ନେଉଥିବା ବଲଜିତ ଶିଖର ତଳେ ଦଳଠାରୁ ଅଲଗା ହୋଇଯାଇଥିଲେ ଓ ଆଜି ସକାଳ ପର୍ଯ୍ୟନ୍ତ ରେଡିଓ ସିଗନାଲରୁ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲେ। ଆଜି ସକାଳୁ ସେ ରେଡିଓ ସିଗନାଲରେ ତୁରନ୍ତ ସହାୟତା ମାଗିବା ପରେ ବାୟୁ ସନ୍ଧାନୀଙ୍କ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।  ସେର୍ପାଙ୍କ ତଥ୍ୟ ଅନୁଯାୟୀ, ସୋମବାର ସନ୍ଧ୍ୟା 5.15ରେ ଜିପିଏସ ଲୋକେସନ ଅନୁଯାୟୀ ବଲଜିତ ସେର୍ପାର 2 ଜଣ ଗାଇଡଙ୍କ ସହ 24.193ଫୁଟ ଉଚ୍ଚରେ ଥିବା ଚିହ୍ନଟ ହୋଇଥିଲେ। ଗତ ମେ ମାସରେ ବଲଜିତ ହିମାଚଳ ପ୍ରଦେଶର ମାଉଣ୍ଟ ହଟସେ (Lhotse) ମାପିବାରେ ସକ୍ଷମ ହେବା ପରେ ପ୍ରଥମ ଭାରତୀୟ ମହିଳା ପର୍ବତାରୋହୀ ଭାବା 8000 ମିଟରର 4ଟି ଶିଖର ଗୋଟିଏ ସିଜନରେ ଚଢିବାର ରେକର୍ଡ କରିଥିଲେ।

ସୋମବାର ଦିନ, ଅନୁରାଗ ମଲୁ ନାମକ ରାଜସ୍ଥାନ କିଶନଗଡର ଜଣେ ବାସିନ୍ଦା ଅନ୍ନପୂର୍ଣା ପର୍ବତର କ୍ୟାମ୍ପ3ରୁ ଓହ୍ଲାଇବା ବେଳେ ନିଖୋଜ ହୋଇଯାଇଛନ୍ତି। ପରେ  ତାଙ୍କ ମୃତଦେହ ମିଳିଥିଲା।    କ୍ୟାମ୍ପ 4ରୁ 6ହଜାର ମିଟର ଉଚ୍ଚରୁ ଓହ୍ଲାଇବା ବେଳେ ଖସି ପଡି ମୃତ୍ୟୁବରଣକରିଥିଲେ।

One thought on “ନିଖୋଜ ମହିଳା ପର୍ବତାରୋହୀ ବଲଜିତ ଠାବ

  1. I’m extremely impressed with your writing skills as well as with the format on your weblog. Is that this a paid subject matter or did you customize it your self? Either way keep up the excellent quality writing, it’s uncommon to peer a nice blog like this one these days!

Leave a Reply

Your email address will not be published. Required fields are marked *